ଦେଶ ବିଦେଶ

ଶୀତ ଦିନରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କରମଙ୍ଗା ଆଚାର

ଶୀତ ଦିନେ ବଜାରରେ କରମଙ୍ଗା ବହୁତ ସହଜରେ ମିଳିଯାଇଥାଏ। ଏହା ପ୍ରାୟ ସମସ୍ତଙ୍କ ବାଡିରେ ଥାଏ। ଏହା ଖାଇବାକୁ ବହୁତ ସୁଆଦିଆ ଲାଗେ। ଏହାର ଆଚାର ଯିଏ ଥରେ ଖାଇଥାଏ ସବୁଦିନ ଖାଇବାକୁ ଇଚ୍ଛା କରିଥାଏ। ଆସନ୍ତୁ ଜାଣିବା କରମଙ୍ଗାର ଆଚାର କେମିତି ହେବ ପ୍ରସ୍ତୁତ।

କରମଙ୍ଗା ଆଚାର ପାଇଁ ସାମଗ୍ରୀ

କରମଙ୍ଗା – ୨୫୦ ଗ୍ରାମ

ସୋରିଷ ତେଲ – ୧୦୦ ଗ୍ରାମ

ହେଙ୍ଗୁ – ୨ ରୁ ୩ ଚିମୁଟା

ହଳଦୀ ପାଉଡର – ୨ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧ ଛୋଟ ଚାମଚ

ହଳଦିଆ ସୋରିଷ – ୧ ବଡ ଚାମଚ (ପେସି ଦିଅନ୍ତୁ)

ଲୁଣ – ୨ ଛୋଟ ଚାମଚ କିମ୍ବର ସ୍ବାଦ ଅନୁସାରେ

OLYMPUS DIGITAL CAMERAପ୍ରସ୍ତୁତି ପ୍ରଣାଳୀ

କରମଙ୍ଗାକୁ ଧୋଇ ଶୁଖାଇ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ। ଏକ ଫ୍ରାଇଙ୍ଗ ପ୍ୟାନରେ ତେଲ ଗରମ କରନ୍ତୁ। ଏହାପରେ ଗ୍ୟାସକୁ ବନ୍ଦ କରି ଗରମ ତେଲରେ ହେଙ୍ଗୁ ପକାନ୍ତୁ। ଏବେ ତେଲରେ ହଳଦି ପାଉଡର ପକାନ୍ତୁ। ତେଲରେ କରମଙ୍ଗା,ଲୁଣ,ଳାଲ ଲଙ୍କା ଏବଂ ପେସା ହୋଇଥିବା ହଳଦିଆ ସୋରିଷକୁ ମିଶାଇ ଦିଅନ୍ତୁ।

କରମଙ୍ଗା ଆଚାର ଏବେ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଥଣ୍ଡା କରନ୍ତୁ ଏବଂ ଗୋଟିଏ କାଚ ବୋତଲରେ ଭରି ଦିଅନ୍ତୁ। ଆପଣ ଏହି ଆଚାରକୁ ତୁରନ୍ତ ଖାଇପାରିବେ। ୩ରୁ୪ ଦିନ ପାଇଁ ଏହି ଆଚାରକୁ ଗୋଟିଏ ଚାମଚରେ ଏପଟ ସେପଟ କରନ୍ତୁ। ଅଚାରକୁ ଅଧିକ ଦିନ ରଖିବା ପାଇଁ ଆଚାରରେ ତେଲ ଢ଼ାଳନ୍ତୁ। ଯଦି ଆପଣ ଏହି ଆଚାରକୁ ପର‌୍ୟ୍ୟାପ୍ତ ତେଲରେ ଭରି କରି ରଖିବେ, ତେବେ ଏହାକୁ ୬ ମାସ ପର‌୍ୟ୍ୟନ୍ତ ଖାଇବା ପାଇଁ ରଖିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button