ଧୂମପାନରେ ଆପଣଙ୍କ ଓଠର ରଙ୍ଗ କଳା ପଡିଯାଇଛି କି ? ତେବେ ଗୋଲାପି କରିବାକୁ ଆପଣାନ୍ତୁ ଏହି ଉପାୟ

ଆଜିକାଲିର ଯୁବପିଢ଼ିଙ୍କ ପାଇଁ ଧୂମପାନ କରିବା ଏକ ସଉକ ହୋଇଗଲାଣି। ଅଧିକାଂଶ ଯୁବ ପିଢ଼ି ଏହି ଅଭ୍ୟାସରୁ ନିଜକୁ ନିବ୍ରୁତ୍ତ କରିପାରୁ ନାହାନ୍ତି। ଏହା ଏପରି ଏକ ଜିନିଷ, ଯାହା ଥରେ ଅଭ୍ୟାସରେ ପଡିଗଲେ, ସେଥିରୁ ବାହାରିବା ବହୁ କଷ୍ଟକର ହୋଇଥାଏ। ଧୂମପାନ କରିବା ଦ୍ବାରା ଓଠର ରଙ୍ଗ କଳା ପଡିଯାଏ। ଓଠର ରଙ୍ଗ ପୂର୍ବପରି ଗୋଲାପି କରିବାକୁ ଲୋକମାନେ ଅନେକ ପ୍ରକାର ଉପାୟକୁ ଆପଣେଇଥାନ୍ତି । ଆଉ ଏକ ସମସ୍ୟା ହେଉଛି ଶୀତ ଦିନରେ ଓଠ ଫାଟିବା। ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ।
ବେକିଙ୍ଗ ସୋଡା
ବେକିଙ୍ଗ ସୋଡାରେ କିଛି ବୁନ୍ଦା ତେଲ ମିଶାଇ ଓଠରେ ଲଗାନ୍ତୁ। କିଛି ସମୟ ଏହାକୁ ମାଲିସ କରନ୍ତୁ। ଏହି ସ୍କ୍ରବ ଆପଣଙ୍କ ଓଠକୁ ଗୋଲାପି କରିବାରେ ସାହାଯ୍ୟ କରିବ ।
ଚିନି
ଏକ ଚାମଚ ଚିନିରେ କିଛି ବୁନ୍ଦା ମହୁ ମିଶାଇ ଓଠରେ ମସାଜ କରନ୍ତୁ । ୨ ମିନିଟ ପରେ ଏହାକୁ ଉସୁମ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ପେଟ୍ରୋଲିୟମ ଜେଲି ଲଗାଇବା ଭୁଲନ୍ତୁ ନାହିଁ ।
ମହୁ
୨ ଚାମଚ ଚିନିରେ ଅଧା ଚାମଚ ମହୁ, ଭାନିଲା ଏସେନ୍ସ ଏବଂ ଅଧା ଚାମଚ ଅଲିଭ ଅଏଲ ମିସାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କିଛି ସମୟ ପାଇଁ ଓଠରେ ମାଲିସ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଓଠ କୋମଳ ରହିବ ।
କଫି ସ୍କ୍ରବ
କଳା ଓଠ ସମସ୍ୟାକୁ ଦୂର କରିବା ପାଇଁ କଫି ସ୍କ୍ରବ ଖୁବ୍ ଲାଭଦାୟକ ହୋଇଥାଏ । କଫି ମଞ୍ଜିକୁ ବାଟି ଦିଅନ୍ତୁ ଏବଂ ଏଥିରେ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ କିଛି ସମୟ ପାଇଁ ଓଠରେ ମାଲିସ କରନ୍ତୁ ଏବଂ ହାଲୁକା ଉସୁମ ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଓଠ ଗୋଲାପି ରଙ୍ଗ ହୋଇଯିବ ।
ଅଲିଭ ଅଏଲ
୧ ଚାମଚ ଚିନିରେ କିଛି ବୁନ୍ଦା ଅଲିଭ ଅଏଲ ମିଶାଇ ଓଠରେ ଲଗାଇବା ଦ୍ୱାରା ଫଟା ଓଠର ସମସ୍ୟା ଦୂର ହୋଇଥାଏ ।



