ସ୍ୱାସ୍ଥ୍ୟ

ବାରମ୍ବାର ଓଠ ଫାଟୁଥିଲେ, ଆପଣାନ୍ତୁ ଏହି ସହଜ ଘରୋଇ ଉପଚାର

ଋତୁ ବଦଳିବା ସହ ଓଠ ଫାଟିବା ସମସ୍ୟା ଦେଖାଦେଇଥାଏ। ଓଠ ଫାଟିବା ଦ୍ବାରା ଚେହେରା ଅସୁନ୍ଦର ଦେଖାଯିବା ସହ ବହୁତ ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ। ଏଥିପାଇଁ ସାଧାରଣତଃ ସମସ୍ତେ ଲିପବାମ୍ ବ୍ୟବହାର କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ ହେବାକୁ ଯାଉଛୁ ଯେଉଁଥିରେ ବିନା କଷ୍ଟରେ ଆପଣ ପାଇପାରିବେ ଚମକଦାର ଏବଂ ମୁଲାୟମ ଓଠ।

waterr

-ଅତ୍ୟାଧିକ ମାତ୍ରାରେ ପାଣି ପିଅନ୍ତୁ। ସାଧାରଣତଃ ତ୍ବଚା ଶୁଷ୍କ ହେବା ଦ୍ବାରା ଓଠ ଫାଟିବା ଦେଖାଯାଇଥାଏ। ଏଣୁ ଯଥା ସମ୍ବଭ ପାଣି ପିଅନ୍ତୁ।

-ବଦଳୁଥିବା ଋତୁ ସହ ଆପଣଙ୍କୁ ନିଜର ଡ଼ାଏଟ ମଧ୍ୟ ବଦଳିବା ଆବଶ୍ୟକ। ଓଠ ଫଟାରୁ ରକ୍ଷା ପାଇବା ପାଇଁ ନିଜ ଖାଇବାରେ ଖଟ୍ଟା ଫଳ ଯେପରିକି ଟମାଟୋ, ସବୁଜପନିପରିବା , ଗାଜର ଏବଂ କ୍ଷୀର ଆଦିକୁ ସାମିଲ କରନ୍ତୁ। ଏହାଛଡ଼ା ମସାଲାଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ।

Chapped-Lips 2

-ନଡ଼ିଆ, ବାଦାମ ବା ଯେକୌଣସି ତେଲରେ ଓଠକୁ ହାଲୁକା ମାଲିସ କରନ୍ତୁ। ଏଥିସହ ପ୍ରତିଦିନ ରାତିରେ ଅଥବା ଦିନ ସମୟରେ ୧୫ ମିନିଟ ପର‌୍ୟ୍ୟନ୍ତ ଓଠରେ ଗୋଲାପ ଜଳ ଲଗାନ୍ତୁ। ଦେଖିବେ ଓଠ ଫାଟିବା ସମସ୍ୟା ତୁରନ୍ତ ଦୂର ହୋଇଯିବ।

-ଚିନିରେ ଗ୍ଲାଇକୋଲିକ ଏବଂ ଅଲଫା-ହାଇଡ୍ରୋକ୍ସି ଏସିଡ଼ର ଗୁଣ ଭରପୁର ମାତ୍ରାରେ ରହିଥାଏ। ଏହାକୁ ଓଠରେ ଲଗାଇବା ଦ୍ବାରା ଏହା ମୁଲାୟମ ହେବା ସହ ଏହାର କଳାପଣ ଦୂର ହୋଇଥାଏ।

Sugar-and-Honey

-ଓଠ ଫଟାକୁ ଦୂର କରିବା ପାଇଁ ଖୁବ୍ ଲାଭକାରୀ ସାବ୍ୟସ୍ତ ହୋଇଥାଏ ଲେମ୍ବୁ ଏବଂ ମହୁ। ଏହାକୁ ଲଗାଇବା ଦ୍ବାରା ଓଠର ଶୁଷ୍କତା ଦୂର ହେବା ସହ ଏହା ଗୋଲାପି ଦେଖାଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button