ଦେଶ ବିଦେଶ

ସପ୍ତାହକୁ ଖାଇଲେ ୧୦-୧୨ଟି ଟମାଟୋ, ଦୂର ହେବ ଅନେକ ଜଟିଳ ସମସ୍ୟା

ସବୁ ଋତୁରେ ମିଳୁଥିବା ପରିବାମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଟମାଟୋ । ଏହାର ବ୍ୟବହାର ତରକାରୀ, ଖଟ୍ଟା ତଥା ସାଲେଡ଼ ଆଦିରେ କରାଯାଇଥାଏ। ତେବେ ଏହାର ସେବନ ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର‌୍ୟ୍ୟ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।

Tomatoes_Health

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଏହାର ସେବନ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିବା ସହ ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏପରିକି ସପ୍ତାହରେ ମାତ୍ର ୧୦-୧୨ଟି ଟମାଟୋର ସେବନ କ୍ୟାନ୍ସର ଭଳି ରୋଗରୁ ରକ୍ଷା କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରୀତା।

tomatoes

ନିକଟରେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ , ଟମାଟୋରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ବ୍ୟକ୍ତିଙ୍କ ଶରୀରରେ ପ୍ରୋଟେଷ୍ଟ୍‍ କ୍ୟାନ୍ସରର କୋଷିକାକୁ ବୃଦ୍ଧି ହେବାକୁ ଦେଇନଥାଏ। ଏହାଛଡ଼ା ଟମାଟୋରେ ରହିଥିବା କୈରୋଟିନାଇଡ୍‌ ଶରୀରକୁ ଟ୍ୟୁମର୍‌ ଆଦିରୁ ରକ୍ଷା କରିଥାଏ। ତେଣୁ ନିୟମିତ ରୂପ ଏହାର ସେବନ ବ୍ୟକ୍ତିଙ୍କ ନିକଟରେ ୬୦ ପ୍ରତିଶତ କ୍ୟାନ୍ସରର ସମସ୍ୟାକୁ ଦୂର କରିଥାଏ।

ଟମାଟୋରେ ଲାଇକୋପିନ୍‌ ନାମକ ଏକ ପୋଷକ ରହିଥାଏ। ଯାହା କ୍ୟାନ୍ସର କୋଷିକାକୁ ନଷ୍ଟ କରିବାରେ ବିଶେଷ ସହାୟକ ହୋଇଥାଏ। ଏହାଛଡ଼ା ଏଥିରେ ଥିବା ବିଭିନ୍ନ ମଜବୁତ ପୋଷକ ହାଡଜନିତ ସମସ୍ୟାକୁ ଦୂର କରିଥାଏ। ଏଣୁ ଟମାଟୋକୁ ନିଜର ଦୈନନ୍ଦନ ଡାଏଟରେ ସାମିଲ କରନ୍ତୁ ଏବଂ ଜୀବନକୁ ନିରୋଗମୟ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button