ମନୋରଞ୍ଜନ

ରଜରେ ପ୍ରସ୍ତୁତ କରନ୍ତୁ ପୋଡପିଠା, ଖୁସିକୁ କରିଦେବ ଦ୍ୱିଗୁଣା

ପର୍ବପର୍ବାଣୀର ମହତ୍ତ୍ୱକୁ ବିଭିନ୍ନ ପ୍ରକାରର ପିଠାପଣା ଦୁଇ ଗୁଣିତ କରିଦେଇଥାଏ। ଆସିଛି ରଜ, ଘରେ ଘରେ ଏହାର ପ୍ରସ୍ତୁ ତି ଆରମ୍ଭ ହୋଇଗଲାଣି। ବର୍ଷକୁ ଥରେ ପୁଣି ଆସିଛି ରଜ। ଆଉ ରଜର ପର୍ବକୁ ଆହୁରି ମଧୁର କରିଥାଏ ପୋଡ ପିଠା। ତେବେ ରଜରେ ଖୁସିକୁ ଆହୁରି ଦୁଇ ଗୁଣା କରିବା ପାଇଁ ଜାଣନ୍ତୁ କିଭଳି ସହଜ ଉପାୟରେ ଆପଣ ଘରେ ବିଭିନ୍ନ ପ୍ରକାରର ପିଠାପଣା ପ୍ରସ୍ତୁତ କରିପାରିବେ।

poda pithaବିରି ଚାଉଳ ପୋଡ଼ ପିଠା ପାଇଁ ଆବଶ୍ୟକ ସାମଗ୍ରୀ

ବିରି – ୨କପ

ଅରୁଆ ଚାଉଳ – ୧କପ

ଗୁଡ଼ – ୧କପ ରୁ କମ

ନଡ଼ିଆ କୋରା – ୧କପ

ଛେନା – ଆବଶ୍ୟକ ପରିମାଣରେ

ପେଷା ଚିନି – ୧କପରୁ କମ

କାଜୁ, କିସମିସ – ଆବଶ୍ୟକ ପରିମାଣରେ

ଘିଅ – ଆବଶ୍ୟକ ପରିମାଣରେ

ଲୁଣ – ସ୍ୱାଦାନୁସାରେ

ଅଳେଇଚ, ଗୋଲମରିଚ ଗୁଣ୍ଡ – ଅଳ୍ପ

ବିରି ଚାଉଳ ପୋଡ଼ ପିଠା ର ପ୍ରସ୍ତୁତି ପ୍ରଣାଳୀ

podapithaପ୍ରଥମେ ବିରି ଓ ଚାଉଳକୁ ୪ ରୁ ୫ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ବହଳିଆ ଭାବେ ପେଷି ଆଣ ପ୍ରସ୍ତୁତ କରନ୍ତୁ। ଆଣକୁ ଭଲ ଭାବେ ଫେଣ୍ଟି ୨ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଏଥିରେ ଗୁଡ଼କୁ ପକାଇ କିଛି ସମୟ ଭାଜନ୍ତୁ। ଭାଜିବା ପରେ ଏଥିରେ ନଡ଼ିଆ କୋରା, ଅଳେଇଚ, ଗୋଲମରିଚ ଗୁଣ୍ଡ ପକାଇ ପୁଣି ଭଲ ଭାବେ ଗୋଳାନ୍ତୁ । କିଛି ସମୟ ଗୋଳାଇବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଆଣରେ ୧ ଚାମଚରୁ ସାମାନ୍ୟ କମ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ କୁକର ବସାଇ ଏଥିରେ ୪ ରୁ ୫ ଚାମଚ ଘିଅ ପକାନ୍ତୁ।

ଅଳ୍ପ ଘିଅ କୁକର ଭିତର ଅଂଶରେ ମଧ୍ୟ ଲଗାନ୍ତୁ। ଏବେ କୁକରରେ ଆଣର ଗୋଟିଏ ସ୍ତର, ଗୁଡ଼ ନଡ଼ିଆ କୋରା ଭଜାର ଗୋଟିଏ ସ୍ତର, ଏପରି ପୁଣି ଆଣ, ଗୁଡ଼ ନଡ଼ିଆ କୋରା ଭଜା, ଛେନା, କାଜୁ କିସମିସ ଏହା ଉପରେ ଦେଇ କୁକରର ସିଟି ବାହାର କରି ଘୋଡ଼ଣୀ ଦେଇ ଗ୍ୟାସରେ ବସାନ୍ତୁ। ପ୍ରଥମେ ୧୦ ମିନିଟ ମଧ୍ୟମ ଆଞ୍ଚରେ ଓ ପୁଣି ୨୦ ମିନିଟ କମ ଆଞ୍ଚରେ ବସାନ୍ତୁ। ୨୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ବିରି ଚାଉଳ ପୋଡ଼ ପିଠା। ବିରି ଚାଉଳ ପୋଡ଼ ପିଠା ଖାଇ ରଜର ମଜା ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button