ଦେଶ ବିଦେଶ

ଆଳୁ ଚୋପାକୁ ଫିଙ୍ଗି ଦେଉଛନ୍ତି କି? ଏହା ଦ୍ବାରା କରନ୍ତୁ ନିଜ କୋଲେଷ୍ଟ୍ରଲ ଲେବଲକୁ ହ୍ରାସ

ଆଳୁ ଏମିତି ଏକ ପରିବା ଯେଉଁ ପରିବାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲପାଇଥାନ୍ତି । ଘରେ ଯଦି ଆଳୁ ନଥିବ ତେବେ ମାଆ ମାନେ ଚିନ୍ତାରେ ପଡିଯାଆନ୍ତି ଆଳୁ ସରିଯାଇଛି ବୋଲି । କାରଣର ଆଳୁ ସବୁବର୍ଗର ଲୋକଙ୍କ ଆହାରର ଏକ ପରିଚୟ । ସେ ଧନୀ ହେଉ କି ଗରିବ ଆଳୁ ସମସ୍ତଙ୍କ ପରିବା ଡାଲାରେ ଦେଖିବାକୁ ମିଳିଥାଏ ।

p1ତେବେ ଆପଣ କଣ ଜାଣିଛନ୍ତି ଆମେ ନିତିଦିନ ଖାଦ୍ୟରେ ବ୍ୟବହାର କରୁଥିବା ଆଳୁରେ ରହିଛି ଔଷଧୀୟ ଗୁଣ, ଯାହା ଆମର କୋଲେଷ୍ଟ୍ରଲ ଲେବଲକୁ ହ୍ରାସ କରିବାରେ ସାହାର୍ଯ୍ଯ କରିଥାଏ । ଏହି ବିଷୟରେ ବିଶେଷ ଭାବେଆୟୁର୍ବେଦ ପାଠରେ ଉଲ୍ଲେଖ୍ୟ ରହିଛି ।

ଆସନ୍ତୁ ଜାଣିବା କଣ ରହିଛି ଆଳୁରେ :

Roasted potatoes, vgetarian dish nutritious and deliciousଆଳୁରେ ପ୍ରଚୁର ପରିମାଣରେ ପୋଟାସିୟମ୍ ରହିଥାଏ ଯାହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ଏହା ଛଡା ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ-ବି ରହିଥାଏ ଯାହା ଶରୀରକୁ ମଜବୁତ୍ କରିବା ସହ ଶକ୍ତି ଯୋଗାଇଥାଏ। ଏଥିରେ ଫାଇବର ମଧ୍ଯ ରହିଥାଏ । ତେବେ ଆଳୁ ଅପେକ୍ଷା ଆଳୁ ଚୋପାରେ ଅଧିକ ପରିମାଣରେ ପାଇବର ରହିଥାଏ । ଏଥିରେ ଥିବା ଫାଇବର୍ ଶରୀରର ହଜମ ଶକ୍ତି ବଢ଼ାଇବା ସହ କୋଲେଷ୍ଟ୍ରଲ୍ କମ୍ କରିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ମଧ୍ୟ ଦିଆଯାଇଛି। ତେଣୁ ଆପଣ ଯଦି ଆଳୁ ଖାଉଛନ୍ତି,ତେବେ ଏହାକୁ ସିଝାଇ କିମ୍ୱା ପୋଡ଼ି ଖାଇବା ଅଭ୍ୟାସ କରନ୍ତୁ। ଏହା ଆପଣଙ୍କ କୋଲେଷ୍ଟ୍ରଲ ଲେବଲକୁ ହ୍ରାସ କରିବାରେ ବେଶ୍ ସହାୟ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button