ଇଦ୍ ସ୍ପେଶାଲରେ ଘରେ ପ୍ରସ୍ତୁତ କରନ୍ତୁ ‘ସିର ଖୁରମା’, ଜାଣନ୍ତୁ ରେସିପି

ସାରା ଦେଶ ଆଜି ଇଦ ପାଳନ କରୁଛି। ତେବେ ଇଦ ପର୍ବ ସିର ଖୁରମା ବିନା ଅଧୁରା ହୋଇଥାଏ। ସିରର ଅର୍ଥ କ୍ଷୀର ଏବଂ ଖୁରମା ଅର୍ଥ ସିମେଇ ଭଳି ଏକ ପଦାର୍ଥ ହୋଇଥାଏ। ଇଦରେ ଏହାର ସେବନ ଶୁଭ ବୋଲି କୁହାଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଘରେ କିପରି ସ୍ବାଦିଷ୍ଟ ସିର ଖୁରମା ପ୍ରସ୍ତୁତ କରି ଅତିଥିଙ୍କୁ ପରିଷିବେ ତାହାର ପ୍ରଣାଳୀ କହିବାକୁ ଯାଉଛୁ।

ସାମଗ୍ରୀ :
୧ ପ୍ୟାକେଟ ସିମେଇ
୪ ଲିଟର କ୍ଷୀର
୧ କିଗ୍ରା ଚିନି
ଗୁଜୁରାତୀ, ବାଦାମ, କାଜୁ ଏବଂ ପିସ୍ତା
ଅଧା କପ୍ ଫ୍ରେସ ଲହୁଣୀ
ଅଧା ଚାମଚ କେଶର
ଅଧା କପ୍ କିସମିସ୍
ଅଧା ଚାମଚ ଗୋଲାପ ଜଳ
୧ ଚାମଚ ବଟର

ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ସିମେଇ ଏକ କଡେଇରେ ଘିଅ ପକାଇ ଭଲ ଭାବେ ଫ୍ରାଏ କରନ୍ତୁ। ଏହାପରେ ସେଥିରେ ୧/୪ କପ୍ ଚିନି ପକାଇ ଭାଜନ୍ତୁ। ଏହାପରେ ଧିରେ ଧିରେ କ୍ଷୀର ପକାଇ ଘାଣ୍ଟନ୍ତୁ। କ୍ଷୀର ମରି ବହଳିଆ ହେବାକୁ ଲାଗିଲେ ସେଥିରେ କାଜୁ, ବାଦାମ ଏବଂ ପିସ୍ତା ପକାନ୍ତୁ। ଏବେ ବାକିଥିବା ଚିନିକୁ ପକାଇ ଗୋଲାପ ଜଳ ମିଶ୍ରଣ କରନ୍ତୁ। ଏହାକୁ ହାଲୁକା ଆଞ୍ଚରେ ୧୦ ମିନିଟ ପର୍ୟ୍ୟନ୍ତ ରାନ୍ଧନ୍ତୁ। ପ୍ରସ୍ତୁତ ହୋଇଗଲା ସିର ଖୁରମା। ଏବେ ଏହାକୁ ପାତ୍ରରେ ବାହାର କରି ଡ୍ରାଏଫୁଡ୍ସରେ ସଜାଇ ଅତିଥି ଏବଂ ଘର ଲୋକଙ୍କୁ ଖାଇବାକୁ ଦିଅନ୍ତୁ।



