ବିଚାର

ଘରର ବାଥରୁମ ସହ ଜଡିତ କିଛି ବାସ୍ତୁ ଟିପ୍ସ, ଯାହା ଦୂର କରିବ ଅନେକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ସ୍ଥାନ ପାଇଁ କିଛି ଖାସ ନିୟମ ରହିଛି। ଏହି ନିୟମ ପାଳନ କରିବା ଦ୍ବାରା ଘରେ ସର୍ବଦା ନକରାତ୍ମକ ଉର୍ଜା ପ୍ରଭାବିତ ହୋଇଥାଏ। ବାସ୍ତୁଶାସ୍ତ୍ରରେ ଘରର ମୁଖ୍ୟ ଦ୍ବାର ଠାରୁ ଷ୍ଟୋର୍ ରୁମ୍ ପର୍ଯ୍ୟନ୍ତ ବିଭିନ୍ନ ନିୟମ ପାଳନ ହୋଇଥାଏ। ସେହିପରି ବାର୍ଥରୁମ୍ ଘରର ମୁଖ୍ୟ ଅଂଶ ହୋଇଥାଏ। ଏହି ସ୍ଥାନରେ ରାହୁ ଗ୍ରହର ସବୁଠାରୁ ବେଶୀ ପ୍ରଭାବ ପଡିଥାଏ। ଏହି କାରଣରୁ ବାଥରୁମ ସହ ଜଡିତ ଥିବା ବାସ୍ତୁ ନିୟମ ଉପରେ ଖାସ ଧ୍ୟାନ ରଖିବା ଉଚିତ। ଜାଣନ୍ତୁ ବାଥରୁମ ସହ ଜଡ଼ିତ ଥିବା ବାସ୍ତୁଶାସ୍ତ୍ର ନିୟମ ବିଷୟରେ।

bath1-ବାଥରୁମ ଘରର ପଶ୍ଚିମ-ଦକ୍ଷିଣ କୋଣରେ ରହିବା ଉଚିତ। ଏହା ବ୍ୟତୀତ ଉତ୍ତର-ପଶ୍ଚିମ କୋଣରେ ମଧ୍ୟ ବାଥରୁମ ତିଆରି କରାଯାଇପାରିବ।

-ବାଥରୁମ ର ବାସ୍ତୁ ଦୋଷ ଦୂର କରିବା ପାଇଁ କାଚ ପାତ୍ରରେ ଲୁଣ ରଖନ୍ତୁ ଏବଂ ଏହାକୁ ସପ୍ତାହରେ ଥରେ ବଦଳାନ୍ତୁ।

-ବାଥରୁମ ରେ ପାଣି କଳ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଶୁଭ ହୋଇଥାଏ। ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ପାଣି ବାହାରିବା ଦ୍ବାରା ଘରେ ଆର୍ଥିକ ଅଭାବ ସୃଷ୍ଟି ହୋଇଥାଏ।

-ଯଦି ଆପଣଙ୍କ ବାଥରୁମ ମଧ୍ୟରେ ଦର୍ପଣ ରଖିଛନ୍ତି ତେବେ ଏହାକୁ ବାଥରୁମ ଘର କବାଟର ସାମ୍ନାରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

barthroom-ସେହିପରି ବାଥରୁମ ଘରେ ବାଲଟି କିମ୍ବା ଟପ୍ କୁ ଖାଲି ରଖିବେ ନାହିଁ। ଏଥିରେ ପାଣି ପୂର୍ଣ୍ଣ ହୋଇ ରହିବା ଦ୍ବାରା ଘରେ ସବର୍ଦା ସୁଖ-ଶାନ୍ତି ଲାଗିରହିଥାଏ।

-ବାଥରୁମ ରେ ନୀଳ ରଙ୍ଗର ବାଲଟି ନିଶ୍ଚିନ୍ତ ରଖିବା ଉଚିତ। କାରଣ ନୀଳ ରଙ୍ଗ ସମ୍ପନ୍ନତାର ପ୍ରତୀକ ହୋଇଥାଏ।

-ସେହିପରି ବାଥରୁମ ଘରର କବାଟରେ ଖ୍ରୀଷ୍ଟାଲ ବଲ ଝୁଲାଇ ରଖିବା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ।

-ଏହା ମଧ୍ୟରେ ବିଜୁଳି ଉପକରଣ ସର୍ବଦା ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ ରହିବା ଉଚିତ।

-ବାଥରୁମ ଘରର କଳରୁ ସର୍ବଦା ପାଣି ନବାହାରୁଥିବା ଉପରେ ଧ୍ୟାନ ରଖିବା ଉଚିତ। କାରଣ ଏହା ସହ ଅନେକ ବାସ୍ତୁ ଦୋଷ ଜଡ଼ିତ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button