ଦେଶ ବିଦେଶ

World Idli Day : ଜାଣନ୍ତୁ କେମିତି ସହଜରେ ପ୍ରସ୍ତୁତ କରିବେ ସ୍ବାଦିଷ୍ଟ ସ୍ପଞ୍ଜୀ ଇଡଲୀ

ସାଧାରଣତଃ ଆପଣଙ୍କୁ ଲାଗୁଥିବ ଯେ ଇଡଲୀ ଦକ୍ଷୀଣ ଭାରତର ବ୍ୟଞ୍ଜନ ଆଟେ। କିନ୍ତୁ ଏହା ସତ ନୁହେଁ। ଇଡଲୀର ଇତିହାସ ବହୁ ପୁରାତନ ଅଟେ ଏହି ଡିସ ଇଣ୍ଡୋନେସିୟା ରୁ ଭାରତ ଆସିଥିଲା ଏବଂ ଦକ୍ଷୀଣ ଭାରତ ସମେତ ପୂରା ଦେଶର ସ୍ବାଦରେ ସାମିଲ ହୋଇଗଲା। ଏହା ଭାରତକୁ ୮୦୦ ରୁ ୧୨୦୦ ବର୍ଷ ପୂର୍ବେ ଆସିଥିଲା। ଏହାର ଉଦ୍ଭବ ‘ଇଡଲିଗ’ରୁ ହୋଇଥିଲା। ଏହା କନଡ ସାହିତ୍ୟରୁ ଜଣାପଡିଛି। ଏହି ଇଡଲୀ ଭାରତରେ ଏତେ ଲୋକପ୍ରିୟ ହୋଇଗଲା ଯେ ଏହାକୁ ନେଇ ଏକ ଦିବସ ପାଳନ କରାଯାଉଛି। ଏଥିପାଇଁ ସବୁ ବର୍ଷ ମାର୍ଚ୍ଚ ୩୦ରେ ‘ଇଡଲୀ ଦିବସ’ ପାଳନ କରାଯାଏ। ଆସନ୍ତୁ ଜାଣିବା କେଉଁଭଳି ଭାବେ ଆପଣ ଘରେ ସହଜରେ ଇଡଲୀ ବନାଇ ତାହାର ଆନନ୍ଦ ଉଠାଇପାରିବେ।

idliସାମଗ୍ରୀ

ଚାଉଳ – ୩ ଛୋଟ ଗିନା

ବିରି – ଏକ ଛୋଟ ଗିନା

ଲୁଣ – ସ୍ବାଦାନୁସାରେ

କଳାମରୀଚ – ଏକ ଛୋଟ ଚାମଚ

ତେଲ ବା ଘିଅ – ୫ ରୁ ୬ ଛୋଟ ଚାମଚ (ଇଡଲୀ ଷ୍ଟାଣ୍ଡରେ ଲଗାଇବା ପାଇଁ)

ପ୍ରସ୍ତୁତି ପ୍ରଣାଳୀ

Idli-batterବିରି ଏବଂ ଚାଉଳକୁ ପାଞ୍ଚ ଛଅ ଘଣ୍ଟା ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ବିରି ଏବଂ ଚାଉଳକୁ ଧୋଇ ଅଳ୍ପ ପାଣି ଦେଇ ଗ୍ରାଇଡିଂ କରିଦିଅନ୍ତୁ। ପରେ ଏହି ମିଶ୍ରଣରେ ବେକିଂ ସୋଡା ପକାଇ ଗୋଳାଇ ଦିଅନ୍ତୁ ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ।

ଏହାପରେ ପେଷ୍ଟରେ ଲୁଣ ଏବଂ କଳା ମରୀଚ ପକାଇ ଦିଅନ୍ତୁ। ଯଦି ଆପଣ ଡାଏ ଫ୍ରୁଟ୍ସ ପକାଇବାକୁ ଚାହୁଁଛନ୍ତି ତେବେ ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଇଡଲୀ ଷ୍ଟାଣ୍ଡ ତଳେ ଆବଶ୍ୟକ ଅନୁସାରେ ପାଣି ଦିଅନ୍ତୁ।

ଷ୍ଟାଣ୍ଡରେ ତେଲ ଲଗାଇ ଦିଅନ୍ତୁ, ଏହାପରେ ସେଥିରେ ଏହି ମିଶ୍ରଣକୁ ଦିଅନ୍ତୁ। ଆପଣଙ୍କ ଷ୍ଟାଣ୍ଡ ଅନୁଯାୟୀ ଗୋଟିଏ ଟାଇମରେ ୧୨ ରୁ ୧୬ ଇଡଲୀ ପ୍ରସ୍ତୁତ କରିପାରିବେ।

Ready-idliଇଡଲୀ ଷ୍ଟାଣ୍ଡର ଢ଼ାଙ୍କଣାକୁ ଘୋଡାଇ ଦିଅନ୍ତୁ। ୧୫ ମିନିଟ ପର‌୍ୟ୍ୟନ୍ତ ହାଇ ଆଞ୍ଚରେ ରଖି ଦିଅନ୍ତୁ। ଏହାପରେ ଗୋଟିଏ ଛୁରିରେ ଇଡଲୀକୁ ଦେଖିପାରିବେ ଏହା ସମ୍ପୂର୍ଣ୍ଣ ଭାବରେ ହୋଇଛି ନା ନାହିଁ। ଯଦି ଛୁରୀ ରେ ଲାଗିଯାଏ ତେବେ ଜାଣନ୍ତୁ ଏହା ଠିକ ଭାବରେ ହୋଇନାହିଁ।

ଏହା ଠିକ ଭାବରେ ହୋଇଗଲା ପରେ ଏହାକୁ କାଢ଼ି ଦିଅନ୍ତୁ। ଏବଂ ଚଟଣୀ ସହିତ ଏହି ସୁସ୍ବାଦୁ ଇଡଲୀକୁ ଖାଇବାକୁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button