ଦେଶ ବିଦେଶ

ପିଲାଦିନରୁ ହୋଇଥିବା ମୋଟାପଣ ପାଇଁ ଭୋଗି ପାରନ୍ତି ଏହି ଗମ୍ଭୀର ରୋଗର ଶିକାର, ଚାଲିବା, ଦୌଡିବା ମଧ୍ୟ ହୋଇଥାଏ ମୁସକିଲ

ଏକ ନୂଆ ରିସଚ୍ଚର୍ରୁ ଜଣାପଡିଛି ଯେ ପିଲା ଦିନରୁ ମୋଟା ଥିବା ବ୍ୟକ୍ତିଙ୍କୁ ସ୍ଲିପ କ୍ୟାପିଟାଲ ଫୋମୋରଲ ଏପିଫିସିସ (SCFE) ନାମକ ଅଣ୍ଟା ସମ୍ବଦ୍ଧୀୟ ରୋଗର ଶିକାର ହୋଇପାରନ୍ତି। ଏସସିଏଫଇ କିଶୋର ମାନଙ୍କ ଠାରେ ଅଣ୍ଟା ସମ୍ବଦ୍ଧୀୟ ସାମାନ୍ୟ ରୋଗ ଅଟେ। ଏହି ରୋଗର ଚିକିତ୍ସା ପାଇଁ ସର୍ଜରୀ କରିବାକୁ ପଡିଥାଏ । ବେଳେବେଳେ କିଶୋରାବସ୍ଥାରେ ଅଣ୍ଟା ବା ନିତମ୍ବକୁ ଚିକିତ୍ସା କରାଯାଇଥାଏ।

reasons-of-fatnessବ୍ରିଟେନର ‘ୟୁନିଭର୍ସିଟୀ ଅଫ ଲିଭରପୁଲ’ର ଇନଟିଷ୍ଟିଚ୍ୟୁଟ୍ ଅଫ୍ ଟାନ୍ସଲେସନ ମେଡିସିନରେ ଜଡିତ ଥିବା ଏବଂ ଅନୁସନ୍ଧାନର ପ୍ରମୁଖ ଲେଖକ ପ୍ୟାରୀ କହନ୍ତି ଯେ ଏହାର ପ୍ରରମ୍ଭରେ ହିଁ ଏହାକୁ ଜାଣିବା ଉଚିତ। ନଚେତ ଏହା ଆଗକୁ ଯାଇ ଭୟଙ୍କର ରୂପ ନେଇପାରେ।

ଏହି ଅନୁସନ୍ଧାନ ପାଇଁ ବ୍ରିଟେନରେ ୧୯୯୦ ରୁ ୨୦୧୩ ପର୍ଯ୍ଯନ୍ତ ୧୬ ବର୍ଷର କିଶୋରଙ୍କ ଠାରେ ଏମସିଏଫଇ ରୋଗ ସମ୍ବଦ୍ଧୀୟ ମେଡିକାଲ ରେକର୍ଡର ଅଧ୍ୟୟନ କରାଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button