ସ୍ୱାସ୍ଥ୍ୟ

ଆପଣ କମାଇବାକୁ ଚାହୁଁଛନ୍ତି କି ଓଜନ ? ତେବେ ବ୍ରେକଫାଷ୍ଟରେ ଖାଆନ୍ତୁ ଏହି ଖାଦ୍ୟ

ଦିନର ଆରମ୍ଭରେ ଜଳଖିଆ ଖାଇବା ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଖାଦ୍ୟ ଆମ ଶରୀରକୁ ଗ୍ଳୁକୋଜ୍ ଭଳି ଅନେକ ପୋଷକ ତତ୍ତ୍ବ ଦେଇଥାଏ। ଗ୍ଳୁକୋଜ୍ ଏବଂ ପୋଷକ ତତ୍ତ୍ବ ଶରୀରରେ ସର୍ବଦା ଶକ୍ତି ଜାଗ୍ରତ କରିଥାଏ। ଏହି କାରଣରୁ ପ୍ରୋଟିନ ସହିତ ପୋଷକ ତତ୍ତ୍ବଯୁକ୍ତ ଖାଦ୍ୟ ପଦାର୍ଥ ଖାଇବା ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଲୋକ ଜଳଖିଆରେ କଣ ଖାଇବା ନେଇ ଦ୍ବନ୍ଦରେ ପଡିଥାନ୍ତି। ତେବେ ଏପରି କିଛି ପ୍ରୋଟିନ ଯୁକ୍ତ ଖାଦ୍ୟ ଯାହା ଆପଣ ଜଳଖିଆରେ ସାମିଲ କରିବା ଉଚିତ। ଏହି ଖାଦ୍ୟ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ବ ପ୍ରଦାନ କରିଥାଏ। ପୋଷକ ତତ୍ତ୍ବ ଏବଂ ପ୍ରୋଟିନ ପ୍ରଦାନ କରିବା ସହ ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ରାସ୍ପବେରୀ :
Raspberriରାସ୍ପବେରୀ ଫାଇବର ଏବଂ ପ୍ରୋଟିନ ପ୍ରଚୁର ମାତ୍ରାରେ ରହିଛି । ଏକ କପ୍ ରାସ୍ପବେରୀରେ ପ୍ରାୟ ୮ଗ୍ରାମ ଫାଇବର ରହିଥାଏ। ଖାଦ୍ୟରେ ଫାଇବର ଏବଂ ପ୍ରୋଟିନର ସେବନ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଓଜନ କମାଇବାରେ ସାହାଯ୍ୟ କରିଥାଏ।

ଦଲିଆ :

dalia
ସୁସ୍ଥ ବା ଫିଟ ରହିବା ପାଇଁ ଦଲିଆ ବହୁତ ଉପକାରୀ ହୋଇଥାଏ। ଦଲିଆ ସେବନ କଲେ ଶରୀରରେ ପ୍ରଚୁର ମାତ୍ରରେ ପୋଷକ ତତ୍ତ୍ବ ମିଳଥାଏ। ଦଲିଆ ଓଜନ କମାଇଥାଏ ଏହା ସହିତ ଏଥିରେ ଫାଇବର ଏବଂ ଲୋଗ୍ଲାଇସୋମିକ ଇଂଣ୍ଡେକ୍ସ ରହିଥାଏ।

ଅଣ୍ଡା :

eggଅଣ୍ଡାରେ ପୋଷକ ତତ୍ତ୍ବ ଏବଂପ୍ରୋଟିନ ରହିଥାଏ। ଖାଦ୍ୟ ସହିତ ଅଣ୍ଡାର ସେବନ କଲେ ଆପଣଙ୍କୁ ପୁରା ଦିନ ସତେଜ ରଖିଥାଏ। ଏହା ବ୍ୟତୀତ ଓଜନ କମାଇବାରେ ସାହାଯ୍ୟ କରିଥାଏ।

ଓଟସ୍ ଇଡ଼ିଲି :ଇଡ଼ଇଲି ସବୁଠାରୁ ସୁସ୍ଥ ଖାଦ୍ୟ ହୋଇଥାଏ। ଓଟସ୍ରେ ତିଆରି ହୋଇଥିବା ଇଡ଼ିଲି ସହଜରେ ପ୍ରସ୍ତୁତ ହୋଇଥାଏ ଏବଂ ଏହା ପେଟକୁ ସୁସ୍ଥ ରଖିଥାଏ। ଓଜନ କମାଇବାରେ ପାଚନ ପକ୍ରିୟା ମହତ୍ତ୍ବପୂର୍ଣ୍ନ ଭୂମିକା ରହିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button