ଦେଶ ବିଦେଶ

ହାଇ ହିଲ୍ସ ପିନ୍ଧୁଛନ୍ତି ଯଦି ହୋଇଯାନ୍ତୁ ସାବଧାନ !

ମହିଳା ମାନେ ସୁନ୍ଦର ଦେଖାଯିବା ଲାଗି ଅନେକ ପ୍ରକାରର ଜିନିଷ ବ୍ୟବହାର କରିଥାନ୍ତି। ମହିଳାମାନେ ନିଜକୁ ଷ୍ଟାଇଲିସ୍ଟ ଲୁକ ଦେବା ପାଇଁ ହାଇହିଲ ପିନ୍ଧିଥାନ୍ତି। ଏହି ହାଇହିଲ ବ୍ୟବହାର କରିବା ଯେ ତାଙ୍କ ପାଇଁ କ୍ଷତିକାରକ ସେମାନେ ଜାଣି ନାହାନ୍ତି। ଏହାକୁ ବ୍ୟବହାର କରିବା ଦ୍ବାରା ଶରୀରକୁ ବହୁତ ପ୍ରକାରର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ହାଇହିଲ ବ୍ୟବହାର କଲେ ଶରୀରକୁ କଣ ସବୁ ପ୍ରଭାବ ପଡିଥାଏ।

high heel– ଏକ ସର୍ଭେ ଅନୁଯାୟୀ ହାଇ ହିଲ୍ ପିନ୍ଧୁଥିବା ମହିଳାମାନଙ୍କ ମଧ୍ୟରେ ପାଖାପାଖି ୮୫% ମହିଳାଙ୍କର ଗୋଡବିନ୍ଧା, ପିଠି ଯନ୍ତ୍ରଣା ହୋଇଥାଏ।

– ସବୁବେଳେ ହାଇ ହିଲ୍ ପିନ୍ଧିବା ଦ୍ୱାରା ଗୋଡ଼ର ଗୋଇଠି ଉପରେ ପ୍ରଭାବ ପଡ଼ିବା ସହ ପାଦର ସ୍ନାୟୁ ଓ ମାଂସପେଶୀ ଦୁର୍ବଳ ହୋଇଯାଏ।

– ହାଇ ହିଲର ଆକୃତି ଏପରି ହୋଇଥାଏ ଯେ, ଏହା ଦ୍ୱାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇଯାଇଥାଏ। ଯାହା ଦ୍ୱାରା ଶରୀରକୁ ରକ୍ତ ସଞ୍ଚାଳନ ଠିକ୍ ହୋଇ ନ ଥାଏ। ବହୁବାର ରକ୍ତନଳୀ ଭାଙ୍ଗିଯିବାର ମଧ୍ୟ ସମ୍ଭାବନା ଥାଏ।

high– ହାଇ ହିଲ୍ ପିନ୍ଧିବା ଦ୍ୱାରା ଆଣ୍ଠୁରେ ଯନ୍ତ୍ରଣା ବଢିବାକୁ ଲାଗିଥାଏ ଓ ଯେତେବେଳେ ଆପଣ ଏହାକୁ ପିନ୍ଧି ଚାଲିଥାନ୍ତି ସେତେବେଳେ ଆପଣଙ୍କ ଗୋଡ଼ ସ୍ୱଭାବିକ ଭାବେ ବଙ୍କା ହୋଇ ନ ଥାଏ, ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ୱାରା ତଳ ଅଣ୍ଟା ବ୍ୟଥା ଆରମ୍ଭ ହୋଇଯାଏ।

– କେବଳ ଯେ, ଅଣ୍ଟା ବିନ୍ଧେ ତାହା ନୁହଁ, ହାଇ ହିଲ୍ ପିନ୍ଧିଲେ ଆମ ମେରୁଦଣ୍ଡରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ। ଫଳରେ ପିଠି ଓ ବେକ ଯନ୍ତ୍ରଣା ହୁଏ। ବେଳେ ବେଳେ ମୁଣ୍ଡ ମଧ୍ୟ ବ୍ୟଥା ମଧ୍ୟ ହୋଇଥାଏ।

-ଯଦି ଆପଣଙ୍କ ଓଜନ ଅଧିକା ଥାଏ ତେବେ ହାଇ ହିଳ ଆପଣଙ୍କ ସନ୍ତୁଳନକୁ ବିଗାଡି ଦେବ। ଯଦି ଆପଣ ଅଧିକ ସମୟ ଧରି ହାଇ ହିଲ୍ସ ପିନ୍ଧୁଛନ୍ତି ତେବେ ଏହା ମାଂସପେଶୀକଚ କ୍ଷତି ପହଁଚାଇଥାଏ।

heel

ଯଦି ଆପଣ ହାଇ ହିଲସ ହାଇ ହିଲ ଦ୍ବାରା ହେଉଥିବା କ୍ଷତି ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏହା ଉପରେ ଧ୍ୟାନ ଦିଅନ୍ତୁ

-ହାଇ ହିଲ ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲ ବ୍ୟବହାର ବେଳେବେଳେ କରନ୍ତୁ। ଫ୍ଲାଟସ୍ ବା ସ୍ଲିପର ବ୍ୟବହାର କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଏକ ଷ୍ଟାଇଲିସ୍ ଓ ସ୍ମାର୍ଟ ଲୁକ୍ ଦେବ।

-ମିଟିଙ୍ଗ ଆଦିରେ ଆପଣ ବସିଥିବା ବେଳେ ନିଜ ଜୋତାକୁ ଖୋଲି ପାଦକୁ ଚଟାଣରେ ରଖି ପାରିବେ। ଏହା ଦ୍ବାରା ପାଦକୁ ଆରାମ ମିଳିଥାଏ।

high heels-ପାଦର ରିଲାକ୍ସ ପାଇଁ ୨୦-୩୦ ମିନିଟ ବ୍ୟବଧାନରେ ଜୋତାକୁ ଖୋଲି ଦିଅନ୍ତୁ।

-ହାଇହିଲ ପିନ୍ଧି କେବେବି ଦୌଡିବାକୁ ଚେଷ୍ଟା କରନ୍ତୁ ନାହିଁ।

ଏହି ଛୋଟ ଛୋଟ ନିୟମ ଉପରେ ଧ୍ୟାନ ରଖି ଆପଣ ହାଇ ହିଲ୍ସ ଦ୍ବାରା ହେଉଥିବା ଯନ୍ତ୍ରଣାକୁ କମ୍ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button