ଚାକିରି ଆଶାୟୀ ନିଶ୍ଚିତ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ଭଲ ଚାକିରି କାହାକୁ ବା ଦରକାର ନାହିଁ। ଭଲ ଚାକିରି ଦ୍ବାରା ଆର୍ଥିକବସ୍ଥା ସୁରକ୍ଷିତ ହେବା ସହ ଘର-ପରିବାର ମଧ୍ୟ ଭଲରେ ରହିଥାଏ। ଯଦି ଆପଣ ଚାକିରି ଖୋଜୁଛନ୍ତି ଏବଂ ଆଶା କରୁଛନ୍ତି ଗୋଟେ ଭଲ ଚାକିରିର, ତେବେ ଶାସ୍ତ୍ରରେ ବର୍ଣ୍ଣିତ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରିବା ଉଚିତ। ଏହି ଉପାୟ ଦ୍ବାରା ଆପଣଙ୍କ କଷ୍ଠ ଦୂର ହେବା ସହ ଚାକିରି ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଯିବ। ଆସନ୍ତୁ ଜାଣିବା କଣ ସେ ଉପାୟ।

ହନୁମାନ ଚାଳିଶାର ପାଠ
ଚାକିରି ପାଇଁ ସବୁଠାରୁ ଚତ୍ମକାରୀ ଉପାୟ ହେଉଛି ହନୁମାନ ଚାଳିଶା ପାଠ। ଏଥିପାଇଁ ପ୍ରତି ଶନିବାର ଏବଂ ମଙ୍ଗଳବାର ହନୁମାନ ଚାଳିଶାର ପାଠ କରିବା ନିହାତି ଜରୁରୀ। ଏଥିପାଇଁ ଆପଣଙ୍କୁ ଦିନରେ ମାତ୍ର ୨ ଘଣ୍ଟା ସମୟ ଦେବାକୁ ପଡ଼ିବ। ଏହା ପରେ ଆପଣଙ୍କୁ ଚାକିରି ମିଳିବାର ଅନେକ ବାଟ ଖୋଲି ଯାଇଥାଏ।

ସୋମବାର କରନ୍ତୁ ଏହି କାମ
ଚାକିରିଆଶାୟୀ ସୋମବାର ଉପବାସ ବା ବ୍ରତ କରିବା ଜରୁରି। ଏହା ସହ ଶିବ ଭଗବାନଙ୍କୁ କଞ୍ଚା କ୍ଷୀର ଏବଂ ଭଙ୍ଗା ଚାଉଳ ଚଢ଼ାନ୍ତୁ। ଏହା ଦ୍ବାରା ଆପଣଙ୍କୁ ମନମୁତାବକ ଚାକିରି ମିଳିପାରିବ।

ମିଠା ଦହି
ଯେତେବେଳେ ଚାକିରିର ଆବେଦନ କିମ୍ବା ଇଣ୍ଟରଭ୍ୟୁ ପାଇ ଯାଉଥିଲେ, ସେହି ସମୟରେ ମିଠା ଦହି ଖାଇ ଘରୁ ବାହାରନ୍ତୁ। ଏଥିସହ ନିଜ ସାଥିରେ କିଛି ଗୁଡ଼ ରଖନ୍ତୁ। ଏବଂ ଚାକିରିକୁ ଯିବା ସମୟରେ ଯଦି ଧଳା ଗାଇକୁ ସେହି ଗୁଡ଼ ଖାଇବାକୁ ଦିଅନ୍ତୁ। ଦେଖିବେ ଆପଣଙ୍କୁ ଶୁଭ ଫଳ ମିଳିବ।



