ନୀତି

ଚାଣକ୍ୟ ନୀତି : ସୁସ୍ଥ ରହିବ ପାଇଁ ଏପରି ପିଅନ୍ତୁ ପାଣି ଏବଂ ଜାଣନ୍ତୁ ଜୀବନକୁ ସଫଳ କରିବାର କିଛି ଟିପ୍ସ

ରାଜନୀତିର ପ୍ରକାଣ୍ଡ ପଣ୍ଡିତ କୌଟିଲ୍ୟ (ଆଚାର୍ଯ୍ୟ ଚାଣକ୍ୟ) ଦୈନିକ ଜୀବନରେ କାର୍ଯ୍ୟ,ବ୍ୟବହାର ଏବଂ ଆଚରଣକୁ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ ନିୟମ କହିଥିଲେ ଯାହା ଏବେ ମଧ୍ୟ ପ୍ରଚଳିତ ହେଉଛି। ଯଦି ଆପଣ ଆପଣଙ୍କ ଦୈନ୍ୟନ୍ଦିନ ଜୀବନରେ ଏହି ନିୟମର ପାଳନ କରୁଥିବେ ତେବେ ଆପଣ ବଡ ବଡ ସମସ୍ୟାରୁ ରକ୍ଷା ପାଇପାରିବେ। ତେବେ ଆଜି ଆପଣଙ୍କୁ ଜଣାଇବୁ ଦୈନ୍ୟନ୍ଦିନ କାର୍ଯ୍ୟରେ କେଉଁ ଜିନିଷକୁ ନେଇ ଦୂରେଇ ରହିବା ଆବଶ୍ୟକ।

ଖାଦ୍ୟ ସାତ୍ତ୍ବିକ ହେବା ଆବଶ୍ୟକ

ଚାଣକ୍ୟ କହିଛନ୍ତି ଯେ ଆମେ ଯେଉଁ ଖାଦ୍ୟ ଖାଇଥାନ୍ତି ତାର ସିଧା ପ୍ରଭାବ ଆମ ସ୍ବଭାବ ଉପରେ ପଡିଥାଏ। ଯଦି ଆମେ ଖାଦ୍ୟରେ ସାତ୍ତ୍ବିକ ଆହାର ଯଥା ରଷୁଣ, ପିଆଜ ଏବଂ ମାଂସ ନେଉଛନ୍ତି ତେବେ ଆମର ବିଚାର ଶକ୍ତି ଉଜ୍ଜ୍ବଳ ହେବ।

ଏମିତି ପିଅନ୍ତୁ ପାଣି

water drinkଚାଣକ୍ୟଙ୍କ ଅନୁସାରେ ଖାଦ୍ୟ ଖାଇବାର କିଛି ସମୟ ବ୍ୟବଧାନରେ ପାଣି ପିଇବା ଆବଶ୍ୟକ। ଏହିଭଳି ଭାବେ ପାଣି ପିଇଲେ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ଏବଂ ଏହା ଅମ୍ରୁତ ଭଳି କାମ ଦେଇଥାଏ। ଅବଶ୍ୟ ଖାଦ୍ୟ ଖାଇବା ମଝିରେ ମଧ୍ୟ ପାଣି ପିଇପାରିବ। କିନ୍ତୁ ଖାଦ୍ୟ ଖାଇବାର ତୁରନ୍ତ ପାଣି ପିଇବା ଉଚିତ ନୁହେଁ। ଏହା ଶରୀର ପାଇଁ ବିଷ ଭଳି କାମ କରିଥାଏ ।

ଉଚ୍ଚ ବିଚାରଧାରା ବ୍ୟକ୍ତି

ଚାଣକ୍ୟଙ୍କ ଅନୁଯାୟୀ ଯେଉଁ ଲୋକମାନେ ଉଚ୍ଚ ଚିନ୍ତାଧାରା ବ୍ୟକ୍ତିତ୍ବର ହୋଇଥାନ୍ତି ସେମାନେ ସବୁବେଳେ ବିଦ୍ୟା ହାସଲ କରିଥାନ୍ତି। ଏହୋ ସହିତ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ କରିବାକୁ ଚାହିଁଥାନ୍ତି। ଅସତ୍ୟ ବୁଦ୍ଧିର ବ୍ୟକ୍ତିମାନେ ଟଙ୍କା ଏବଂ ପ୍ରତିଷ୍ଠା ପଛରେ ଦୌଡିଥାନ୍ତି। ସେହିଭଳି ନିଚ ଭାବନାର ଲୋକମାନେ ଜୀବନ ସାରା କେବଳ ଟଙ୍କା ପଛରେ ଗୋଡାଇଥାନ୍ତି।

Chanakya

ଯୋଗ୍ୟ ବ୍ୟକ୍ତିଙ୍କୁ ହିଁ ଦିଅନ୍ତୁ ଧନ ସମ୍ପତ୍ତି

ଚାଣକ୍ୟ କହିଛନ୍ତି ଯେ ଧନ-ସମ୍ପତ୍ତି ସବୁବେଳେ ଯୋଗ୍ୟ ବ୍ୟକ୍ତିଙ୍କୁ ଦେବା ଆବଶ୍ୟକ, କାରଣ ତାହାର ସଦୁପଯୋଗ ହୋଇପାରିବ। ଧନ-ସମ୍ପତ୍ତି ଏମିତି ଲୋକକୁ ଦେବା ଉଚିତ ନୁହେଁ,ଯିଏ ଏହାର ଯୋଗ୍ୟ ହୋଇନଥାଏ।

ଜ୍ଞାନର କରନ୍ତୁ ସଦୁପଯୋଗ

ଚାଣକ୍ୟଙ୍କ ଅନୁସାରେ ଯଦି ଆପଣ ଜ୍ଞାନର ଠିକ ଉପାୟରେ ପ୍ରୟୋଗ ନକରନ୍ତି ତେବେ ତାହାର କୌଣସି ମୂଲ୍ୟ ରହେ ନାହିଁ। ମଣିଷ ଯେତେବେଳେ ଜ୍ଞାନର ଠିକ ଉପଯୋଗ କରେ ନାହିଁ ସେତେ ପର‌୍ୟ୍ୟନ୍ତ ତାହା ବ୍ୟର୍ଥ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button