ଦେଶ ବିଦେଶ

ତ୍ବଚା ଓ କେଶ ପାଇଁ ବରଦାନ ଏହି ଫଳ , ଥରେ ନିହାତି ଏହାକୁ ଆପଣାନ୍ତୁ

ବର୍ତ୍ତମାନ ସମୟରେ ସମସ୍ତେ କମ ପରିଶ୍ରମରେ ସୌନ୍ଦର‌୍ୟ୍ୟ ପୂର୍ଣ୍ଣ ଦେଖାଯିବା ପାଇଁ ଚାହିଁଥାନ୍ତି। କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ମାର୍କେଟରେ ମିଳୁଥିବା ବିୟୁଟି ପ୍ରଡ଼କ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ଯାହାଦ୍ବାରା କିଛି ସମୟ ସୁନ୍ଦର ଦେଖାଯାଇଥାଏ କିନ୍ତୁ ପରେ ଚେହେରା ଖରାପ ହେବା ଆରମ୍ଭ ହୋଇଥାଏ।

ଜାଣନ୍ତୁ କେଉଁ ଜିନିଷ ଆପଣଙ୍କର କେଶ ଏବଂ ଚେହେରା ପାଇଁ ଲାଭଦାୟକ ହୋଇଥାଏ :

କ୍ରାନବେରୀ ସୁପର ଫୁଡ଼

cranberry-benefits-ଆପଣଙ୍କର କେଶ ଏବଂ ଚେହେରା ପାଇଁ କ୍ରାନବେରୀ ବ୍ୟବହାର କରିବା ବହୁତ ଲାଭଦାୟକ ହୋଇଥାଏ। ସୁପର ଫୁଡ଼ କୁହାଯାଉଥିବା କ୍ରାନବେରୀର ବ୍ୟବହାର ଆପଣଙ୍କ ପାଇଁ ବରଦାନ ଭଳି କାମ କରିଥାଏ। ଏହାକୁ ସେବନ କରିବା ସହିତ କେଶ ଏବଂ ଚେହେରାରେ ଲଗାଇଲେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। କ୍ରାନବେରୀର ବ୍ୟବହାର ଦ୍ବାରା ଆପଣଙ୍କୁ ସୁନ୍ଦର କେଶ ଏବଂ ତ୍ବଚାରେ ଚମକତା ମିଳିଥାଏ। ଯଦି ଆପଣଙ୍କର ଚେହେରାର ରଙ୍ଗ ଖରାପ ହୋଇଯାଇଥାଏ ତେବେ ଆପଣ କ୍ରାନବେରୀ ଜୁସକୁ ବେସନରେ ମିଶାଇ ଚେହେରାରେ ଲଗାନ୍ତୁ। ଲଗାତାର କିଛି ଦିନ ଲଗାଇବାପରେ ଆପଣଙ୍କର ଚେହେରା ଜନିତ ସମସ୍ୟା ସବୁ ଦୂର ହୋଇଯିବା ସହିତ ଆପଣଙ୍କର ଚେହେରା ସୁନ୍ଦର ହୋଇଥାଏ।

cranberry-2କଳା ମୁହଁ ଏବଂ ଦାଗ ଆପଣଙ୍କ ଚେହେରାର ସୁନ୍ଦରତାକୁ ଖରାପ କରିଥାଏ। ଆପଣ ବଜାରରେ ମିଳୁଥିବା କ୍ରାନବେରୀ ଜୁସ୍ ର ବ୍ୟବହାର କରି ଘରେ ଏହାକୁ ପ୍ରସ୍ତୁତ କରି ଦାଗ ଥିବା ଯାଗାରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଆପଣ ନିଜେ ଏହାର ଫରକ ଜାଣିପାରିବେ।

କ୍ରାନବେରୀରେ ଆଣ୍ଟି-ଅକ୍ସିଡ଼େଣ୍ଟ, ଆଣ୍ଟି-ବେକ୍ଟରିୟଲ ଏବଂ ଆଣ୍ଟି-ଇଫ୍ଲୋମେଟ୍ରି ରହିଥାଏ। ଯଦି ଆପଣଙ୍କ କେଶର ମୂଳ କୁଣ୍ଡେଇ ହେବା ସହିତ ଜଳିଥାଏ ତେବେ ଏହାର ବ୍ୟବହାର ଦ୍ବାରା ଆପଣଙ୍କର ଏହି ସବୁ ସମସ୍ୟା ଦୂର ହୋଇଥାଏ। ଏହା ଆପଣଙ୍କ କେଶର ମୂଳକୁ ମଜବୁତ କରିବା ସହ ସୁନ୍ଦର କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button