ଦେଶ ବିଦେଶ

ଆପଣାନ୍ତୁ ବାସ୍ତୁଶାସ୍ତ୍ରର ଏହି ଉପଚାର , ଆପଣଙ୍କ ପିଲାଙ୍କୁ ପରୀକ୍ଷାରେ ମିଳିବ ଅପାର ସଫଳତା

ପ୍ରତ୍ୟେକ ପିତା ମାତା ପିଲାମାନଙ୍କର ସଫଳ ଭବିଷ୍ୟତ ପାଇଁ ଆଶା ରଖିଥାନ୍ତି। ଏହା ସେହି ସମୟରେ ସଫଳ ହୋଇଥାଏ ଯେଉଁ ସମୟରେ ପିଲାମାନେ ପରୀକ୍ଷାରେ ଭଲ ନମ୍ବର ଆଣିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି, ଯାହାକୁ ଉପଯୋଗ କରିବା ଦ୍ବାରା ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ନମ୍ବର ହାସଲ କରିପାରିବେ। ଏହି ଉପାୟ ଦ୍ବାରା ବିଦ୍ୟାର୍ଥୀ ମାନଙ୍କ ପାଠ ପଢିବାରେ ମନ ଲାଗିବା ସହ ତାଙ୍କ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିଥାଏ। ବୈଦିକ ଯୁଗରେ ଗୁରୁକୁଳରେ ଏହି ନିୟମ ପାଳନ କରାଯାଉଥିଲା, ଯାହାଦ୍ବାରା ପିଲାମାନେ ଭଲଭାବେ ଶିକ୍ଷା ଗ୍ରହଣ କରିପାରୁଥିଲେ।

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନଙ୍କର ପଢିବା ସ୍ଥାନ କିପରି ହେବା ଉଚିତ

study. ପିଲାମାନେ ପଢିବା ଘରେ ମା ସରସ୍ବତୀଙ୍କର ମୂର୍ତ୍ତି ରଖନ୍ତୁ ଏବଂ ଏହାକୁ ସକାଳେ ଓ ସଂନ୍ଧ୍ୟାରେ ପୂଜା କରନ୍ତୁ। ଏହାଦ୍ବାରା ଆପଣଙ୍କୁ ସକରାତ୍ମକ ଶକ୍ତି ମିଳିଥାଏ।

. ପିଲାମାନଙ୍କ ପଢିବା ଘରେ ସୂର୍ଯ୍ୟଙ୍କ କିରଣ ଏବଂ ଉଚିତ ମାତ୍ରାରେ ପବନ ପ୍ରବାହିତ ହେବାରେ ଧ୍ୟାନ ରଖନ୍ତୁ। କାରଣ ଏହା ଦ୍ବାରା ଶରୀରରେ ଶକ୍ତି ଜାଗ୍ରତ ହେବା ସହିତ ପିଲାମାନେ ସତେଜ ଅନୁଭବ କରିଥାନ୍ତି।

child. ପଢିବା ଘରେ ମାଂସାହାରୀ ଭୋଜନ କରନ୍ତୁ ନାହିଁ। ଏହା କରିବା ଦ୍ବାରା ବାତାବରଣ ନକରାତ୍ମକ ହୋଇଥାଏ।

. ପଢିବା ଟେବୁଲରେ ଗ୍ଲୋବ ବା ପୀରାମିଡ ରଖନ୍ତୁ, ଯାହା ନକରାତ୍ମକ ଶକ୍ତି ଦୂର କରିଥାଏ।

. ପିଲାମାନଙ୍କର ପଢିବା ସ୍ଥାନ ପୂର୍ବ ଦିଗରେ କରନ୍ତୁ। କାରଣ ପିଲାମାନେ ପୂର୍ବ ଦିଗକୁ ମୁହଁ କରି ପଢିବା ଦ୍ବାରା ଶରୀରରେ ଏକାଗ୍ରତା ଜାଗ୍ରତ ହୋଇଥାଏ। ବିଶେଷ ଭାବେ ପିଲାମାନଙ୍କ ମୁହଁ ଦକ୍ଷିଣ ଦିଗକୁ ନହେବା ପାଇଁ ଧ୍ୟାନ ରଖନ୍ତୁ।

. ପିଲାମାନଙ୍କ ପଢିବା ଘରେ ଦର୍ପଣ ରଖନ୍ତୁ ନାହିଁ, କାରଣ, ଏହା କରିବା ଦ୍ବାରା ପିଲାମାନଙ୍କର ପାଠ ପଢାରେ ମନ ସ୍ଥିର ରହିନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button