ସ୍ୱାସ୍ଥ୍ୟ

କାହିଁକି ଶୀତ ଦିନରେ ସ୍ବାସ୍ଥ୍ୟ ପାଇଁ ଜରୁରୀ ଦହି ? ଜାଣନ୍ତୁ ଖାଇବାର ଉଚିତ ଉପାୟ

ଦହି ଡାଏରୀ ପ୍ରୋଡକ୍ଟସ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପସନ୍ଦ ଯୋଗ୍ୟ ଖାଦ୍ୟ ପଦାର୍ଥ ଅଟେ। ଏଥିରେ ରହିଥିବା ମାଇକ୍ରୋସ୍କୋପିକ ବ୍ୟାକ୍ଟେରିଆ ଏବଂ ପ୍ରୋଟିନ ଶରୀରରେ ପୋଷକ ତତ୍ତ୍ବକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। କିଛି ଲୋକଙ୍କ ଧାରଣା ଥାଏ ଯେ ଶୀତ ଦିନରେ ଦହିକୁ ଖାଇବା ଉଚିତ ନୁହେଁ କାରଣ ଏହା ଥଣ୍ଡା ହୋଇଥାଏ କିନ୍ତୁ ଆୟୁର୍ବେଦ ଅନୁସାରେ ଦହି ଗରମ ହୋଇଥାଏ।

ଥଣ୍ଡାରେ କାହିଁକି ଲାଭଦାୟକ ଦହି ?

Sickଶୀତ ଦିନରେ ଥଣ୍ଡା କାରଣରୁ ଅଧିକାଂଶ ଲୋକଙ୍କୁ ଥଣ୍ଡ-କାଶ, ଜ୍ବର, ପେଟରେ ଯନ୍ତ୍ରଣା ଭଳି ସଂକ୍ରମଣର ଶିକାର ଶୀଘ୍ର ହୋଇଥାଏ। ଏମିତିରେ ପ୍ରତିରୋଧକ କ୍ଷମତା ମଜବୁତ ହେବା ବହୁତ ଜରୁରୀ ହୋଇଥାଏ। ଏଥପାଇଁ ଯଦି ଆପଣ ପ୍ରତିଦିନ ଗୋଟିଏ ଗିନା ଦହି ଖାଇବେ ତେବେ ଆପଣଙ୍କୁ ଫାଇଦା ମିଳିଥାଏ। କିଛି ଲୋକ ଭାବିଥାନ୍ତି ଯେ ଏହା ଦ୍ବାରା ସମସ୍ୟା ବଢ଼ିଯାଇଥାଏ କିନ୍ତୁ ଯଦି ଠିକ ପରିମାଣରେ ଠିକ ଉପାୟରେ ଏହାକୁ ଖାଇବେ ତେବେ ସ୍ବାସ୍ଥ୍ୟ ଭଲ ରହିଥାଏ।

ଦହିରେ ଥିବା ଜରୁରୀ ପୋଷକ ତତ୍ତ୍ବ :

curd at nightଗୋଟିଏ କପ୍ ଦହିରେ ୮.୫ ଗ୍ରାମ ପ୍ରୋଟିନ ରହିଥାଏ, ଯାହା ଶରୀର ପାଇଁ ଜରୁରୀ ଥିବା ଆମିନୋ ଏସିଡ୍ ପ୍ରଦାନ କରିବାରେ ବହୁତ ଲାଭକାରୀ ଅଟେ। ଯେତେବେଳେ ଶରୀରରେ ଆମିନୋ ଏସିଡର ଅଭାବ ହୋଇଥାଏ, ସେତେବେଳେ ମାଂସପେଶୀ ଠିକ ଭାବରେ କାମ କରିପାରିନଥାଏ। ଦହିରେ ଥିବା କ୍ୟାଲସିୟମ ଗଣ୍ଠିକୁ ମଜବୁତ କରାଇଥାଏ ଏବଂ ପୋଟାସିୟମ ଏବଂ ମ୍ୟାଗ୍ନସିୟମ ହ୍ରୁଦୟକୁ ସୁସ୍ଥ ରଖିଥାଏ। ଏହା ସହିତ ଦହି ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ସଂକ୍ରମଣକୁ ଦୂର କରିବାରେ ଦହିର ବ୍ୟାକ୍ଟେରିଆ ବହୁତ ଲାଭଦାୟକ ହୋଇଥାଏ।

ଦିନରେ କେତେ ମାତ୍ରାରେ ଦହି ଖାଇବା ଆବଶ୍ୟକ :

ପ୍ରତିଦିନ ଗୋଟିଏ ଗିନା ଦହି ଖାଇବା ଆବଶ୍ୟକ। ଯେଉଁ ଲୋକମାନେ ଶାରୀରିକ ପରିଶ୍ରମ କମ୍ କରୁଛନ୍ତି ସେମାନେ ଅଧା ଗିନା ଦହି ମଧ୍ୟ ଖାଇପାରିବେ।

ଦହି ଖାଇବାର ଉଚିତ ଉପାୟ :

curdଦହିରେ ଏକ ପ୍ରକାର ବ୍ୟାକ୍ଟେରିଆ ରହିଥାଏ, ଏଥିପାଇଁ ଆପଣଙ୍କୁ ଏହା ଧ୍ୟାନ ରଖିବାକୁ ହେବ ଯେ ଫ୍ରିଜରେ ଥିବା ଥଣ୍ଡା ଦହିର ସେବନ କରିବା ଉଚିତ ନୁହେଁ କାରଣ ଏହା ଦ୍ବାରା ଶରୀରକୁ ଅଧିକ ଫାଇଦା ମିଳିନଥାଏ। ସବୁବେଳେ ସାମାନ୍ୟ ତାପମାନରେ ରଖାଯାଇଥିବା ଦହିକୁ ଖାଇବା ଉଚିତ। ଏହାଛଡା ବଜାରରୁ କିଣାଯାଇଥିବା ଦହିରେ ମିଶ୍ରଣ ହୋଇଥାଏ ଯାହା ସ୍ବାସ୍ଥ୍ୟକୁ କ୍ଷତି ପହଁଞ୍ଚାଇଥାଏ। ଏଥିପାଇଁ ଘରେ ହିଁ ଫ୍ରେସ ଦହି କରି ଖାଆନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button