ଦେଶ ବିଦେଶ

କ୍ୟାମ୍ପିଂ ପାଇଁ ଖୁବ ପ୍ରସିଦ୍ଧ ଭାରତର ଏହି ୪ଟି ସ୍ଥାନ, ନିଶ୍ଚିତ ଯାଆନ୍ତୁ ବୁଲି

କ୍ୟାମ୍ପିଂ ପାଇଁ ଭାରତରେ ଅନେକ ସ୍ଥାନ ପ୍ରସିଦ୍ଧ ଅଛି। ଯଦି ଆପଣ ମଧ୍ୟ କ୍ୟାମ୍ପିଂ କରିବା ପାଇଁ ଭାବୁଛନ୍ତି ତେବେ ଏହି ସ୍ଥାନ ନିଶ୍ଚିତ ଯାଆନ୍ତୁ। ଆପଣଙ୍କୁ ସେହି ସ୍ଥାନର ଖାଦ୍ୟ, ଲୋକକଥା, ପରମ୍ପରା ଆଦି ବହୁତ ପସନ୍ଦ ଆସିବ। ଆସନ୍ତୁ ଜାଣିବା କ୍ୟାମ୍ପିଂ ପାଇଁ ଭାରତରେ ରହିଥିବା ସୁନ୍ଦର ସ୍ଥାନ।

jaisalmer3

ରାଜସ୍ଥାନର ଜୈସଲମେର

ଅଧିକାଂଶ ଲୋକ ପାହାଡ଼ିଆ ଅଞ୍ଚଳରେ କ୍ୟାମ୍ପିଂ କରିବାକୁ ପସନ୍ଦ କରନ୍ତି। କିନ୍ତୁ ମରୁଭୂମିର ବାଲିରେ କ୍ୟାମ୍ପିଂର ମଜା ହିଁ ଆଉକିଛି। ଏନେଇ ରାଜସ୍ଥାନର ଜୈସଲମେର ଖୁବ୍ ଚର୍ଚ୍ଚିତ। ହଳଦିଆ ବାଲି ମଝିରେ ଧଳା ଟେଣ୍ଟ ଏବଂ ତାହା ସହ ରଜସ୍ଥାନୀ ଲୋକଗୀତ ଏବଂ ଖାଦ୍ୟ । ଏହା ଦେଶୀ ସହ ବିଦେଶୀ ଲୋକଙ୍କୁ ମଧ୍ୟ ଖୁବ୍ ଆକର୍ଷିତ କରାଇଥାଏ। ଏଠାରେ କ୍ୟାମ୍ପିଂ ବହୁତ ଶସ୍ତା ହୋଇଥିବା ବେଳେ ଏହାର ଲାଭ ଆପଣ ଶୀତଦିନରେ ଅଧିକ ଉଠାଇପାରିବେ।

Beach-Camping-Goa

ଗୋଆର ଅଞ୍ଜୁନା ବିଚ୍

ଗୋଆର ଅଞ୍ଜୁନା ବିଚ୍ ଏକ ଜଣାଶୁଣା ବେଳାଭୂମି ମାନଙ୍କ ମଧ୍ୟରେ ଏକ୍। ଯଦି ଆପଣ ବେଳାଭୂମିରେ ନିଜ ସାଥିଙ୍କ ସହ ସମୟ ବିତାଇବାର ସ୍ବପ୍ନ ରହିଛି ତେବେ ଏହି ସ୍ଥାନଟି ତାହା ପାଇଁ ଶ୍ରେଷ୍ଠ। ଏହି ସ୍ଥାନ ଅନ୍ୟ ସ୍ଥାନରୁ ଭିନ୍ନ ରହିଥିବା ବେଳେ ଏଠାରେ କ୍ୟାମ୍ପିଂର ମଜା କିଛି ଅଲଗା ରହିବ।

masoori

ଉତ୍ତରାଖଣ୍ଡର ମସୁରୀ

ମସୁରୀରେ ଆପଣ ଗଙ୍ଗ ନଦୀ କୂଳରେ କ୍ୟାମ୍ପିଂର ମଜା ଉଠାଇପାରିବେ। ଖାସ କରି ଶୀତ ଦିନରେ ଆପଣ ବରଫ ମଧ୍ୟରେ କ୍ୟାମ୍ପିଂର ଏକ ଭିନ୍ନ ମଜା ଉଠାଇପାରିବେ। ଏଠାରେ ମାର୍ଚ୍ଚରୁ ଜୁନ ମଧ୍ୟରେ କ୍ୟାମ୍ପିଂର କିଛି ଭିନ୍ନ ମଜା ରହିଥାଏ।

srinagar

କାଶ୍ମୀରର ସୋନମର୍ଗ

ପାହାଡ଼ ଏବଂ ନଦୀ ପାଇଁ ବେଶ ଚର୍ଚ୍ଚିତ କଶ୍ମୀରର ସୋନମର୍ଗ । ଏଠାରେ କ୍ୟାମ୍ପିଂର ମଜା କିଛି ଭିନ୍ନ । ଏଠାରେ ଆପଣ ନିଜ ବ୍ୟସ୍ତତା ଜୀବନରୁ କିଛି ଦିନର ବିରତି ନେଇ ଶାନ୍ତିରେ ଜୀବନ ଜାପନ କରିପାରିବେ। ଆପଣ ଏହି ସ୍ଥାନକୁ ସିଧାସଳଖ ଶ୍ରୀନଗରରୁ ଆସିପାରିବେ। ଏଥିପାଇଁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button