ଦେଶ ବିଦେଶ

ଦାନ୍ତ ଘଷିବା ସମୟରେ ଭୁଲରେ ବି ବ୍ରଶ କରନ୍ତୁ ନାହିଁ ଓଦା, ନଚେତ ଖରାପ ହୋଇପାରେ ଆପଣଙ୍କ ଦାନ୍ତ

ଦିନର ଆରମ୍ଭରେ ସବୁଠାରୁ ପ୍ରଥମ କାମ ହେଉଛି ବ୍ରଶ କରିବା। ସମସ୍ତେ ଚାହିଁଥାନ୍ତି ନିଜର ଦାନ୍ତ ସୁସ୍ଥ ଏବଂ ସଫା ରହୁ। ସବୁଦିନ ବ୍ରଶ କରିବାପରେ ମଧ୍ୟ କେତେକ ଲୋକମାନଙ୍କର ଦାନ୍ତ ସୁସ୍ଥ ରହିନଥାଏ। ଅନେକ ଲୋକ ଅଛନ୍ତି ଯେଉଁମାନଙ୍କର ବ୍ରଶ କରିବା ଭଲଭାବେ ଜାଣିନଥାନ୍ତି। କିଛି ଲୋକ ବ୍ରଶ କରିବା ପୂର୍ବରୁ ଟୁଥ୍ ବ୍ରଶକୁ ଓଦା କରିଥାନ୍ତି ତ କିଛି ଲୋକ ବ୍ରଶରେ ଟୁଥ୍ ପେଷ୍ଟ ଲଗାଇବା ପରେ ଓଦା କରିଥାନ୍ତି। ପ୍ରକ୍ରୁତରେ କେତେବେଳେ ଟୁଥ୍ ବ୍ରଶକୁ ଓଦା କରିବାକୁ ହେବ ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା କରିଯାଇଛି । ଆସନ୍ତୁ ଜାଣିବା ଏହି ବିଷୟରେ ବିଶେଷଜ୍ଞମାନେ କଣ କହୁଛନ୍ତି।

brushଡ଼େନଟିଷ୍ଟଙ୍କ ମତରେ, ଟୁଥ୍ ବ୍ରଶକୁ କେବେ ଓଦା କରିବା ଠିକ୍ ନୁହେଁ କାରଣ ଟୁଥ୍ ବ୍ରଶ ଓଦା ହେବାପରେ ଟୁଥ୍ ପେଷ୍ଟର ପ୍ରଭାବ କମିଯାଇଥାଏ।

ଏହି ସମ୍ଭନ୍ଧରେ ଡ଼ାକ୍ତର କହିଛନ୍ତି ଟୁଥ ବ୍ରର୍ସ ଓଦା କରିବା ଠିକ୍ ନୁହେଁ ଯଦି ଆପଣ ଚାହୁଁଛନ୍ତି ତାହେଲେ ଟୁଥ ବ୍ରଶକୁ ସାମାନ୍ୟ ଭାବରେ ଓଦା କରିପାରିବେ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଓଦା କରିବା ଉଚିତ ନୁହେଁ। ଏହା ଦ୍ବାରା ଟୁଥ୍ ପେଷ୍ଟରେ ବ୍ରଶ କରିବା ଫଳରେ ଏହାର ପ୍ରଭାବ କମିଯାଇଥାଏ ଏବଂ ଦାନ୍ତ ମଧ୍ୟ ସଫା ରହିନଥାଏ।

woman-about-to-brush-teethକିଛିଲୋକ ବ୍ରଶ ପରେ ଠିକ୍ ଭାବେ କୁଳି କରିନଥାନ୍ତି ଯାହାଦ୍ବାରା ପାଟିରୁ ଟୁଥ୍ ପେଷ୍ଟ ଠିକ୍ ଭାବେ ନ ବାହାରିବା ଦ୍ବାରା ଏହା ଦାନ୍ତ କୁ କ୍ଷତି ପହଞ୍ଚାଇଥାଏ। ଡ଼ାକ୍ତର କହିଛନ୍ତି ବ୍ରଶ ପରେ ଠିକ୍ ଭାବେ କୁଳି କଲେ ଦାନ୍ତ ସଫା ରହିଥାଏ।

ଯଦି ଆପଣ ଟୁଥ୍ ବ୍ରଶରେ ଲାଗିଥିବା ବ୍ୟାକ୍ଟେରିଆକୁ ବାହାର କରିବାପାଇଁ ବ୍ରଶକୁ ଓଦା କରୁଛନ୍ତି ତାହେଲେ ଟୁଥ୍ ପେଷ୍ଟ କଭର ବ୍ୟବହାର କରିବା ଉଚିତ୍। ଟୁଥ୍ ବ୍ରଶକୁ ଆଉ ଓଦା କରିବାକୁ ଅଭୋଏଡ କରନ୍ତୁ ଏବଂ ଏହି କଭର କୁ ମଝିରେ ମଝିରେ ବଦଳାଇବା ଉଚିତ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button