ଦେଶ ବିଦେଶ

ବଢିଯାଉଛି କି ଆପଣଙ୍କ ରକ୍ତଚାପ? ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ

ଆଜିକାଲି ରକ୍ତଚାପର ପ୍ରଭାବ ପ୍ରାୟ ସମସ୍ତ ମଣିଷଙ୍କ ପାଖର ଦେଖିବାକୁ ମିଳୁଛି । ଏହି ରୋଗରେ ଆକ୍ରାନ୍ତ ହେବା ପାଇଁ କୌଣସି ବୟସ ସୀମା ନଥାଏ । ରକ୍ତଚାପ ଦ୍ବାରା ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଯାହାର ପ୍ରଭାବ ତାର ନିତିଦିନିଆ ଜୀବନ ଉପରେ ପଡିଥାଏ । ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ନିହାତୀ ଆବଶ୍ୟକ । ଏହା ବ୍ୟତିତ ଏମିତି କିଛି ଘରୋଇ ଖାଦ୍ୟ ପଦାର୍ଥ ରହିଛି ଯାହାକୁ ଖାଇବା ଦ୍ବାରା ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ । ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ ।

ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ :

କଦଳୀ :
bananaକଦଳୀରେ ପଟାସିୟମ୍ ଥିବା ଯୋଗୁଁ ଏହା ରକ୍ତଚାପକୁ ଭଲଭାବେ ନିୟନ୍ତ୍ରଣ କରିଥାଏ। ପ୍ରତିଦିନ ଗୋଟିଏ କଦଳୀ ଜଳଖିଆ ଖାଇବାବେଳେ ଖାଆନ୍ତୁ । ଏହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ବେଶ ସହାୟ ହେବ ।

ମସୁର ଡାଲି :
Masoor-Daalମସୁର ଡାଲି ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ଏହି ଡାଲି ପ୍ରାୟ ସମସ୍ତ ଖାଇଥାନ୍ତି। ଏହି ଡାଲିରେ ବହୁତ ପରିମାଣରେ ପ୍ରୋଟିନ୍ ରହିବା ସହ ଫାଇବର୍, ଫଲିକ୍ ଏସିଡ୍, ପଟାସିୟମ୍ ଆଦି ରହିଛି। ଏହାକୁ ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ। ବିଶେଷ କରି ମସୁର ଡାଲି ଖାଇବା ଦ୍ୱାରା ରକ୍ତଚାପ କମ୍ ହୋଇଥାଏ।

ତରଭୁଜ :

tarbhujତରଭୁଜରେ ଏମିନୋ ଏସିଡ୍ ରହିଛି ଯାହାକୁ ସାଇଟ୍ରଲିନ୍ କୁହାଯାଏ। ଏହା ରକ୍ତଚାପକୁ କମ୍ କରିଥାଏ। ନାଇଟ୍ରିକ୍ସ୍ ଅକ୍ସାଇଡ୍ ଉତ୍ପାଦନ କରିବା ପାଇଁ ସାଇଟ୍ରଲିନ୍ ସାହାଯ୍ୟ କରିଥାଏ ଯାହା ରକ୍ତ ବାହିକାକୁ ଆରାମ ଦେଇଥାଏ ଓ ଧମନୀକୁ ନମନୀୟ ରଖିଥାଏ।

ବିଟ୍ :
beetବିଟ୍‌ରେ ବହୁ ପରିମାଣରେ ନାଇଟ୍ରେଟ୍ସ ରହିଛି, ଯାହା ଆପଣଙ୍କ ରକ୍ତବାହିକାକୁ ଖୋଲିବାରେ ସହାଯ୍ୟ କରେ ଓ ରକ୍ତ ପ୍ରବାହରେ ସାହାଯ୍ୟ କରେ। ପ୍ରତିଦିନ ଗୋଟିଏ ଗ୍ଲାସ୍ ବିଟ୍ ଜୁସ୍ ପିଇବା ଦ୍ୱାରା ରକ୍ତ ଚାପ କମ୍ ହୋଇଥାଏ।

ସୂର୍ଯ୍ୟମୁଖୀ ମଞ୍ଜି :

Sunflowerସୂର୍ଯ୍ୟମୁଖୀ ମଞ୍ଜିରୁ ବହୁ ପରିମାଣରେ ମ୍ୟାଗ୍‌ନେସିୟମ୍, ପଟାସିୟମ୍, ଭିଟାମିନ୍-ଇ, ଫଲିକ୍ ଏସିଡ୍, ପ୍ରୋଟିନ୍ ଓ ଫାଇବର୍ ମିଳିଥାଏ। କିଛି ମାତ୍ରାର ମଞ୍ଜି ଆପଣଙ୍କ ରକ୍ତଚାପକୁ କମ୍ କରିଥାଏ ଓ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button