ସ୍ୱାସ୍ଥ୍ୟ

ପିଇବା ପାଣିରେ ମିଶାନ୍ତୁ ଏହି ଜିନିଷ, ନିଶ୍ଚୟ ଦୂର ହେବ ତ୍ବଚାର ଦାଗ

ଲୋକମାନେ ସର୍ବଦା ନିଜ ତ୍ବଚାରେ ହେଉଥିବା ଦାଗକୁ ନେଇ ଚିନ୍ତାରେ ରହିଥାନ୍ତି। ଏହାକୁ ଦୂର କରିବା ପାଇଁ ମଧ୍ୟ ବହୁତ ବ୍ୟୁଟି ପ୍ରଡ଼କ୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଆପଣ ଚାହିଁଲେ ଏହି ଦାଗକୁ କିଛି ଘରୋଇ ଉପଚାରରେ ଦୂର କରିପାରିବେ। ଆପଣ ଯଦି ତ୍ବଚାରେ ଚମକତା ଚାହୁଁଛନ୍ତି ତେବେ ପ୍ରଥମେ ନିଜ ଶରୀର ଭିତରୁ ମଇଳାକୁ ସଫା କରିବା ଉଚିତ।

ଜାଣନ୍ତୁ କେଉଁ ଜିନିଷ ପିଇବା ପାଣିରେ ମିଶାଇ ସେବନ କଲେ ଆପଣଙ୍କ ଶରୀରରେ ଚମକତା ଦେଖିବାକୁ ପାଇବେ।

dalchinଡ଼ାଲିଚିନି

ପିଇବା ପାଣି ଫୁଟାଇବା ସମୟରେ ସେଥିରେ କିଛି ମାତ୍ରାର ଡ଼ାଲଚୀନୀ ପାଉଡ଼ର ମିଶାନ୍ତୁ। ପରେ ଏହାକୁ ଛାଣି ସେବନ କରନ୍ତୁ। ଏହା ପିଇବାକୁ ମଧ୍ୟ ସ୍ବାଦିଷ୍ଟ ଲାଗିଥାଏ। ଏହା ସେବନ କରିବା ଦ୍ବାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ ଏବଂ ତ୍ବଚାରେ ସୌନ୍ଦର୍ଯ୍ଯ ଆଣିଥାଏ।

ଷ୍ଟ୍ରବେରୀ

ପିଇବା ପାଣିରେ ଷ୍ଟ୍ରବେରୀ ରସ ମିଶାଇ ସେବନ କଲେ ତ୍ବଚାରୁ ଦାଗ ଦୂର ହୋଇଥାଏ। ଏଥିରେ ଭିଟାମିନ-ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ, ଯାହା ତ୍ବଚାରେ ସୌନ୍ଦର୍ଯ୍ଯ ଦେଇଥାଏ।

ମହୁ

honey3ମହୁ ବ୍ୟାକ୍ଟେରିଆକୁ ନିପାତ କରିବାରେ ଲାଭକାରୀ ହୋଇଥାଏ। ସକାଳୁ ଖାଲି ପେଟରେ ଗରମ ପାଣି ସହିତ ମହୁ ମିଶାଇ ସେବନ କଲେ ଶରୀରରୁ ଚର୍ବି ଅଂଶ କମ ହୋଇଥାଏ। ଏହା ବ୍ୟତୀତ ମହୁ ତ୍ବଚାର ହେଉଥିବା ଦାଗକୁ ଦୂର କରିଥାଏ।

ପୋଦିନା

ପୋଦିନା ପାଣି ସେବନ କଲେ ପେଟ ସଫା ରହିବା ସହିତ ତ୍ବଚାରେ ସୌନ୍ଦର୍ଯ୍ଯ ଦେଖାଯାଇଥାଏ।

ଲେମ୍ବୁ, ସେଓ ଫ୍ଲେବର ଭିନେଗାର

Apple Cider Vinegarପିଇବା ପାଣିରେ ଲେମ୍ବୁର କିଛି ଅଂଶ ମିଶାଇ ସେବନ କଲେ ଲାଭକାରୀ ହୋଇଥାଏ। ଏହା ସେବନ କରିବା ଦ୍ବାରା ପାଚନ କ୍ରିୟା ସଠିକ ହେବା ସହିତ ଶରୀରର ମଇଳା ଝାଳ ଆକାରରେ ସଫା କରିଥାଏ। ଏହା ବ୍ୟତୀତ ଆପଣ ଏକ ଗିଲାସ ପାଣିରେ ଏକ ଚାମଚ ସେଓ ଫ୍ଲେବରର ଭିନେଗାର ମିଶାଇ ସେବନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button