ଦେଶ ବିଦେଶ

ତ୍ବଚାକୁ ସୁନ୍ଦର ଓ ଆକର୍ଷଣୀୟ କରିଥାଏ ଗ୍ଲିସେରିନ୍ , ଜାଣନ୍ତୁ କିପରି କରିବେ ବ୍ୟବହାର

ବିଶେଷ କରି ମହିଳାମାନେ ନିଜ ତ୍ବଚାକୁ ନେଇ ବେଶ୍ ସତର୍କ । ନିଜ ତ୍ବଚାକୁ କିପରି ସତେଜ ଓ ସୁନ୍ଦର ରଖିବେ ସେ ନେଇ ସେମାନେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରି ଏକ୍ସପେରିମେଣ୍ଟ କରିଥାନ୍ତି । ବିଶେଷ କରି ଶୀତ ଦିନେ ତ୍ବଚା ଫାଟିବା ଆଦି ସମସ୍ୟା ଦେଖାଦେଇଥାଏ । ତେବେ ଏପରି ସମସ୍ୟା ଉପୁଜିଲେ ମହିଳାମାନେ ବିଭିନ୍ନ ମଶ୍ଚରାଇଜର୍ ବ୍ୟବହାର କରିଥାନ୍ତି । ତେବେ ଏହିସବୁ ପ୍ରଡକ୍ଟରେ କେମିକାଲ୍ ମିଶିଥିବା ଯୋଗୁ ଅନେକ ସମୟରେ ଏହା ରିଆକ୍ସନ୍ ମଧ୍ୟ କରିଥାଏ। ତେବେ ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଉଛି ତେବେ ଆପଣ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ଏଥିପାଇଁ ଗ୍ଲିସେରିନ୍ ବ୍ୟବହାର କରିପାରିବେ।

ଆସନ୍ତୁ ଜାଣିବା, ଗ୍ଲିସେରିନ୍ ର କିପରି କରିବେ ବ୍ୟବହାର :

–ଗ୍ଲିସେରିନ୍ ଲଗାଇବା ଦ୍ୱାରା ସୂର‌୍ୟ୍ୟଙ୍କ କ୍ଷତିକାରକ ଅତି ବାଇଗତି ରଶ୍ମୀରୁ ମୁହଁକୁ ରକ୍ଷା କରିଥାଏ ।

– ନିୟମିତ ଗ୍ଲିସେରିନ୍ ଲଗାଇବା ଦ୍ୱାରା ତ୍ବଚା ସୁନ୍ଦର ଓ ଆକର୍ଷଣୀୟ ହୋଇଥାଏ।

–ଗ୍ଲିସେରିନ୍ ମୁହଁ ପାଇଁ ଏକ ଉତ୍ତମ ମଶ୍ଚରାଇଜର୍ ଭାବେ କାମ କରିଥାଏ।

–ପାଦ ଫାଟିଥିଲେ, ଗ୍ଲିସେରିନ୍ ଲଗାଇବା ଦ୍ୱାରା ସେଥିରୁ ମୁକ୍ତି ମିଳିଥାଏ।

golap–ଗ୍ଲିସେରିନ୍କୁ ଗୋଲାପ ଜଳ ମିଶାଇ ପ୍ରତିଦିନ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ। ସକାଳୁ ଉଠି ଭଲ ଭାବେ ମୁହଁକୁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ସୌନ୍ଦର‌୍ୟ୍ୟ ବୃଦ୍ଧି ପାଇଥାଏ ।

– ଏକ୍ଜିମା ଓ ସାୟରୋସିସ୍ ସମସ୍ୟା ପାଇଁ ଗ୍ଲିସେରିନ୍ ବ୍ୟବହାର କରିବା ଲାଭଦାୟକ ।

–ଲିପବାମ୍ ବ୍ୟବହାର ବଦଳରେ ଓଠରେ ଗ୍ଲିସେରିନ୍ ଲଗାଇବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button