ମନରେ ଭୟକୁ ଦୂର କରିବା ପାଇଁ ଦିନରେ ଥରେ ନିଶ୍ଚୟ ଜପ କରନ୍ତୁ ଏହି ମନ୍ତ୍ର

ଭଗବାନ ଶିବ ସାକାର ଏବଂ ନିରାକାର ଦିଇଟି ରୂପରେ ସବୁ ସାଂସାରିକ ପୀଡାକୁ ଦୁର କରନ୍ତି ବୋଲି କୁହାଯାଏ। ଶିବ ଭକ୍ତିରେ ଏହି ଭାବ ଏବଂ ଶ୍ରଦ୍ଧା ମନକୁ ଶାନ୍ତ ଏବଂ ସନ୍ତୁଳିତ କରି ଦୋଷ ଠାରୁ ମଧ୍ୟ ଦୂରେଇ ରଖିଥାଏ। ଯାହା ଦ୍ବାରା ସୁଖର ପରିଣାମ ଶୀଘ୍ର ମିଳିଥାଏ। ଶିବ ସ୍ମଶାନ ବାସୀ ଅଟନ୍ତି, ଯିଏ କି ମୃତ୍ୟୁର ଭୟକୁ ଦୂର କରନ୍ତି। ଆମ ମନରେ ଶିବ ବାସ କରନ୍ତି ଏବଂ ଆମ ମନରେ ମୃତ୍ୟୁର ଭୟ ଦୂର କରନ୍ତି। ଯଦି ଆପଣଙ୍କୁ ମଧ୍ୟ ମୃତ୍ୟୁର ଭୟ ଗ୍ରାସ କରୁଛି ତେବେ ଭଗବାନ ଶିବଙ୍କର ଏହି ମନ୍ତ୍ରକୁ ଜପ ନିଶ୍ଚୟ କରନ୍ତୁ।
ଏହି ମନ୍ତ୍ରର ଅକ୍ଷରରେ ବିଶେଷ ଶକ୍ତି ଏବଂ ମହତ୍ତ୍ବ ରହିଛି। ଏହି ମନ୍ତ୍ରକୁ ଋଗବେଦର ହୃଦୟ ମଧ୍ୟ କୁହାଯାଏ। ଏହି ମନ୍ତ୍ରକୁ ଶ୍ରଦ୍ଧା ପୂର୍ବକ ଜପ କରିବା ଦ୍ବାରା ଆପଣଙ୍କ ମନରେ ଅକାଳ ମୃତ୍ୟୁର ଭୟ ରହିନଥାଏ ଏବଂ ଦୁର୍ଘଟଣା ଆଦିରୁ ରକ୍ଷା କରିଥାଏ। ପଦ୍ମ ପୁରାଣରେ ବର୍ଣ୍ଣିତ ଏହି ମନ୍ତ୍ରକୁ ମହର୍ଷି ମାର୍କଣ୍ଡେୟଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିଲା। କୁହାଯାଏ ଯେ ମାକଣ୍ଡେୟ ହିଁ ଏମିତି ଏକମାତ୍ର ଋଷି ଅଟନ୍ତି ଯାହାଙ୍କର ଏହି ମହାମନ୍ତ୍ରର ଜ୍ଞାନ ଥିଲା। ମହର୍ଷି ଶୁକ୍ରାଚାର୍ଯ୍ୟ ମଧ୍ୟ ଏହି ମହାମନ୍ତ୍ର ଦ୍ବାରା ଅମୃତ ସିଦ୍ଧି ପ୍ରାପ୍ତ କରିଥିଲେ
ମହାମୃତ୍ୟୁଞ୍ଜୟ ମନ୍ତ୍ର :
“ॐ हौं जूं सः भूर्भुवः स्वः ॐ त्रयम्बकं यजामहे सुगन्धिं पुष्टिवर्धनम्।
उर्वारुकमिव बन्धनानमृत्योर्मुक्षीय मा मृतात। स्वः भुवः भू ॐ सः जूं हौं ॐ।”



