ଦେଶ ବିଦେଶ

ଶୀତଋତୁରେ ରୁକ୍ଷ ତ୍ବଚାକୁ ନେଇ ଚିନ୍ତିତ କି ? ତେବେ ଏହିଭଳି ଭାବେ ଘରେ ପ୍ରସ୍ତୁତ କରନ୍ତୁ ସୀରମ୍

ଶୀତ ଦିନ ଆସିଗଲାଣି ଏବଂ ଏମିତିରେ ସବୁଠୁ ବଡ ସମସ୍ୟା ହୋଇ ଠିଆ ହୋଇଥାଏ ସ୍କିନ ଡ୍ରାଏନେସ। ଯଦି ଆପଣ ଥଣ୍ଡାରେ ହେଉଥିବା ତ୍ବଚା ସମ୍ବଦ୍ଧିତ ସମସ୍ୟା ଯଥା ତ୍ବଚା ରୁକ୍ଷତା ଭଳି ସମସ୍ୟାକୁ ଭାବି ଭାବି ଚିନ୍ତିତ ହୋଇଗଲେଣି ତେବେ ଆପଣଙ୍କୁ ଏହା ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ। କାରଣ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଚୁଟକିରେ ଦୂର କରିବୁ। ଏହା ପାଇଁ ଆପଣଙ୍କୁ ଦରକାର କେବଳ ଏକ ହୋମମେଡ ଫେସ ସୀରମ। ଏହାକୁ ପ୍ରସ୍ତୁତ କରିବା ମଧ୍ୟ ବହୁତ ସହଜ। ଆସନ୍ତୁ ଜାଣିବା ହୋମମେଡ ଫେସ ସୀରମ ବିଷୟରେ।

ତ୍ବଚା ପାଇଁ ସବୁଠୁ ଭଲ ମଶ୍ଚରାଇଜର ହେଉଛି ଗ୍ଲିସରୀନ୍ :

ବଜାରରେ ବିଭିନ୍ନ ପ୍ରକାରର ମଶ୍ଚରାଇଜର ମିଳୁଛି, କିନ୍ତୁ ଆମେ ସମସ୍ତେ ଜାଣିଛନ୍ତି ଯେ ତ୍ବଚା ପାଇଁ ସବୁଠୁ ଭଲ ହୋଇଥାଏ ମଶ୍ଚରାଇଜର। ନିଜର ତ୍ବଚାର ଯତ୍ନ ନେବା ଆମେମାନେ ଏହାର ବ୍ୟବହାର କରିଥାନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଏହାକୁ ସିଧା ସଳଖ ତ୍ବଚାରେ ଲଗାଇବା ଦ୍ବାରା ତ୍ବଚା ଚିପଚିପା ହୋଇଯାଇଥାଏ, ଯାହା ଆମର ଚେହେରାକୁ ଖରାପ କରିଦେଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି କିଛି ଜିନିଷକୁ ମିଶାଇ ନିଜ ପାଇଁ ସୀରମ ପ୍ରସ୍ତୁତ କରିବେ।

glycerinଗ୍ଲିସରୀନକୁ ସିଧା ସଳଖ ତ୍ବଚାରେ ଲଗାଇବା ଦ୍ବାରା ହେଉଥିବା ଚିପଚିପାକୁ କମ୍ କରିବା ଏବଂ ଏହାର ମଶ୍ଚରାଇଜର ପ୍ରପୋର୍ଟୀକୁ ଠିକ ଉପାୟରେ ବ୍ୟବହାର କରିବା ପାଇଁ ସେଥିରେ ଲେମ୍ବୁ ଏବଂ ଗୋଲାପ ଜଳର ପ୍ରୟୋଗ କରିପାରିବେ।

କଣ ଆପଣ ଜାଣନ୍ତି ଗୋଲାପ ଜଳ ପ୍ରାକ୍ରୁତିକ ଏଷ୍ଟ୍ରିଜେଣ୍ଟ ଅଟେ ଯାହା ଆମ ତ୍ବଚାକୁ ବହୁତ ପ୍ରକାରର ସାହାଯ୍ୟ କରିଥାଏ। ସେହିଭଳି ଲେମ୍ବୁ ଏକ ପ୍ରାକ୍ରୁତିକ ବ୍ଲିଚିଙ୍ଗ ଗୁଣ ମିଳିଥାଏ ଯାହା ଆମ ତ୍ବଚା ପାଇଁ ବହୁତ ଲାଭଦାୟକ ହୋଇଥାଏ।

lemonଏହାଛଡା ଏହା ଗ୍ଲିସରିନ ସହିତ ମିଶିବା ପରେ ତାହାର ଚିପଚିପାକୁ କମ୍ କରିଥାଏ।ଆପଣ ନିଜ ଘରେ ହିଁ ଫେସ ସୀରମକୁ ପ୍ରସ୍ତୁତ କାରିବା ପାଇଁ ୨୦ ଏମଏଲ୍ ଗୋଲାପ ଜଳରେ ପାଞ୍ଚ ବୁନ୍ଦା ଗ୍ଲିସରିନ ଏବଂ ଗୋଟିଏ ଲେମ୍ବୁ ରସ ମିଶାନ୍ତୁ।

seromଆପଣ ଏହାକୁ କୌଣସି ଛୋଟ ବୋତଲ ଭିତରେ ମଧ୍ୟ ରଖିପପାରିବେ। ଆପଣଙ୍କ ଫେସ ସୀରମ ପ୍ରସ୍ତୁତ ହୋଇଯାଇଛି ଯାହା ଶୀତ ଋତୁରେ ଆପଣଙ୍କ ତ୍ବଚାର ଯତ୍ନ ନେବାର ସାହାଯ୍ୟ କରିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯଦି ଆପଣଙ୍କ ତ୍ବଚା ଅଧିକ ଡ୍ରାଏ ହେଉଥାଏ ତେବେ ଏହି ପ୍ରସ୍ତୁତ ହୋଇଥିବା ସୀରମରେ ଗ୍ଲିସରୀନରୁ କିଛି ବୁନ୍ଦା ଏବଂ ଭିଟାମିନ ଇ କ୍ୟାପସୁଲ ମଧ୍ୟ ମିଶାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button