ଦେଶ ବିଦେଶ

ରିସର୍ଚ୍ଚରେ ପ୍ରମାଣିତ : ଦୀର୍ଘାୟୁ କରାଇବ ଚା ଏବଂ ଚକୋଲେଟ , କାନ୍ସରରୁ ମଧ୍ୟ ମିଳିବ ରକ୍ଷା

ସାଧାରଣତଃ ଚା ଏବଂ ଚକୋଲେଟର ସେବନ ଶରୀର ପ୍ରତି ହାନିକାରଣ ବୋଲି କୁହାଯାଇଥାଏ। ଏପରିକି ସମସ୍ତଙ୍କୁ ତାହାର ସେବନ କରିବାକୁ ବାରଣ ମଧ୍ୟ କରାଯାଇଥାଏ। କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି, ଚା ଏବଂ ଚକୋଲେଟ ଖାଇବା ଦ୍ବାରା ଆମର ଆୟୁ ବଢ଼ିଥାଏ। ଅର୍ଥାତ୍ ଚକୋଲେଟ ଖାଇବା ସହ ଚା ଏବଂ କଫି ପିଇବା ଦ୍ବାରା ଆୟୁ ଲମ୍ବା ହେବା ସହ ଶରୀରରେ ବହୁତ କମ ସମସ୍ୟା ଦେଖା ଯାଇଥାଏ।

coffee_and_chocolate

ରିସର୍ଚ୍ଚ ଅନୁଯାୟୀ , ଶୀଘ୍ର ବାର୍ଦ୍ଦକ୍ୟ ଆସିବା ପଛରେ ଅକ୍ସିଡ଼େକ୍ଟିଭ୍ ତତ୍ତ୍ବ ରହିଥାଏ। ଯାହା ଚୋକଲେଟ, କଫି ଏବଂ ଚାରେ ଥିବା ଜିଙ୍କ ସଲଫେଟ ସେବନ ଦ୍ବାରା ସକ୍ରିୟ ହେବା ସହ ଚିନ୍ତା ଏବଂ ଅବସାଦକୁ ଦୂର କରିଥାଏ।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ , ଶରୀରରେ ଥିବା ପଲିଫେନୋଲ ଏକୁଟିଆ ଅବସାଦକୁ କମ କରିନଥାଏ, ଏଥି ପାଇଁ ଜିଙ୍କ୍ ସଲଫେଟ ମଧ୍ୟ ଜରୁରୀ ରହିଥାଏ। ଏହି ଜିଙ୍କ ଚକୋଲେଟ, କଫି ଏବଂ ଚାରେ ଅଧିକ ପରିମାଣର ମିଳିଥାଏ। ଯାହାର ସେବନ ଦ୍ବାରା ଶରୀରରେ ଇଣ୍ଟରନାଲ ଷ୍ଟେସ୍ କମ ହୋଇଥାଏ। ଏହା ଅବସାଦ ଏବଂ ଚିନ୍ତା ଦୂର କରିବା ସହ କ୍ୟାନ୍ସର ଏବଂ ଅଲଜାଇମର ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିଥାଏ।

chocolate

ରିସର୍ଚ୍ଚର ରିପୋର୍ଟ ମୁତାବକ, ଚକୋଲେଟ, ୱାଇନ୍, କଫି ଏବଂ ଚା ଆଦିରେ ଆଣ୍ଟିଅକ୍ସିଡ଼େଣ୍ଟ ମିଳିଥାଏ। ଯାହା କୋଷକୁ ଖରାପ କରିବାରୁ ରକ୍ଷା କରିଥାଏ। ଏଥିସହ ଜଣାପଡ଼ିଛି, ଜିଙ୍କ ଏବଂ ପଲିଫେନିଲ କମ୍ପାଉଣ୍ଡକୁ ଆକ୍ଟିଭେଟ କରି ଶରୀରକୁ କ୍ଷତି ପହଞ୍ଚାଉଥିବା କୋଷରୁ ରକ୍ଷା କରିଥାଏ।

ବୟସ ଗଡ଼ିବା ସହ ଶରୀରରେ ଏକ ବିଷାକ୍ତ ଗ୍ୟାସ ଜାତ ହୋଇଥାଏ, ଯାହା ଡ଼ିଏନ୍ଏକୁ ମଧ୍ୟ ଖରାପ କରିଥାଏ। ଯାହା ଦ୍ବାରା ବ୍ୟକ୍ତି ଶୀଘ୍ର ବୁଢ଼ା ହେବା ସହ ବିଭିନ୍ନ ରୋଗଗ୍ରସ୍ତ ମଧ୍ୟ ହୋଇଥାନ୍ତି। ଏଥିସହ ମାରାତ୍ମକ ରୋଗ କ୍ୟାନ୍ସର ଏବଂ ଅଲଜାଇମର ଆଦିର ମଧ୍ୟ ଆଶଙ୍କା ରହିଥାଏ।

choco

ରିପୋର୍ଟରୁ ଜଣାପଡ଼ିଛି, ଆଇରନ ଏବଂ କପର ଯୁକ୍ତ ଖାଇବା ଦ୍ବାରା ଶରୀରରେ ଅନେକ କ୍ଷତି ହୋଇଥିବା ବେଳେ ଜିଙ୍କର ସେବନ ଏଥିରୁ ରକ୍ଷା କରିଥାଏ। ଅଧିକ ଆଇରନର ସେବନ ଲିଭର ସମସ୍ୟା, ମଧୁମେହ ଏବଂ ରକ୍ତଚାପ ଆଦି ସମସ୍ୟାର ମୁଖ୍ୟ କାରଣ ପାଲଟିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button