ବିଚାର

ଗରମ ଦିନେ ପିଅନ୍ତୁ ଗୋଲାପ ସରବତ, ଜାଣନ୍ତୁ ଏହାର ଦମଦାର୍ ଫାଇଦା

ଗରମ ଦିନେ ଅଧିକାଂଶ ଲୋକମାନେ ଥଣ୍ଡା ପିଇବା ପାଇଁ ପସନ୍ଦ କରିଥାନ୍ତି। ଏଥିରେ ଗୋଲାପ ଏକ ଭଲ ଅପ୍ସନ ଅଟେ। ଏହି ସରବତ ମନ, ମସ୍ତିଷ୍କ ଏବଂ ଶରୀରକୁ ଥଣ୍ଡା ରଖିଥାଏ। ଏହା ସ୍ବାଦିଷ୍ଟ ହେବା ସହ ଶରୀର ପାଇଁ ଲାଭକାରୀ ହୋଇଥାଏ। ଗୋଲାପ ସରବତ ପିଇବା ଦ୍ବାରା ଶରୀରରେ ଜଳୀୟ ଅଂଶର ଅଭାବ ଦୂର ହୋଇଥାଏ। ଏଥିରେ ମ୍ୟାଗ୍ନେସିୟମ, ପୋଟାସିୟମ, ସୋଡିୟମ, କ୍ୟାଲସିୟମ, ସଲଫର ଏବଂ ଫସଫରସ ରହିଥାଏ। ଏଥିରେ ଥିବା ପୋଷକ ତତ୍ବ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

sharbat gulabଗୋଲାପରେ ଅନେକ ଔଷଧୀୟ ଗୁଣ ରହିଥାଏ। ଏହାର ସରବତ ପିଇବା ଦ୍ବାରା କବଜ ଦୂର ହୋଇଥାଏ। ଏହା ବ୍ୟତୀତ ଯଦି କାହାର ପେଟ ଫୁଲିବାର ସମସ୍ୟା ରହିଥାଏ ତେବେ ଏହି ମସ୍ୟା ମଧ୍ୟ ଦୂର ହୋଇଥାଏ। ଗରମ ଦିନେ ଗୋଲାପ ସରବତ କୌଣସି ବରଦାନରୁ କମ ହୋଇନଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ୟ ପ୍ରପୋଟିଜ୍ ରହିଥାଏ, ଯାହା ବୟସ ବଢିବା କାରଣରୁ ତ୍ବଚାର ଦେଖାଯାଉଥିବା କୁଞ୍ଚିତକୁ ଦୂର କରିବାରେ ସାହାଯ୍ୟ କରିଥାଏ।

ସରବତ ପ୍ରସ୍ତୁତ କରିବା ପ୍ରଣାଳୀ:

gulabଗୋଲାପ ସରବତ ତିଆରି କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ କିଛି ପାଣି ଫୁଟାଇ ସେଥିରେ ଗୋଲାପର ଦୁଇଟି ପତ୍ରକୁ ଭଲ ଭାବେ ଧୋଇ ପକାଇ ଦିଅନ୍ତୁ। ଅଳ୍ପ ସମୟ ପରେ ଆପଣ ଲକ୍ଷ୍ୟ କରିବେ ପତ୍ର ଧୀରେ ଧୀରେ ସଫା ହେବା ସହ ପାଣିର ରଙ୍ଗ ଗୋଲାପି ହେଉଛି। ଏହାପରେ ଆପର ଗ୍ୟାସ ବନ୍ଦ କରି ସେଥିରେ କିଛି ଗୋଲାପ ଜଳ ମିଶାଇ ଉଚିତ ମାତ୍ରାର ଚିନି ପକାନ୍ତୁ। ଏହାପରେ ଏହି ସରବତ ଥଣ୍ଡା ହେବା ପରେ ବରଫ ମିଶାଇ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button