ଦେଶ ବିଦେଶ

ପୁରୁଷମାନେ ଧ୍ୟାନ ଦିଅନ୍ତୁ ! ସେଭିଙ୍ଗ୍ ପରେ ଆପଣାନ୍ତୁ ଏହି ଘରୋଇ ଉପାୟ, ହେବ ନାହିଁ ଡ୍ରାଏନେସ ଏବଂ ପାଇବେ ଚମକଦାର ଲୁକ

ନିଜକୁ ଭଲ ଲୁକ ଦେବା ପାଇଁ ପୁରୁଷ ମାନେ ସବୁବେଳେ ସେଭିଙ୍ଗ କରନ୍ତି। ସବୁବେଳେ ସେଭିଙ୍ଗ କରିବା ଦ୍ବାରା ପୁରୁଷ ମାନଙ୍କର ତ୍ବଚା ବହୁତ ରୂକ୍ଷ ହୋଇଯାଇଥାଏ। ରୂକ୍ଷତାରୁ ରକ୍ଷା ପାଇବା ପାଇଁ ପୁରୁଷ ମାନେ ଆଫ୍ଟର ସେଭିଙ୍ଗ୍ କ୍ରିମର ବ୍ୟବହାର କରନ୍ତି କାରଣ ଏହା ଦ୍ବାରା ତାଙ୍କ ଚେହେରାର ନମନୀୟତା ମିଳି ପାରୁ। କିନ୍ତୁ ଲୋସନରେ ଆଲକହଲ ଥିବା କାରଣରୁ ଏହାକୁ ଅଧିକ ବ୍ୟବହାର କଲେ ତ୍ବଚା ଶୁଷ୍କା ହୋଇଯାଇଥାଏ। ଆସନ୍ତୁ ଜାଣିବା କେଉଁ ଭଳି ଘରୋଇ ଉପଚାର ଦ୍ବାରା ଆପଣ ନିଜର ତ୍ବଚାର ଯତ୍ନ ନେଇପାରିବେ ଏବଂ କିପରି ତ୍ବଚାକୁ ନମନୀୟତା ଏବଂ କୋମଳତା କରିପାରିବେ।

ଆଲୋବେରା

alovera_aaଆଲୋବେରାରେ ଆଣ୍ଟି ଇମଫ୍ଲେମେଟରୀ ଗୁଣ ରହିଥାଏ, ଯାହା ଦ୍ବାରା ସେଭିଙ୍ଗ କାରଣରୁ ହେଉଥିବା ଜ୍ବଳନ କମ୍ କରିବାରେ ସାହାଯ୍ୟ କରିଥାଏ। ସେଭିଙ୍ଗ୍ ପରେ ଆଲୋବେରା ଜେଲକୁ ବାହାର କରି ଚେହେରାରେ ଭଲଭାବେ ଲଗାନ୍ତୁ ଏବଂ ୧୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ଆରାମ ମିଳିବ।

କଦଳୀ

bananaକଦଳୀରେ ଉପସ୍ଥିତ ଥିବା ମିନେରାଲ୍ସ ତ୍ବଚାକୁ ନରମ ଏବଂ ମୂଲାୟମ କରିଥାଏ। ସେଭିଙ୍ଗ୍ ପରେ ତ୍ବଚାର ଶୁଷ୍କିତା ଦୂର ହୋଇଥାଏ। ଏହା ପାଇଁ ଆପଣ କଦଳୀକୁ ଚକଟି ଚେହେରାରେ ମସାଜ କରନ୍ତୁ। ଏହାପରେ ୧୦ ମିନିଟ ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ।

ବ୍ଲାକ ଟି

black teaବ୍ଲାକ ଟି ସେଭିଙ୍ଗ ପରେ ବହୁତ ସାହାଯ୍ୟକାରୀ ହୋଇଥାଏ। ଏଥିରେ ରହିଥିବା ଟ୍ୟାନିକ ଏସିଡ୍ ତ୍ବଚାକୁ ଜଳନ ଏବଂ ଲାଲ ପଡିବାରୁ ରକ୍ଷା କରିଥାଏ। ତ୍ବଚା କୁଣ୍ଡେଇ ହେବା ଏବଂ ଜଳିବାକୁ ଦୂର କରିଥାଏ। ଚେହେରା କଟିଗଲେ ଟି ବ୍ୟାଗକୁ ଭିଜାଇ ଚେହେରାରେ ମସାଜ କରନ୍ତୁ।

ହଳଦୀ ପାଣି

turmericଏହା ବହୁତ ବଡ ଆଣ୍ଟି ସେପ୍ଟିକ ଅଟେ। ସେଭିଙ୍ଗ୍ ପରେ କଟିଯିବା,ଛାଲି ହୋଇଯିବା ଏବଂ ଜ୍ବଳନରୁ ରକ୍ଷା ମିଳିଥାଏ। ସେଭିଙ୍ଗ୍ ପରେ ଏହାକୁ ତ୍ବଚାରେ ଲଗାଇବା ଦ୍ବାରା ଚେହେରା ଗ୍ଲୋ କରିଥାଏ। ଚେହେରାକୁ ଚମକାଇବା ପାଇଁ ଏକ କପ ପାଣିରେ ଅଧା ଚାମଚ ହଳଦୀ ଗୋଳାଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button