ଓଡିଶା

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ପରମ୍ପରା

ଆସନ୍ତାକାଲି କାର୍ତ୍ତକ ପୂର୍ଣ୍ଣିମା । ଧର୍ମ ମାସର ଶେଷ ଦିନ । ମାସ ସାରା କିମ୍ବା ପଞ୍ଚୁକ ପାଞ୍ଚ ଦିନ ନିଷ୍ଠାର ସହ ବ୍ରତ ପାଳିଥିବା ଲୋକେ ବ୍ରତ ଭାଙ୍ଗନ୍ତି । ତା ସହିତ ବିଶେଷ କରି ଓଡ଼ିଶାରେ ରହିଛି ବୋଇତ ବନ୍ଦାଣ ବା ଡଙ୍ଗା ଭସା ପରମ୍ପରା । ପୂର୍ବରୁ କଦଳୀ ପଟୁକାରେ ଡଙ୍ଗା କରି ଭସା ଯାଉଥିଲା । ହେଲେ ଯୁଗ ବଦଳିବା ସହ ଡଙ୍ଗାର କାୟା ମଧ୍ୟ ବଦଳି ଯାଇଛି । ବିଭିନ୍ନ ଡିଜାଇନର ସୋଲରୁ ଆରମ୍ଭ କରି କାଠର ଡଙ୍ଗା ମଧ୍ୟ ତିଆରି କରାଯାଉଛି । ତେବେ ଏସବୁ ଡଙ୍ଗାରେ ରଖାଯାଏ ପାରମ୍ପରିକ ଜିନିଷ ସବୁ । ଯାହା ଆମର ପୂର୍ବଜମାନେ ବାଣିଜ୍ୟ କରିବାକୁ ବୋଇତରେ ବିଦେଶକୁ ଜଳଯାତ୍ରା କରିବାର ପ୍ରତୀକ ବୋଲି କୁହାଯାଏ । କିନ୍ତୁ ତା ସହିତ ଯୋଡ଼ି ହୋଇ ରହିଛି ଧାର୍ମିକ ଭାବନା । ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀ କିମ୍ବା ଜଳାଶୟରେ ସ୍ନାନ କରିବା ପରେ ଡଙ୍ଗାରେ ଘିଅ ଦୀପ, ଧୂପ, ପାନ, ଗୁଆ ଆଦି ରଖାଯାଏ । ଫୁଲ ଦେଇ ପୂଜା କରିବା ପରେ ଡଙ୍ଗାକୁ ବସାଇ ଦିଆଯାଏ ।

BOITA-1
ଦେଇ କୁହାଯାଏ.. ଆ-କା-ମା-ବୈ, ପାନ ଗୁଆ ଥୋଇ । ପାନ ଗୁଆ ତୋର, ମାସକ ଧର୍ମ ମୋର ।
ଆଶ୍ୱିନ, କାର୍ତ୍ତିକ, ମାର୍ଗଶିର ଓ ବୈଶାଖ ମାସକୁ ପବିତ୍ର ମାସ ଭାବେ ଧରାଯାଏ । ସେହି ଅନୁସାରେ ଆ-କା-ମା-ବୈ କୁହାଯାଏ ।

ଏସବୁ କଥା ପ୍ରତି ସତର୍କ ରୁହନ୍ତୁ

ତେବେ ଡଙ୍ଗା ଭସା ଓ ପୂଣ୍ୟ ପ୍ରାପ୍ତି ପାଇଁ ସ୍ନାନ କଲା ବେଳେ କିଛି କଥା ପ୍ରତି ଅତି ସତର୍କ ରୁଅନ୍ତୁ ।
୧-ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଜଳର ଗଭୀରତା କେତେ ଭଲ ଭାବେ ଜାଣି ନିଅନ୍ତୁ । ନିଜ ପିଲାମାନଙ୍କୁ ଅତି ସତର୍କତାର ସହ ଗାଧୋଇ ଦିଅନ୍ତୁ ।
୨-ଡଙ୍ଗାରେ ଦୀପ ଲଗାଇଲା ବେଳେ ବିଶେଷ ଭାବେ ସତର୍କ ରୁହନ୍ତୁ । କାରଣ ମହିଳା ଓ ପିଲାମାନଙ୍କ ପୋଷାକରେ ନିଆଁ ଲାଗିଯିବାର ଆଶଙ୍କା ରହିଥାଏ ।

POLLUTION
୩-କିଛି ଲୋକ ଏହି ସମୟରେ ବାଣ ଫୁଟାଇଥାନ୍ତି ଓ ଡଙ୍ଗାରେ ଝରଝରି ମଧ୍ୟ ଜାଳିଥାନ୍ତି । ଏହାକୁ ସାବଧାନ ହୋଇ ଜାଳିବେ ।
୪-ପୂର୍ଣ୍ଣିମା ଦିନ ମନ୍ଦିରରେ ପ୍ରବଳ ଭିଡ଼ ହୁଏ । ତେଣୁ ଏଠାରେ ମଧ୍ୟ କୌଣସି ଅଘଟଣକୁ ଏଡ଼ାଇବା ଲାଗି ସତର୍କତା ଅବଲମ୍ବନ କରି ଦେବ ଦର୍ଶନ ସହ ଦୀପ ଜାଳିବେ ।
୫-ସବୁଠାରୁ ବଡ଼ କଥା ହେଉଛି ଡଙ୍ଗା ଭସା ଓ ଡଙ୍ଗାରେ ଦିଆଯାଉଥିବା ଜିନିଷଗୁଡ଼ିକ ଯୋଗୁଁ ନଦୀ ଓ ଜଳାଶୟର ଜଳ ପ୍ରଦୂଷିତ ହୋଇଥାଏ । ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button