ଧର୍ମ

ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇବା ପାଇଁ ଶଙ୍ଖର କରନ୍ତୁ ଏପରି ପୂଜା

ହିନ୍ଦୁ ଧର୍ମରେ ମାର୍ଗଶୀର ମାସରେ ଶଙ୍ଖ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି ବୋଲି କୁହାଯାଏ। ମାର୍ଗଶୀର ମାସରେ କୌଣସି ବି ଶଙ୍ଖକୁ ଭଗବାନ ଶ୍ରୀକ୍ରୁଷ୍ଣଙ୍କର ପଞ୍ଚଜନ୍ୟ ଶଙ୍ଖ ଭାବି ତାହାର ପୂଜା-ଅର୍ଚ୍ଚନା କରିବା ଆବଶ୍ୟକ। ଏହାକୁ ପୂଜା କରିବା ଦ୍ବାରା ମନୁଷ୍ୟଙ୍କର ସମସ୍ତ ଇଚ୍ଛା ପୂରା ହୋଇଯାଇଥାଏ। ସେହିଭଳି ବିଷ୍ଣୁ ପୁରାଣ ଅନୁସାରେ ଶଙ୍ଖ ସମୁଦ୍ର ମନ୍ଥନ ସମୟରେ ୧୪ଟି ରତ୍ନ ମଧ୍ୟରୁ ମିଳିଥିଲା। ଏହି ରତ୍ନକୁ ସୁଖ-ସୌଭାଗ୍ୟର ବ୍ରୁଦ୍ଧି ପାଇଁ ନିଜ ଘରେ ରଖି ପୂଜା କରିବା ଶୁଭ ବୋଲି ଧରାଯାଏ।
କେମିତି କରିବେ ପୂଜା

shankh-ସର୍ବପ୍ରଥମେ ସକାଳୁ ଉଠି ସ୍ନାନ କରି ସ୍ବଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଏହାପରେ ଏକ ପାତ୍ର ଉପରେ ଶଙ୍ଖ ରଖନ୍ତୁ। ଏହା ପରେ ଶଙ୍ଖକୁ କଞ୍ଚା କ୍ଷୀର କିମ୍ବା ଜଳରେ ସ୍ନାନ କରାନ୍ତୁ ଏବଂ ସଫା କପଡାରେ ତାହାକୁ ପୋଛି ଦିଅନ୍ତୁ।

-ଏହାପରେ ଘିଅର ଦୀପ ଜଳାଇ ଧୂପ ଲଗାନ୍ତୁ। ଶଙ୍ଖ ଉପରେ କ୍ଷୀର ଏବଂ କେସରର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଘୋଳରେ ଶ୍ରୀ ଏକାକ୍ଷରୀ ମନ୍ତ୍ର ଲେଖନ୍ତୁ। ତାହାକୁ ଚାନ୍ଦୀ କିମ୍ବା ତମ୍ବା ପାତ୍ରରେ ସ୍ଥାପନା କରି ଦିଅନ୍ତୁ।

-ଏହାପରେ ଶଙ୍ଖ ପୂଜା କରିବାର ମନ୍ତ୍ର ଜପ କରି କୁଙ୍କୁମ, ଚାଉଳ ଅର୍ପଣ କରି ଧଳା ଫୁଲ ଚଢ଼ାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button