ସ୍ୱାସ୍ଥ୍ୟ

ଛାତିରେ ରହୁଛି କି ଯନ୍ତ୍ରଣା ତେବେ ଆଜି ହିଁ ଖାଇବା ବନ୍ଦ କରନ୍ତୁ ଏହି ଜିନିଷ

ବର୍ତ୍ତମାନ ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଛାତି ଯନ୍ତ୍ରଣା ଭଳି ସମସ୍ୟା ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ଖରା ଦିନରେ ଏହି ସମସ୍ୟା ଖାସ କରି ତେଲିଆ ଜିନିଷ ଖାଇବା ଦ୍ୱାରା ହିଁ ହୋଇଥାଏ। ଅଧିକାଂଶ ଲୋକ ଏହି ସମସ୍ୟାର ସାମ୍ନା ସକାଳେ ଏବଂ ରାତିରେ ଖାଇବା ପରେ ଅନୁଭୁତ କରିଥାନ୍ତି। ଏପରି ଅସୁବିଧା ହେଉଥିବା ବ୍ୟକ୍ତିଙ୍କୁ ନିଜ ଖାଦ୍ୟ କିଛି ଜିନିଷର ବାରଣ କରିବା ଉଚିତ୍‌। ଆଜି ଆମେ ସେହିପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ।

fried food

-ଦୈନିକ ଛଣା ଜିନିଷ ତଥା ପରଟା ଆଦି ସେବନ କରିବା ଅନୁଚିତ୍‌। ଏହାକୁ ଖାଇବା ଦ୍ୱାରା ଛାତି ଜଳିବା ସହ ବିଭିନ୍ନ ରୋଗକୁ ନିମନ୍ତ୍ରଣ ଦେଇଥାଏ। ଏଣୁ ଯେତେ ଚେଷ୍ଟା କରନ୍ତୁ ତେଲିଆ ଜିନିଷରୁ ନିଜକୁ ଦୂର ରଖିବାକୁ। ଏହାକୁ ଖାଇବା ଛାଡି ଆପଣ ତାହା ସ୍ଥାନରେ ଫଳ, ଓଡର୍ସ ଅଥବା ହାଲୁକା ମିଠା ଜିନିଷର ମଧ୍ୟ ସେବନ କରିପାରିବେ।

-ସକାଳୁ ସକାଳୁ ଭୁଲରେ ମଧ୍ୟ କମାଳା ଜୁସର ସେବନ କରନ୍ତୁ ନାହିଁ। ସକାଳୁ ଫଳ ଖାଇବା ଶରୀର ପାଇଁ ଉପଯୋଗୀ କିନ୍ତୁ ଭିଟାମିନ ସି ଯୁକ୍ତ ଫଳ ଖାଇବା ଦ୍ୱାରା ଛାତିରେ ଜଳିବା ଭଳି ସମସ୍ୟା ଦେଖାଦେଇଥାଏ। ଆପଣ କମଳାର ଜୁସ୍‌ ଜଳଖିଆର ୨ଘଣ୍ଟା ପରେ ସେବନ କରିପାରିବେ।

milk-products

-ଯଦି ଆପଣଙ୍କର ଛାତିରେ ଜ୍ୱଳନ ଭଳି ସମସ୍ୟା ରହିଛି ତେବେ କ୍ଷୀର ଜାତୀୟ ପଦାର୍ଥରୁ ନିଜକୁ ଦୂରେଇ ରଖନ୍ତୁ। କାରଣ ଏହା ଅଧିକ ଚର୍ବି, ପ୍ରୋସିଡ ଫୁଡରେ ଭରପୁର ହୋଇଥାଏ। ଯାହା ସ୍ୱାସ୍ଥ୍ୟାପାଇଁ ହାନିକାରକ ହୋଇଥାଏ। କ୍ଷୀରଜାତୀୟ ପଦାର୍ଥର ଦୈନିକ ସେବନ ଫ୍ୟାଟ ବଢ଼ାଇବା ସହ ଏସିଡିଟୀ ଭଳି ସମସ୍ୟା ଜାତ କରିଥାଏ। ତେବେ ବଜାରରେ ମିଳୁଥିବା ବଟର, ବ୍ରେଡ୍‌, ଚିଜ୍‌ ଆଦିରୁ ମଧ୍ୟ ଦୂରରେ ରହିବା ଦରକାର।

-ଅଧିକ ମସଲା ଯୁକ୍ତ ଖାଦ୍‌୍ୟ ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ସେହିପରି ଅଧିକ ଲଙ୍କା ମସଲା ଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଅନୁଚିତ୍‌। ଏହା ଦ୍ୱାରା ଏସିଡିଟି ଭଳି ସମସ୍ୟା ଦେଖାଯାଇଥାଏ। ଏଣୁ ଖାଦ୍‌୍ୟରେ ଯେତେ ସମ୍ଭବ ମସଲା ଏବଂ ରାଗ କମ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button