ଦେଶ ବିଦେଶ

ଏହି ଆୟୁର୍ବେଦିକ ଉପଚାର ଆପଣଙ୍କ ଓଜନ କମାଇବା ସହ ଦୂର କରିଥାଏ ମଧୁମେହ

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହୁନାହାଁନ୍ତି। ସର୍ବଦା ଲୋକମାନଙ୍କର ସ୍ବାସ୍ଥ୍ୟ ଜନିତ କୌଣସି ନା କୌଣସି ଚିନ୍ତା ରହିଥାଏ। ଏହି କାରଣରୁ ଅତ୍ୟଧିକ ମୋଟାପଣ ଜୀବନ ଶୈଳୀକୁ ଅସ୍ତ-ବ୍ୟସ୍ତ କରିଥାଏ। ରୋଗର ନିରାକରଣ ପାଇଁ ସମସ୍ତେ ଏଲୋପାଥିକ୍ ଔଷଧ ବ୍ୟବହାର କରିଥାନ୍ତି। କାରଣ ଏଥିରେ ରୋଗ ଜଲଦି ଭଲ ହୋଇଥାଏ। କିନ୍ତୁ ଆମେ ଏହି କଥାକୁ ମଧ୍ୟ ଅଣଦେଖା କରିପାରିବା ନାହିଁ କି ଏହି ଔଷଧରେ କିଛି ପାର୍ଶ୍ବ ପ୍ରତିକ୍ରିୟା ରହିଥାଏ, ଯାହା ବହୁତ ଭୟଙ୍କର ପ୍ରମାଣିତ ହୋଇଥାଏ। ଏହି କଥାରେ ଧ୍ୟାନ ରଖିବା ପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଔଷଧ ବିଷୟରେ ଜଣାଇବୁ, ଯାହା ଏକା ସହିତ ଅନେକ ରୋଗ ଭଲ କରିଥାଏ। ଏହି ଉପାୟ ସମ୍ପୂର୍ଣ୍ଣ ରୂପେ ଆୟୁର୍ବେଦିକ ଅଟେ ଏବଂ ଏହା ଦ୍ବାରା କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ହୋଇନଥାଏ।

ଆୟୁର୍ବେଦିକ ଔଷଧ

ଆୟୁର୍ବେଦିକ ଔଷଧ କଣ , ଏହା ବିଷୟରେ କହିବା ପୂର୍ବରୁ ପ୍ରଥମେ ଆମେ ଆପଣଙ୍କୁ ସେହି ରୋଗ ବିଷୟରେ ଜଣାଇବୁ, ଯାହା ଏହି ଔଷଧର ବ୍ଯବହାରରେ ସମ୍ପୂର୍ଣ୍ଣ ରୂପେ ଭଲ ହୋଇଥାଏ। ଏହି ଔଷଧ ଗଣ୍ଠି ଜନିତ ସମସ୍ଯା, ହାଡ଼ ଦୁର୍ବଳ ହେବା, ଆଖିର ଉଜ୍ବଳତା କମିବା, କବଜ, ଶରୀରରେ ରକ୍ତର ଅଭାବ, କଫ ସମସ୍ୟା ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ସମସ୍ୟାର ସମାଧାନ କରିଥାଏ। ତେବେ

aayurvedicଜାଣନ୍ତୁ କଣ ରହିଛି ସେହି ଚମତ୍କାରୀ ଔଷଧ

ଚୂର୍ଣ୍ଣ

ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣଙ୍କୁ ୫୦ ଗ୍ରାମ କଳା ଜୀରା, ୧୦୦ ଗ୍ରାମ ଜୁଆଣୀ ଏବଂ ୨୫୦ ଗ୍ରାମ ମେଥୀ ଆବଶ୍ୟକ। ଏହି ତିନୋଟି ଜିନିଷକୁ ହାଲୁକା ଉଷୁମ କରିବା ପରେ ଗ୍ରାଇଣ୍ଡି କରି ମିଶାଇ ଦିଅନ୍ତୁ। ରାତିରେ ଶୋଇବା ସମୟରେ ଏକ ଗ୍ଲାସ ହାଲୁକା ଉଷୁମ ପାଣି ସହିତ ଏହି ମିଶ୍ରଣରୁ ଏକ ଚାମଚ ସେବନ କରନ୍ତୁ। ଏହାକୁ ଥଣ୍ଡା ପାଣିରେ ସେବନ ନକରିବା ଏବଂ ସେବନ କରିବା ପରେ ଅନ୍ୟ କିଛି ଖାଦ୍ୟ ଗ୍ରହଣ ନକରିବା ଉପରେ ବିଶେଷ ଧ୍ୟାନ ରଖିବେ।

ଏହାକୁ ନିୟମିତ ସେବନ କରିବା ଦ୍ବାରା ଆପଣଙ୍କ ଶରୀରରେ ୮୦-୯୦ ଦିନ ମଧ୍ୟରେ ଫରକ୍ ଦେଖିବାକୁ ପାଇବେ। ଏହା ଶରୀର ଭିତରେ ଥିବା ସବୁ ମଇଳା ଅଂଶ ମଳ-ମୂତ୍ର ଜରିଆରେ ବାହାର କରିଥାଏ ଏବଂ ଶରୀରରେ ଶୁଦ୍ଧ ରକ୍ତ ସଞ୍ଚାଳନ କରିଥାଏ। ଏହା ଆପଣଙ୍କ ଶରୀରରେ ଥିବା ଅତ୍ୟଧିକ ଚର୍ବି କମ କରିଥାଏ। ଯଦି ଆପଣଙ୍କ ଶରୀରରେ ମଧ୍ୟ କୁଞ୍ଚିତ ଦେଖିବାକୁ ମିଳିଥାଏ ତେବେ ଏହା ମଧ୍ୟ ଦୂର ହୋଇଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button