ଦେଶ ବିଦେଶ

ବାପା-ମା’ ଧ୍ୟାନ ଦିଅନ୍ତୁ ! ପିଲାଙ୍କର ଆତ୍ମବିଶ୍ବାସ ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୫ ଟିପ୍ସ

ପିଲାମାନେ ବହୁତ କୋମଳ ହୋଇଥାନ୍ତି, ଏଥିପାଇଁ ତାଙ୍କର ସ୍ବତନ୍ତ୍ର ଭାବରେ ଯତ୍ନ ନେବା ଆବଶ୍ୟକ ଅଟେ। ଛୋଟବେଳରୁ ହିଁ ପିଲାମାନେ ଶିକ୍ଷା ପାଇଥାନ୍ତି। କିଛି ପିଲାଙ୍କ ଭିତରେ ଛୋଟବେଳରୁ ହିଁ ଆତ୍ମବିଶ୍ବାସ ରହିଥାଏ ତ ଅନ୍ୟ କେତେ ଜଣଙ୍କ ପାଖରେ ଏହି ଆତ୍ମବିଶ୍ବାସ କମ୍ ରହିଥାଏ ଯାହା ଦ୍ବାରା ସେମାନଙ୍କ ଜୀବନ ପ୍ରଭାବିତ ହୋଇଥାଏ। ଏମିତି ପରିସ୍ଥିତିରେ ଏହା ମାତା-ପିତାଙ୍କର କର୍ତ୍ତବ୍ୟ ଯେ ସେମାନେ ପିଲାଙ୍କର ଖାସ ଧ୍ୟାନ ନେଇ ସେମାନଙ୍କ ଭିତରର ଆତ୍ମବିଶ୍ବାସକୁ ବଢ଼ାଇବା ଉଚିତ। ପିଲାମାନେ ନିଜ ବାପା-ମା’ଙ୍କ କଥା ସବୁଠାରୁ ବେଶି ଶୁଣିଥାନ୍ତି। ଏଥିପାଇଁ ଆପଣଙ୍କ ପିଲାର ଆତ୍ମବିଶ୍ବାସ ବଢ଼ାଇବାକୁ ହେଲେ ଆପଣଙ୍କୁ ଛୋଟବେଳରୁ କରିବା ଆବଶ୍ୟକ।

ତାଙ୍କର ପ୍ରଶଂସା କରନ୍ତୁ

childrenଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କ ପିଲା ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଦେଖିବାକୁ ମିଳୁଛି, ତେବେ ଆପଣ ନିଜ ପିଲାକୁ ତାର ଭଲ କାର୍ଯ୍ୟରେ ପ୍ରଶଂସା କରନ୍ତୁ। ସେ ଛୋଟ କାମ କଲେ ମଧ୍ୟ ତାର ପ୍ରଶଂସା କରିବା ଆବଶ୍ୟକ। ଏପରି କରିବା ଦ୍ବାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିଥାଏ ଏବଂ ସେମାନେ ଆଗ୍ରହ ପ୍ରକାଶ କରି ଆହୁରୀ ଭଲ କାମ କରିବାକୁ ଚେଷ୍ଟା କରିଥାଏ।

ସେମାନଙ୍କ ସହିତ ଖୋଲିକି କଥା ହୁଅନ୍ତୁ

ପିଲାମାନଙ୍କ ସହିତ ସବୁବେଳେ କଥାବାର୍ତ୍ତା କଲେ ମଧ୍ୟ ସେମାନଙ୍କ ଭିତରେ ଥିବା ଆତ୍ମବିଶ୍ବାସ ବଢ଼ିଥାଏ। ସବୁବେଳେ ତାଙ୍କୁ ଭୁଲ ଏବଂ ଠିକ ମଧ୍ୟରେ ଥିବା ପାର୍ଥକ୍ୟ ଜଣାଇବା ଆବଶ୍ୟକ।

mother child

ତାଙ୍କର ଭୁଲରେ ସେମାନଙ୍କୁ ଗାଳି ଦିଅନ୍ତୁ ନାହିଁ

ଯଦି ଆପଣଙ୍କ ପିଲା କୌଣସି ଭୁଲ କରିଛି ତେବେ ତାକୁ ଗାଳି ନଦେଇ ବୁଝାଇବା ଆବଶ୍ୟକ। ଯାହାଦ୍ବାରା ସେ କରିଥିବା ଭୁଲକୁ ପୁର୍ନବାର କରିବା ନାହିଁ। ଯଦି ଆପଣ ସେମାନଙ୍କ ଉପରେ ରାଗୁଛନ୍ତି ତେବେ ସେମାନଙ୍କର ଆତ୍ମବିଶ୍ବାସ କମି ଯାଇଥାଏ।  

ତାଙ୍କୁ ଉତ୍ସାହିତ କରନ୍ତୁ

parentsନିଜ ପିଲାଙ୍କର ଆତ୍ମବିଶ୍ବାସକୁ ବଢ଼ାଇବା ପାଇଁ ତାଙ୍କର ସବୁ ଛୋଟ ବଡ କଥାରେ ତାଙ୍କୁ ପ୍ରତ୍ସୋହନ କରିବା ଆବଶ୍ୟକ। ସେମାନଙ୍କୁ ଏହା ଜଣାଇବାକୁ ପଡିବ ଯେ କୌଣସି ବି କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ରହିବା ଆବଶ୍ୟକ।

କାହାର ଉଦାହରଣ ଦେଇ ବୁଝାନ୍ତୁ

ଯଦି ଆପଣଙ୍କୁ ଲାଗିବ ଯେ ଆପଣଙ୍କ ପିଲା ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଦେଖାଯାଉଛି ତେବେ ଆପଣଙ୍କୁ କାହାର ଉଦାହରଣ ଦିଅନ୍ତୁ ଯାହାଙ୍କ ବିଷୟରେ ଜାଣିଲା ପରେ ତାଙ୍କ ଭିତରେ ଥିବା ଆତ୍ମବିଶ୍ବାସ ବଢ଼ିଯିବ ଏବଂ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button