ଜାଣିଛନ୍ତି କି, କିଛି ଅଶୁଭ ହେବା ପୂର୍ବରୁ ଝିଟିପିଟି ଦେଇଥାଏ ସଙ୍କେତ !

ସମସ୍ତଙ୍କ ଜୀବନରେ ଭଲ ଓ ଖରାପ ସମୟ ସମାନ୍ତରାଳରେ ଚାଲିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଆମ ଜୀବନରେ ହେବାକୁ ଥିବା ଖରାପ ଏବଂ ଭଲ ଘଟଣା ବିଷୟରେ ଆମ ଚର୍ତୁପାଶ୍ବରେ ଥିବା ପ୍ରାଣୀ ସୂଚନା ଦେଇଥାନ୍ତି। ଏହି ପ୍ରାଣୀ ମାନଙ୍କ ମଧ୍ୟରେ ଗୋଟିଏ ହେଉଛି ଝିଟିପିଟି। ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କିନ୍ତୁ ଆପଣଙ୍କର ଖରାପ ସମୟ ଆସିବା ପୂର୍ବରୁ ଝିଟିପିଟି କିଛିଟା ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ତାହା କଣ ।

– ଯଦି ଆପଣ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଆପଣଙ୍କୁ କବାଟରେ ଝିଟିପିଟି ଦେଖାଦିଏ। ତେବେ ଜାଣି ନିଅନ୍ତୁ କି ଆପଣଙ୍କ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି। କିମ୍ବା ଆପଣ ଯେଉଁ କାମ କରିବା ପାଇଁ ବାହାରୁଛନ୍ତି ସେଥିରେ କିଛିଟା ବାଧା ଦେଖାଦେବ।
– ଗୃହ ପ୍ରବେଶ ସମୟରେ ଯଦି ଘରେ ମରିଯାଇଥିବା ଝିଟିପିଟି ଦେଖାଯାଏ ତେବେ ତାହା ଖରାପ ସମୟର ସଙ୍କେତ । ଏହାଠାରୁ ବଞ୍ଚିବା ପାଇଁ ଘରଶାନ୍ତି ପୂଜନ କରିବା ଉଚିତ୍ ।
-କିଛି ଶୁଭ କାମ ପୂର୍ବରୁ ମଧ୍ୟ ମରିଥିବା ଝିଟିପିଟି ଦେଖିବା ଅଶୁଭ। ଏହା ଦ୍ବାର ସଠିକ୍ ହେଉଥିବା କାମ ମଧ୍ୟ ବିଗିଡି ଯିବାର ସମ୍ଭାବନା ରହିଥାଏ।



