ଦେଶ ବିଦେଶ

ଚନ୍ଦାପଣରୁ ମଧୁମେହ ପର୍ଯ୍ୟନ୍ତ ସବୁ ସମସ୍ୟାର ସମାଧାନ ଜୋକ ଥେରାପି

ଲିଚ୍ ବା ଜୋକ ଥେରାପି ପ୍ରକ୍ରିୟା ପୁରାତନ କାଳରୁ ଚାଲିଆସୁଛି। ପ୍ରଥମେ ଗ୍ରୀକ୍ ସଂମ୍ପ୍ରଦାୟର ଲୋକ ଏହି ଥେରାପିର ବ୍ୟବହାର ଶରୀରୁ ଖରାପ ରକ୍ତ ବାହାର କରିବା ପାଇଁ କରୁଥିଲେ। କିନ୍ତୁ ଏବେ ଏହାର ବ୍ୟବହାର ଚନ୍ଦାପଣରୁ ଆରମ୍ଭ କରି ମଧୁମେହ ଏବଂ ଅନ୍ୟନ୍ୟା ମାରାତ୍ମକ ରୋଗରୁ ରକ୍ଷା ପାଇଁ କରାଯାଉଛି। ଆଜି ଆମେ କଣ ରହିଛି ଜୋକ ଥେରାପି ଏବଂ ଏହାର ଲାଭ ବିଷୟରେ କହିବାକୁ ଯାଉଛୁ ।

leech-therapy

କଣ ରହିଛି ଜୋକ ବା ଲିଚ୍ ଥେରାପି :

ଏହି ଥେରାପିରେ ଜୋକକୁ ଶରୀର ଉପରେ ରଖି ତାହା ଦ୍ବାରା ରକ୍ତ ଶୋଷା ଯାଇଥାଏ। ଯାହା ଫଳର ଶରୀରରେ ଥିବା ଖରାପ ରକ୍ତ ବାହାରିଯାଇଥାଏ। ଏହି ଥେରାପିରେ ରୋଗୀଙ୍କ ଶରୀର ଉପରେ ୧୫ଟି ଜୋକଙ୍କୁ ପାଖାପାଖି ୪୫ ମିନିଟ ପର‌୍ୟ୍ୟନ୍ତ ଛଡ଼ାଯାଇଥାଏ। ଥରେକରେ ଜୋକ ୫ମି.ଲି ରକ୍ତ ଶୋଷିଥିବା ବେଳେ ଏହି ଚିକିତ୍ସା ଲାଗାତାର ତିନିମାସ ପର‌୍ୟ୍ୟନ୍ତ କରାଯାଇଥାଏ। ଏହି ଥେରାପି ଦ୍ବାରା ମଧୁମେହ, କୁଣ୍ଡିଆ-ଦାଗ, ଶିରାପ୍ରଶିରା ଫୁଲିବା ଏବଂ ଚନ୍ଦାପଣ ଆଦି ସମସ୍ୟା ଦୂର ହୋଇଥାଏ।

 

କେଉଁ ରୋଗରୁ ମିଳେ ମୁକ୍ତି :

-ବେସ୍କୁଲର ରୋଗରେ ହୃଦୟର ରକ୍ତ ସ୍ନାୟୁ ଏବଂ ମସ୍ତିଷ୍କର ରକ୍ତ ସ୍ନାୟୁ ମଧ୍ୟରେ ଗଣ୍ଠି ବାନ୍ଧିଯାଇଥାଏ। ଏଥି ପାଇଁ ଜୋକ ଥେରାପି ଖୁବ ଲାଭକାରୀ ହୋଇଥାଏ। କାରଣ ଜୋକର ଲାଳରେ ୧୦୦ରୁ ମଧ୍ୟ ଅଧିକ ବ୍ୟାକ୍ଟେରିଆ ରହିଥାଏ। ଯାହା ରକ୍ତର ପ୍ରଭାବ ବଢ଼ାଇବା ସହ ଏହି ରୋଗକୁ ଦୂର କରିବା ପାଇଁ ସହାୟକ ହୋଇଥାଏ।

-ଜୋକ ଶରୀରରେ ଥିବା ମୃତ କୋଷିକାକୁ ବାହାର କରିବାରେ ଖୁବ୍ ସହାୟକ ହୋଇଥାଏ। ଏଣୁ ମଧୁମେହ ରୋଗଙ୍କ ଶରୀରରେ ଜୋକ ଥେରାପି ଦ୍ବାରା ଶରୀରରେ ରକ୍ତ ସଂଞ୍ଚାଳନ ସଠିକ୍ ମାତ୍ରାରେ ହେବା ସହ ଏହା ରକ୍ତରେ ଚିନିର ମାତ୍ରା କମ କରିବା ସହ ତାହାକୁ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ ।

head

-ଜୋକର ଲାଳରେ ରକ୍ତଚାପକୁ କମ କରିବାର ଅନେକ ତତ୍ବ ରହିଥାଏ। ଶରୀରର କିଛି ଖାସ ଅଂଶରେ ଏହାର ପ୍ରୟୋଗ ରକ୍ତ ସ୍ନାୟୁ ପାଇଁ ଲାଭଦାୟକ ହୋଇଥାଏ।

-ଜୋକ ଥେରାପି ଚନ୍ଦାପଣ ଦୂର ପାଇଁ ମଧ୍ୟ ବହୁ ଲାଭଦାୟକ ହୋଇଥାଏ। କେଶ କମ ହୋଇଥିବା ସ୍ଥାନରେ ଜୋକକୁ ରଖିବା ଦ୍ବାରା ସେଠାରେ ନୂତନ ରକ୍ତ ସ୍ରାବ ହେବା ସହ କେଶ ଉଠିଥାଏ।

-ଶରୀରରେ ରକ୍ତକୁ ପରିଷ୍କାର ରଖିବା ସହ ଏନେଇ .ହୋଇଥିବା ସଂକ୍ରମଣ ଏବଂ ବିଭିନ୍ନ ରୋଗକୁ ଦୂର କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button