ଦେଶ ବିଦେଶ

ପୋଡ଼ା ପାଉଁରୁଟି ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଯାଇପାରେ ଜୀବନ

ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ସକାଳ ଜଳଖିଆରେ ପାଉଁରୁଟି ଖାଇବାକୁ ପସନ୍ଦ କରନ୍ତି। ଚା ସହ ହେଉବା ଜାମ୍-ବଟର ପାଉଁରୁଟି ସବୁ ଥିରେ ଭଲ ଲାଗେ। କିଛି ଲୋକ ସମୟ ବଞ୍ଚାଇବାକୁ ଯାଇ ମଧ୍ୟ ପାଉଁରୁଟିର ସେବନ କରିଥାନ୍ତି। କିନ୍ତୁ ବେଳେବେଳେ ବ୍ୟସ୍ତତା କାରଣରୁ ପାଉଁରୁଟି କିଛି ଅଧିକ ପରିମାଣର ପୋଡ଼ିଯାଇଥାଏ। କିନ୍ତୁ ଏହି ପୋଡ଼ିଯାଇଥିବା ପାଉଁରୁଟି ଯଦି ଆପଣ ଖାଉଛନ୍ତି ତେବେ ହୋଇଯାଆନ୍ତୁ ସଜାଗ। କାରଣ ଏନେଇ ଆପଣଙ୍କ ଜୀବନ ପ୍ରତି ରହିଛି ବିପଦ।

bread

ନିକଟରେ ମିଳିଥିବା ଏକ ରିପୋର୍ଟ ମୁତାବକ, ଯେଉଁ ଖାଦ୍ୟରେ ଅଧିକ ପରିମାଣର ଷ୍ଟାର୍ଚ ରହିଥାଏ, ତାହାକୁ ଅଧିକ ଗରମ କରିବା ଅନୁଚିତ୍। ଏହା ଦ୍ବାରା ସେଥିରୁ ଏକ୍ରିଲାମାଇଡ଼୍ ନାମକ ଏକ କେମିକାଲ ବାହାରିଥାଏ। ଯାହା ଶରୀରରେ କ୍ୟାନ୍ସର ଆଶଙ୍କାକୁ ବଢ଼ାଇଥାଏ। ଏନେଇ ୟୁକେରେ ଷ୍ଟାର୍ଚ ଥିବା ଖାଦ୍ୟ ପଦାର୍ଥକୁ ଅଧିକ ସମୟ ପର‌୍ୟ୍ୟନ୍ତ ରାନ୍ଧିବା ପାଇଁ ମନା କରାଯାଇଛି।

bread 2

ରିସର୍ଚ୍ଚନୁଯାୟୀ, ଆଳୁ ଏବଂ ପାଉଁରୁଟିରେ ଏମିନୋ ଏସିଡ଼ ଅଧିକ ରହିଥାଏ। ଯାହାକୁ ଏସ୍ପେରେଗିନ୍ କୁହାଯାଇଥାଏ। ଷ୍ଟାର୍ଚ ଥିବା ପଦାର୍ଥକୁ ଅଧିକ ତାପମାତ୍ରାରେ ଗରମ କରିବାଦ୍ବାରା ଏଥିରେ ଥିବା ଏସ୍ପେରେଗିନ୍ ସହ ମିଶି ଏକ୍ରିଲାମାଇଡ଼୍ କେମିକାଲ ରିଲିଜ୍ ହୋଇଥାଏ। ଯାହାର ସେବନ ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ପୋଡ଼ିଯାଇଥିବା ଷ୍ଟଚ୍ ଥିବା ପଦାର୍ଥ ଖାଇବା ଦ୍ବାରା ତାହା ସିଧାସଳଖ ଶରୀରର ଡିଏନଏରେ ପ୍ରବେଶ କରିଥାଏ। ଏହା ଆମ କୋଷକ ଗୁଡ଼ିକୁ ବଦଳିବା ସହ କ୍ୟାନ୍ସର ହେବା ସମ୍ଭାବନାକୁ ବଢ଼ାଇ ଦେଇଥାଏ। ଏଣୁ ଆଗରୁ ପାଉଁରୁଟିକୁ ଅଧିକ ଗରମ କରିବା ପୂର୍ବରୁ ନିହାତି ଭାବେ ଧ୍ୟାନ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button