ଦେଶ ବିଦେଶ

କୋଇଲାର ଏପରି କରନ୍ତୁ ବ୍ୟବହାର, ଚମକି ଉଠିବ ଆପଣଙ୍କ ତ୍ବଚା

ଚାରକୋଲ ବା କୋଇଲା ଦେଖିବାକୁ କଳା ହୋଇଥାଏ। କିନ୍ତୁ ଏହା ଆପଣଙ୍କ ତ୍ବଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ପ୍ରାଚୀନ ସମୟରେ କୋଇଲାର ବ୍ୟବହାର କରାଯାଉଥିଲା । ଶରୀରରେ କୌଣସି ଆଘାତ ଲାଗିଲେ ଭଲ କରିବା ପାଇଁ ଏହାକୁ ଲୋକମାନେ ବ୍ୟବହାର କରୁଥିଲେ। କିନ୍ତୁ ଜାପାନରେ ଲୋକମାନେ ଦୀର୍ଘ ସମୟ ଧରି ଏହାକୁ ତ୍ବଚାର ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି।

ଜାଣନ୍ତୁ କୋଇଲା ଆପଣଙ୍କ ତ୍ବଚାକୁ କିଭଳି ସୁନ୍ଦର କରିଥାଏ

charcoal2ଚାରକୋଲ ୨ ପ୍ରକାର ହୋଇଥାଏ । ଆକ୍ଟିଭେଟେଡ ଏବଂ କଞ୍ଚା। କଞ୍ଚା କୋଇଲା ବ୍ୟବହାର କରିବା ଦ୍ବାରା ଆପଣଙ୍କ ତ୍ବଚା କଳା ଏଂ ଖରାପ ହୋଇପାରେ। ଆକ୍ଟିଭିଟେଡ ଚାରକୋଲ ଯାହା କାର୍ବନ ପ୍ରୋସିଡ୍ସ ଫର୍ମରେ ହୋଇଥାଏ । ଏହାକୁ କ୍ଲିଞ୍ଜର, ଫେଶ ମାକ୍ସ, ସ୍କ୍ରବ ଏବଂ ସାବୁନ ଆକାରରେ ବ୍ୟବହାର କରାଯାଇଥାଏ। ଯଦି ଆପଣ ବ୍ଲାକହେଡସ୍ ଭଳି ସମସ୍ୟାରେ ଚିନ୍ତିତ ଅଛନ୍ତି, ତେବେ ଆପଣ ଏହି ସମସ୍ୟା ଦୂର କରିବା ପାଇଁ ଚାରକୋଲ ବ୍ୟବହାର କରିପାରିବେ। ଏହା ତ୍ବଚାର ଭିତରକୁ ଯାଇ ବ୍ଲାକହେଡସ୍ କୁ ମୂଳରୁ ଶେଷ କରିଦେଇଥାଏ। ଏହା ଆପଣଙ୍କ ମୁହଁରୁ ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ଆପଣଙ୍କ ତ୍ବଚାକୁ ସୁନ୍ଦର କରିବା ସହିତ ତ୍ବଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିଥାଏ। ଏହାକୁ ବ୍ୟବହାର କରିବା ଦ୍ବାରା ପୁରା ଦିନ ଆପଣଙ୍କ ତ୍ବଚାରେ ଚମକ ଦେଖିବାକୁ ମିଳିଥାଏ।

face pack charcoalଋତୁ ପରିବର୍ତ୍ତନର ପ୍ରଭାବ ସବୁଠାରୁ ଅଧିକ ତ୍ବଚାରେ ପଡ଼ିଥାଏ। ଗରମ ଦିନରେ ଅଧିକ ଧୂଳି ଯୋଗୁ ତ୍ବଚା ସୁଖି ଯାଇଥାଏ। ଏହି ସମୟରେ ଚାରକୋଲର ବ୍ୟବହାର କରିବା ଠିକ ହୋଇଥାଏ। ଏହା ସୂର୍ଯ୍ୟଙ୍କ ହାନିକାରକ କିରଣରୁ ରକ୍ଷା କରିବା ସହିତ ତ୍ବଚାକୁ ସୁସ୍ଥ ରଖିଥାଏ।

ଆପଣ ସର୍ବଦା ଚମକତ୍ବ ତ୍ବଚା ଚାହୁଁଥିଲେ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ଚାରକୋଲ ଫେଶୱାଶ ବ୍ୟବହାର କରନ୍ତୁ। ଏହା ପ୍ରଦୂଷଣରୁ ରକ୍ଷା କରିବା ସହିତ ଆପଣଙ୍କ ତ୍ବଚାକୁ ସୁରକ୍ଷିତ ରଖିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button