ଦେଶ ବିଦେଶ

ଘରେ ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ସ୍ପାଇସି ମସରୁମ୍

ଆବଶ୍ୟକୀୟ ସାମଗ୍ରୀ

ମସରୁମ୍ – ୨୫୦ ଗ୍ରାମ

ତେଲ – ଆବଶ୍ୟକ ଅନୁସାରେ

ଅନ୍ୟାନ୍ୟ ସାମଗ୍ରୀ

ସୁଜି – ଏକ କପ୍

ଚାଉଳ ଗୁଣ୍ଡ – ୧/୪ କପ୍

ଛୋଟ କଟାଯାଇଥିବା ରସୁଣ – ୩ କୋଲା

ହଳଦୀ ପାଉଡର – ୧ ଚାମଚ

ଲାଲ ଲଙ୍କା ପାଉଡର – ଏକ ଚାମଚ

ଲୁଣ – ସ୍ବାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ମସରୁମକୁ ଧୋଇ ତାର ପାଣି ସମ୍ପୂର୍ଣ୍ଣ ଭାବରେ ବାହାର କରି ତାହାକୁ ଶୁଖାଇ ଦିଅନ୍ତୁ। ଏହାପରେ ମସରୁମକୁ ଲମ୍ବା କରି କାଟି ଦିଅନ୍ତୁ। ଏକ ପାତ୍ରରେ ତେଲ ଏବଂ ମସରୁମକୁ ଛାଡି ଆଉ ସବୁ ସାମଗ୍ରୀ ପକାଇ ମିଶାଇ ଦିଅନ୍ତୁ। ଏହା ପରେ ମସରୁମକୁ ସେଥିରେ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ କଡାରେ ତେଲ ଗରମ କରନ୍ତୁ ଏବଂ ସେଥିରେ ମସରୁମକୁ ପକାନ୍ତୁ। ଏହାପରେ ମଧ୍ୟମ ଆଞ୍ଚରେ ମସରୁମକୁ ସୁନେଲି ରଙ୍ଗ ପର‌୍ୟ୍ୟନ୍ତ ରାନ୍ଧନ୍ତୁ। ଏହାପରେ ମସରୁମ ହୋଇଗଲା ପରେ ପ୍ରାୟ ୧୫ ମିନିଟ ପରେ ଏହା ପ୍ରସ୍ତୁତ ହୋଇଯାଇଥିବ। ଏହାପରେ ଏହାକୁ ଏକ ପାତ୍ରରେ ବାହାର କରି ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button