ଦେଶ ବିଦେଶ

ଆପଣଙ୍କ ଫ୍ରିଜ୍ ରୁ ବାହାରୁଛି କି ଦୁର୍ଗନ୍ଧ, ଆପଣାନ୍ତୁ ଏହି ଘରୋଇ ପ୍ରତିକାର

ଖାଦ୍ଯ ସାମଗ୍ରୀକୁ ତାଜା ରଖିବା ପାଇଁ ପ୍ରାୟ ସମସ୍ତଙ୍କ ଘରେ ଫ୍ରିଜ୍ ର ବ୍ଯବାହାର କରାଯାଇଥାଏ । କୌଣସି ବଳକା ଖାଦ୍ଯକୁ ନଷ୍ଟ ନକରି ଫ୍ରିଜ୍ ରେ ରଖାଯାଇଥାଏ । ଫଳ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ସୁଖିଲା ଏବଂ ରନ୍ଧା ଖାଦ୍ଯ, ପାନୀୟ ପଦାର୍ଥକୁ ଫ୍ରିଜ୍ ଦ୍ବାରା ଗଚ୍ଛିତ ରଖାଯାଇଥାଏ । ତେବେ, ସେ ସବୁ ଭିତରେ ବିଭିନ୍ନ ପଦାର୍ଥର ଭିନ୍ନ ଭିନ୍ନ ଗନ୍ଧ ରଖିଥାଏ । ଯାହା ଫଳରେ ତାହା ଅଧିକ ଦିନ ରହିଗଲେ ନଷ୍ଟ ହୋଇଯାଏ ଏବଂ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। ଏହି ଦୁର୍ଗନ୍ଧ କାରଣରୁ ଫ୍ରିଜ୍ ଖୋଲିବା ମାତ୍ରେ ସେଥିରୁ ଏକ ଅଜବ ଗନ୍ଧ ବାହାରିଥାଏ । ଯାହା ଏତେ ସହଜରେ ଯାଇନଥାଏ ।

1fffଯଦି ଏପରି ସମସ୍ଯାରେ ଆପଣ ପଡିଛନ୍ତି ଏବଂ ଫ୍ରିଜ୍‌ରେ ଏପରି ଦୀର୍ଘ ଦିନ ଧରି ଖାଦ୍ୟ ସାମଗ୍ରୀ ବା ପନିପରିବା ରହିବା କାରଣରୁ ଦୁର୍ଗନ୍ଧ ବାହାରୁଛି ତେବେ ଚିନ୍ତା କରିବା ଦରକାର ନାହିଁ । ସବୁ ସମସ୍ଯାର ସମାଧାନ ରହିଛି । ଆଜି ଆମେ ଆପଣଙ୍କୁ ଏହି ଫ୍ରିଜ୍ରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବାର ଅତି ସହଜ ଏବଂ ସରଳ ଉପାୟ କହିବୁ ।

ଆସନ୍ତୁ ଜାଣିବା କିପରି ଏହି ଗନ୍ଧକୁ ଦୂର କରିବେ:

୧. ପ୍ରଥମେ ଫ୍ରିଜ୍‌ ରେ ଥିବା ସମସ୍ତ ଜିନିଷକୁ ବାହାରକୁ କାଢିଦେଇ ଏକ ଶୁଖିଲା କପଡା ସାହାର୍ଯ୍ଯରେ ସମ୍ପୂର୍ଣ୍ଣ ରୂପେ ଫୋଛି ଦିଅନ୍ତୁ । ଏହାପରେ ବଜାରରେ ମିଳୁଥିବା ବିଭିନ୍ନ ସୁଗନ୍ଧଯୁକ୍ତ ଲିକ୍ବିଡକୁ ଆପଣ ବ୍ଯବହାର କରି ଫ୍ରିଜ୍ କୁ ସଫା କରିଦିଅନ୍ତୁ ।

ff2୨. ସବୁଠାରୁ ସହଜ ଉପାୟ ଆପଣଙ୍କ ଘରେ ଥିବା ଖାଇବା ସୋଡ଼ାରୁ କିଛି ଏକ ପାତ୍ରରେ ଆଣି ତାକୁ ଫ୍ରିଜ୍‌ରେ ରଖି ଦିଅନ୍ତୁ ଦେଖିବେ ଏହା ଦ୍ୱାରା କିପରି ଦୁର୍ଗନ୍ଧ ଦୂର ହୋଇଯିବ।

ff5୩. ଖବରକାଗଜ ଫ୍ରିଜ୍‌ର ଦୁର୍ଗନ୍ଧକୁ ଦୂର କରିବାରେ ବେଶ୍ ସାହାଯ୍ୟ କରିଥାଏ । ଫ୍ରିଜ୍‌ରେ ଯେଉଁ ଜିନିଷ ରଖୁଛନ୍ତି ତାହାକୁ ଖବରକାଗଜ ଗୁଡ଼ାଇ ରଖନ୍ତୁ କିମ୍ବା ଫ୍ରିଜ୍‌ରେ ଏକ ପେପର୍‌ ବଣ୍ଡଲ୍‌ ରଖି ଦିଅନ୍ତୁ । ଏହାଦ୍ବାରା ଦୁର୍ଗନ୍ଧ ଅତି ସହଜରେ ଦୂର ହୋଇଯିବ।

ff4୪.ପୋଦିନା ପତ୍ରର ବାସ୍ନା ଆମ ସମସ୍ତଙ୍କୁ ପ୍ରାୟ ବହୁତ ଭଲ ଲାଗିଥାଏ । ଏକ ପୋଦିଆ ପତ୍ରକୁ ଆଣି ସେଥିରୁ ରସ ବାହାର କରି ସେହି ରସକୁ ଫ୍ରିଜ୍‌ ସଫ। କରୁଥିବା ପାଣିରେ ମିଶାଇ ଫୋଛିଦିଅନ୍ତୁ । ନ ହଲେ ଏକ ପାତ୍ରରେ ଏହି ପୋଦିନା ରସକୁ ନେଇ ରଖିଦିଅନ୍ତୁ ଦେଖିବେ ଦୁର୍ଗନ୍ଧ କିପରି ଦୂର ହେବ।

Refrigerator. ଲେମ୍ବୁ ମୁଖ୍ଯତଃ ବିଭିନ୍ନ ଦୁଗନ୍ଧ ଏବଂ ଦାଗ ଦୂର କରିବାରେ ବହୁତ ସାହାର୍ଯ୍ଯ କରିଥାଏ । ଆପଣ   ମଧ୍ୟ ଫ୍ରିଜ୍‌ରୁ ଦୁର୍ଗନ୍ଧ ଦୂର କରିବାରେ ଏହି ଲେମ୍ବୁର ସାହାଯ୍ୟ ନେଇପାରିବେ । ଏକ ଗିନା ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଫ୍ରିଜ୍‌ରେ ରଖିଦିଅନ୍ତୁ, ଦେଖିବେ କିପରି ଦୁର୍ଗନ୍ଧ ଦୂର ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button