ଦେଶ ବିଦେଶ

ଜାଣନ୍ତୁ ୫ ବର୍ଷ ପର୍ଯ୍ୟନ୍ତ ଛୋଟ ପିଲାମାନଙ୍କୁ କେବେ କେଉଁ ଟୀକା ଦେବା ଆବଶ୍ୟକ

ଆଜି ରାଷ୍ଟ୍ରୀୟ ଟୀକାକରଣ ଦିବସ। ସବୁ ବୟସର ଲୋକମାନଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ଟୀକା ବ୍ୟବହାର କରିବା ଉଚିତ। ଟୀକାକରଣ ଦ୍ବାରା ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକମାନଙ୍କର ଜୀବନ ବଞ୍ଚିଥାଏ। ଦୁନିଆରେ ସଫଳ ଏବଂ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଟୀକାକରଣର ଆବଶ୍ୟକତା ରହିଥାଏ। ଆଜି ମଧ୍ୟ ପାଖାପାଖି ୨ କୋଟି ପିଲା ଟୀକାକରଣରୁ ବଞ୍ଚିତ ରହୁଛନ୍ତି। ଆପଣଙ୍କ ପିଲା ମଧ୍ୟ ଏହି ଟୀକାକରଣରୁ ବଞ୍ଚିତ ନହେଉ, ଏହି କାରଣରୁ ଜାଣନ୍ତୁ କେଉଁ ଟୀକା ନେବା ସବୁଠାରୁ ଆବଶ୍ୟକ ରହିଛି।

ଗର୍ଭବତୀ ମହିଳା ଏବଂ ଗର୍ଭରେ ରହିଥିବା ଶିଶୁକୁ ଟିଟାନସ ରୋଗରୁ ରକ୍ଷା କରିବା ପାଇଁ ଲିୟୋଟିଟାନସ ଟକ୍ସସାଇଡ ୧/ବୁଷ୍ଟର ଟୀକା ଏବଂ ଅନ୍ୟ ଏକ ଟୀକା ଏକ ମାସ ମଧ୍ୟରେ ନେବା ଉଚିତ। ଯଦି ପୂର୍ବ ତିନି ବର୍ଷରେ ୨ଟି ଟୀକା ଲାଗିଥାଏ ତେବେ କେବଳ ଗୋଟେ ଟୀକା ନେବା ଠିକ ହୋଇଥାଏ।

pollio. ହେପାଟାଇଟିସ୍-ବି ସଂକ୍ରମଣରୁ ଲିଭରରେ ଯନ୍ତ୍ରଣା ହୋଇଥାଏ। ଏହା ଦ୍ବାରା ଶରୀର ହଳଦିଆ ହୋଇଯିବା ସହ ଦୀର୍ଘ ସମୟ ସଂକ୍ରମଣ ହେବା ପରେ ଲିଭର କ୍ୟାନ୍ସର ହେବାର ଭୟ ରହିଥାଏ। ଏହି ଟୀକା ନେବା ବହୁତ ଆବଶ୍ୟକୀୟ ହୋଇଥାଏ, ଯାହା ହେପାଟାଇଟିସ୍-ବି ରୋଗ ହେବାର ସଂକ୍ରମଣରୁ ରକ୍ଷା କରିଥାଏ।

. ପୋଲିଓ ଟୀକା ନେବା ଦ୍ବାରା ପୋଲିଓ ରୋଗ ବା ଅପଙ୍ଗ ହେବାରୁ ରକ୍ଷା ପାଇପାରିବେ। ଏହି ଟୀକା ପିଲାମାନଙ୍କ ପାଇଁ ଆବଶ୍ୟକ ହୋଇଥାଏ।

vaccines. ପିଲାମାନଙ୍କୁ ଟି.ବି ରୋଗରୁ ରକ୍ଷା କରିବା ପାଇଁ ବି ସି ଜି ଟୀକା ଲଗାନ୍ତୁ।

. ଏଚ.ବି ଟୀକା ପିଲାମାନଙ୍କୁ ଡିଫଥିରିଆ, କଳା କାସ, ଟିଟାନସ, ହେପାଟାଇଟିସ୍-ବି ଏବଂ ଏଚ ଇନଫ୍ଲାଜୀ-ବି ରୋଗରୁ ସୁରକ୍ଷିତ ରଖିଥାଏ। ଏଚ.ବି ବ୍ୟାକ୍ଟେରିଆ ସଂକ୍ରମଣରୁ ନ୍ୟୁମୋନିଆ ଏବଂ ମସ୍ତିଷ୍କ ଜ୍ବର ଭଳି ଗମ୍ଭୀର ରୋଗ ହୋଇପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button