ସ୍ୱାସ୍ଥ୍ୟ

ଜାଣିଛନ୍ତି କି ପିଲାମାନଙ୍କୁ ହୋଇପାରେ କ୍ୟାନ୍ସର, ଜାଣନ୍ତୁ ଏହାର କାରଣ ଏବଂ ଦୂର କରିବାର ଉପାୟ

ଆଧୁନିକ ଜୀବନ ଶୈଳୀରେ କ୍ୟାନ୍ସର ରୋଗ ପ୍ରାୟ ଲୋକଙ୍କୁ ହୋଉଥିବାର ଦେଖିବାକୁ ମିଳୁଛି। କିନ୍ତୁ ଆଜିକାଲି ଏହି ରୋଗ କେବଳ ବଡ଼ଲୋକ ନୁହଁ ବରଂ ଛୋଟପିଲା ମାନଙ୍କ ମଧ୍ୟରେ ଅଧିକ ଘାତକ ସାଜିଛି। ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନ ଶୈଳୀ ପାଇଁ ଛୋଟପିଲାମାନେ କ୍ୟାନ୍ସରର ଶିକାର ହେଉଥିବା ଜଣାପଡୁଛି। ଯଦି ପିଲାମାନଙ୍କର ଜୀବନ ଶୈଳୀରେ ଉଚିତ ଖାଦ୍ୟପେୟର ସେବନ କରାଯାଏ ତେବେ ପିଲାମାନେ କ୍ୟାନ୍ସର ରୋଗରୁ ରକ୍ଷା ପାଇପାରିବେ।

ଜାଣନ୍ତୁ କିପରି ପିଲାମାନଙ୍କୁ କ୍ୟାନ୍ସର ରୋଗରୁ ରକ୍ଷା କରିପାରିବେ:

KIDS-WITH-CANCER

-ପିଲାମାନଙ୍କୁ ସୁସ୍ଥ ଖାଦ୍ୟ ଦେବା ସହିତ ଜଙ୍କ ଫୁଡ୍ ଖାଇବାରୁ ରୋକିବା ଉଚିତ। କାରଣ ଜଙ୍କ ଫୁଡରେ ଫ୍ୟାଟ, ସୁଗାର ଏବଂ ଲୁଣର ମାତ୍ରା ଅଧିକ ରହିଥାଏ। ଜଙ୍କ ଫୁଡ୍ ସେବନ ଦ୍ବାରା ପିଲାମାନେ ମୋଟା ହୋଇଥାନ୍ତି। ମୋଟାପଣ କ୍ୟାନ୍ସରର ଏକ ବହୁତ ବଡ଼ ଲକ୍ଷଣ ଯାହାକୁ ଠିକ ସମୟରେ ରୋକିବା ଉଚିତ।

-ଏହା ବ୍ୟତୀତ ପିଲାମାନଙ୍କୁ ସବୁଜ ପନିପରିବା ଖାଇବାକୁ ଦେବା ଉଚିତ। ଏହାଦ୍ବାରା ଶରୀରରେ ମିନେରାଲ ଏବଂ ଭିଟାମିନ ମିଳିଥାଏ। ସବୁଜ ପନିପରିବା ଏବଂ ଫଳ କ୍ୟାନ୍ସର ଭଳି ଆପଣଙ୍କ ପିଲାଙ୍କୁ ରୋଗରୁ ରକ୍ଷା କରିଥାଏ।

kid-ଆପଣଙ୍କୁ ନିଜର ପିଲାମାନଙ୍କ ଉପରେ ସଠିକ ପ୍ରଭାବ ପକାଇବା ପାଇଁ ପ୍ରଥମେ ନିଜକୁ ସଠିକ ଟାଇମ୍ ଟେବୁଲ ବାଛିବାକୁ ହେବ। ଯେପରି ଠିକ ସମୟରେ ଶୋଇବା, ଠିକ ସମୟରେ ଉଠିବା, ନିଶା ଦ୍ରବ୍ୟରୁ ଦୂରରେ ରହିବା, ନିୟମିତ ବ୍ୟାୟାମ କରିବା ଏବଂ ସୁସ୍ଥ ଖାଦ୍ୟ ଖାଇବା ଉଚିତ। ଆପଣଙ୍କୁ ଦେଖି ପିଲାମାନେ ଏହା କରିବା ଦ୍ବାରା ସେମାନଙ୍କର ଜୀବନଶୈଳୀ ଠିକ ହୋଇଯାଇଥାଏ।

-ରିଫାଇନ, ଚିନି ଏବଂ ଅଧିକ ଲୁଣରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ପିଲାମାନଙ୍କୁ ଦେବା ଅନୁଚିତ। କାରଣ ଅଧିକ ଲୁଣ ଏବଂ ଚିନିର ସେବନ ଦ୍ବାରା ଶରୀରରେ ଏସିଡ଼ିଟି ବଢିଥାଏ।

-ଶରୀରରେ ଏସିଡ଼ିଟି କ୍ୟାନ୍ସର କୋଷିକାକୁ ବଢାଇଥାଏ। ଅଧିକ ଚିନି ଏବଂ ଲୁଣ ମଧ୍ୟ କ୍ୟାନ୍ସର ବ୍ୟତୀତ ବ୍ଲଡ଼ପ୍ରେସର ଏବଂ ଡ଼ାଇବେଟିସ୍ ଭଳି ରୋଗ ସୃଷ୍ଟି କରିଥାଏ।

cancer-ବଂଶାନୁଗତ କାରଣରୁ କ୍ୟାନ୍ସରର ଲକ୍ଷଣ ଦେଖାଯାଇଥାଏ। କେତେଥର ପିଲାମାନଙ୍କର କ୍ୟାନ୍ସର ବାହାର ତତ୍ତ୍ବ ଅପେକ୍ଷା ଅନ୍ତରୀୟ କାରଣରୁ ହୋଇଥାଏ।

-ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ମାତା-ପିତାଙ୍କ ଜିନ୍ ରହିଥାଏ। ଯଦି ମାତା-ପିତାଙ୍କ ସହିତ ଆପଣଙ୍କର ଜିନ୍‌ ମିଶିନଥାଏ ତେବେ ଏହା କ୍ୟାନ୍ସର ରୋଗର ଭୟ ୧୦ପ୍ରତିଶତ ବଢାଇଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button