ଜୀବନଶୈଳୀ

ରାତିରେ କେବେବି କରନ୍ତୁ ନାହିଁ ଏହି ଜିନିଷର ସେବନ, ନଚେତ ଭୋଗିପାରନ୍ତି ଏହି ସମସ୍ୟା

ଅତ୍ୟଧିକ ସେବନ 

ରାତି ସମୟରେ ଶୀଘ୍ର ଏବଂ ଅଳ୍ପ ମାତ୍ରାରେ ଖାଦ୍ୟ ଗ୍ରହଣ କରିବା ଉଚିତ । ଶୋଇବାର ୨ ଘଣ୍ଟା ପୂର୍ବରୁ ରାତ୍ରି ଭିଜନ କରିବା ଉଚିତ । ରାତିରେ ଆମିଶ ଖାଇବା ଉଚିତ ନୁହେଁ । କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତଙ୍କ ରହଣୀ ସହଣୀ ଏବଂ ଖାଦ୍ୟପେୟର ଷ୍ଟାଇଲ ବଦଳି ଯାଇଛି । ଯାହା ଫଳରେ ଅଧିକାଂଶ ବ୍ୟକ୍ତି ଅନିଦ୍ରାର ଶିକାର ହେଉଛନ୍ତି ।

ମଦ୍ୟପାନ 

ଅଧିକାଂଶ ଲୋକ ରାତ୍ରି ସମୟରେ ମଦ୍ୟପାନ କରିବାକୁ ପସନ୍ଦ କରିଥାନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ରାତିରେ ମଦ୍ୟପାନ କରିବା ଦ୍ୱାରା ନିଦ ଭଲଭାବରେ ହୁଏ ବୋଲି ଅନେକ ଲୋକ ଭାବନ୍ତି, କିନ୍ତୁ ଏପରି ହୋଇ ନଥାଏ । ମଦ୍ୟପାନ କରିବା ଦ୍ୱାରା ନିଦ ଆସିବାର ପ୍ରାକୃତିକ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।

dinnerଶୋଇବା ଆଗରୁ ଆଇସକ୍ରିମର ସେବନ

ସାଧାରଣତଃ ଲୋକମାନେ ରାତ୍ରି ଭୋଜନ ପରେ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଆଇସକ୍ରିମ ଠାରୁ ଦୂରେଇ ରୁହନ୍ତୁ । ଆଇସକ୍ରିମରେ ଫ୍ୟାଟ ଏବଂ ସୁଗାରର ମାତ୍ରା ଅଧିକ ଥାଏ, ଯାହା ଶରୀରରେ ପ୍ରବେଶ କରିବା ମାତ୍ରେ ଶରୀରର ତାପକୁ ବଢାଇଥାଏ । ଯାହା ଫଳରେ ନିଦ ହୁଏ ନାହିଁ ।

ଚୋକୋଲେଟର ସେବନ

ଚୋକୋଲେଟରେ କୈଫିନର ମାତ୍ରା ଅଧିକ ରହିଥାଏ, ଯାହା ଶରୀରକୁ ହଠାତ ବୁଷ୍ଟ ଅପ କରିଦିଏ । ଯାହା ଫଳରେ ଶୀଘ୍ର ନିଦ ଆସିନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button