ସ୍ୱାସ୍ଥ୍ୟ

ତ୍ବଚା ଓ କେଶ ପାଇଁ ଘିଁକୁଆରୀ , ଜାଣନ୍ତୁ କଣ ରହିଛି ଏହାର ଔଷଧୀୟ ଗୁଣ

ଘିଁକୁଆରୀ ନା ଆପଣ ନିଶ୍ଚିତ ଶୁଣିଥିବେ ଏବଂ ଭିବିନ୍ନ ସମୟରେ ଏହାକୁ ବ୍ୟବହାର ମଧ୍ୟ କରିଥିବେ । ଏଥିରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି । ବଜାରରେ ଏହାର ବିଭିନ୍ନ ପଡକ୍ଟ ମଧ୍ୟ ଉପଲବ୍ଧ ହେଉଛି । ଏହି ଘିଁକୁଆରୀ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଆପଣଙ୍କ ତ୍ବଚା , କେଶ ସମେତ ଅନେକ ସମସ୍ୟାକୁ ଦୂର କରିବାରେ ବେଶ୍ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଘିଁକୁଆରୀରେ କଣ ରହିଛି ଔଷଧୀୟ ଗୁଣ?

ତ୍ବଚା ପାଇଁ ଘିଁକୁଆରୀ :

aloeveraଏହି ଘିଁକୁଆରୀରେ ଭିଟାମିନ୍ ସି ଏବଂ ଇ ଭରପୂର ମାତ୍ରାରେ ରହିଛି । ଯାହା ଆପଣଙ୍କ ତ୍ବଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ତ୍ବଚାରେ ବ୍ରଣ ହେବା, ଚର୍ମ କୁଞ୍ଚନ ହେବା ଆଦି ଅସୁବିଧାକୁ ଦୂର କରିବା ସହିତ ତ୍ବଚାର ଚମକ ଫେରାଇ ଆଣିଥାଏ ।

ହୃଦରୋଗ ପାଇଁ ଘିଁକୁଆରୀ :

aloe-vera1ଏହା ହୃଦରୋଗୀଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଥାଏ। ନିୟମିତ ଘିଁକୁଆରୀ ଖାଇବା ଦ୍ବାରା ଶରୀରରେ ରକ୍ତ ବୃଦ୍ଧି ହୋଇଥାଏ । ଯାହା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ। ଏହାକୁ ଖାଇବା ଦ୍ବାରା ହୃଦରୋଗ ହେବାର ସମ୍ଭାବନା କମିଯାଇଥାଏ।

କେଶ ସମସ୍ୟା ପାଇଁ ଘିଁକୁଆରୀ :

aloe-vera4ଆପଣଙ୍କ କେଶ ଝଡିବା କିମ୍ବା ରୂପୀ ହେବା ସମସ୍ୟା ଦେଖାଯାଉଛି କି? ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏହି ସମସ୍ୟାକୁ ଦୂର କରିବ ଘିଁକୁଆରୀ । ଘିଁକୁଆରୀରେ ପ୍ରୋଟେୟଲିକ୍ ଏନଜାଇମର ମାତ୍ରା ପ୍ରଚୁର ପରିମାଣରେ ଥାଏ ଯାହା ଆପଣଙ୍କ ମୁଣ୍ଡରେ ଥିବା ମୃତ କୋଷକୁ ଠିକ୍ କରିଥାଏ । ଏହା ଦ୍ବାରା ଆପଣଙ୍କ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ। ଘିଁକୁଆରୀ ମଧ୍ୟ ଏକ କଣ୍ଡିସନରର ଭଳି କାମ କରିଥାଏ। ଏହାକୁ କେଶରେ ଲଗାଇବା ଦ୍ବାରା କେଶରେ ଚମକ ଆସିଥାଏ।

ଓଜନ କମିବାରେ ସହାୟକ ହୁଏ ଘିଁକୁଆରୀ :

Aloe_Vera_Juiceଘିଁକୁଆରୀର ରସ ଅତି ଲାଭଦାୟକ ଅଟେ । ଏହାର ରସ ମେଟାବଲିଜିମ୍ ପ୍ରକ୍ରିୟା ସହ ଶରୀରକୁ ପ୍ୟୁରିଫାଏ କରି ଓଜନ କମାଇବାର ପ୍ରକ୍ରିୟାକୁ ବଢ଼ାଇଥାଏ। ଏହାକୁ ପିଇବା ଦ୍ବାରା ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବି କମ୍ ହେବା ସହିତ ଏହା ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button