ଆପଣଙ୍କ ବିଉଟି ପ୍ରଡକ୍ଟସ ଏକ୍ସପାୟାର ହୋଇଯାଇଛି କି ? ତେବେ ଏଭଳି କରନ୍ତୁ ବ୍ୟବହାର

ସବୁ ମହିଳା ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି। ଏଥିପାଇଁ ସେମାନେ ମେକଅପର ସାହାରା ନେଇଥାନ୍ତି। ନିଜକୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ବହୁତ ପ୍ରକାର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। କିନ୍ତୁ ବହୁତ ଥର ଏମିତି ହୋଇଥାଏ ଯେ ମେକଅପ୍ ପ୍ରଡକ୍ଟସ ଏକ୍ସପାୟର ହୋଇଯାଏ, ଯାହା ପରେ ଆପଣ ତାକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ ବିଷୟରେ ଜଣାଇବୁ ଯାହାକୁ ଆପଣ ତାକୁ ପୂର୍ନବ୍ୟବହାର କରିପାରିବେ।
ଏହିଭଳି କରନ୍ତୁ ବ୍ୟବହାର
ଆଇସ୍ୟାଡୋ
ଆଖିର ସୁନ୍ଦରତା ବଢ଼ାଇବା ପାଇଁ ଆଇସ୍ୟାଡୋ ବ୍ୟବହାର କରାଯାଇଥାଏ। ଆଇସ୍ୟାଡୋରେ ବହୁତ ପ୍ରକାରର ରଙ୍ଗ ରହିଥାଏ। ଯାହାର ବ୍ୟବହାର ଏକ୍ସପାୟାର ହେବାପରେ ନେଲ ପେଣ୍ଟ କରାଯାଇପାରିବ। ଏହାକୁ ପେଶୀ ଟ୍ରାନ୍ସପରେଣ୍ଟ ନେଲ ପେଣ୍ଟରେ ପକାନ୍ତୁ ଏବଂ ଏହାକୁ ବନ୍ଦ କରି ଭଲଭାବେ ଫେଣ୍ଟନ୍ତୁ।
ମେକଅପ୍ ବ୍ରଶ
ମେକଅପ୍ କରି କରି ମେକଅପ୍ ବ୍ରଶ ଖରାପ ହୋଇଯାଇଥାଏ। ଯାହାକୁ ନଫିଙ୍ଗି ଆପଣ କମ୍ପ୍ୟୁଟର ଏବଂ ଲାପଟପର କିବୋର୍ଡ ସଫା କରିବାରେ ବ୍ୟବହାର କରିପାରିବେ।
ଟୋନର
ଚେହେରାର ଆର୍ବଜନାକୁ ଦୂର କରିବା ପାଇଁ ଏବଂ ତାହାକୁ ସଫା କରିବା ପାଇଁ ଟୋନରର ବ୍ୟବହାର କରାଯାଇଥାଏ। ଏକ୍ସପାୟାରୀ ହେବା ପରେ ଆପଣ ଏହାକୁ ବାଥରୁମର ଟାଇଲ୍ସ, କାଚ ଏବଂ ଫ୍ଲୋର ସଫା କରିବା ପାଇଁ ବ୍ୟବହାର କରିପାରିବେ।



