ଦେଶ ବିଦେଶ

ଏମିତି ଏକ ମଦ, ଯାହା ଦୂର କରିବ ଡାଇବେଟିସ ଏବଂ ଶରୀରରୁ କମାଇବ ଚର୍ବି

ଜିୱାଜି ବିଶ୍ବବିଦ୍ୟାଳୟରେ ହେଲଥ୍ ସେଣ୍ଟରର ଛାତ୍ରମାନେ ଆମ୍ବର ପତ୍ରରୁ ମଦ ପ୍ରସ୍ତୁତ କରିଛନ୍ତି। ଏଥିରେ ୮ ରୁ ୧୨% ପର‌୍ୟ୍ୟନ୍ତ ଆଲକହଲ ରହିଛି। ଏହାସତ୍ତ୍ବେ ଏହା ମଧୁମେହକୁ ଦୂର କରିବା ସହିତ ଫ୍ୟାଟକୁ ମଧ୍ୟ କମ୍ କରିଥାଏ। ଏହାସହିତ ଏହା ରୋଗପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ କାରିଗରୀ ଅଟେ।

ମଦକୁ ପ୍ରସ୍ତୁତ କରିବାରେ ୪୫-୫୦ ଦିନ ପର‌୍ୟ୍ୟନ୍ତ ସମୟ ଲାଗିବ। ଏହାଦ୍ବାରା ଗ୍ଲକୋଜ୍, କାର୍ବୋହାଇଡ୍ରେଟ୍ ଏବଂ ପେପଟୋନ୍ ପ୍ରୋଟିନରେ ପ୍ରସ୍ତୁତ ହୋଇଛି। ଜେୟୁ ପ୍ରବନ୍ଧନ ଏବେ ଏହାକୁ ଲୋକଙ୍କ ପାଖକୁ ପହଁଚାଇବା ପାଇଁ କୌଣସି କମ୍ପାନୀ ସହିତ ନିଜର ଫର୍ମୁଲାର ଏମଓୟୁ ସାଇନ୍ କରିବାର ପ୍ରୟାସ କରୁଛନ୍ତି।

ରୋଗକୁ ମାତ୍ ଦେବାରେ କରିବ ସାହାଯ୍ୟ

ଆମ୍ବ ପତ୍ରରେ ମଦ ପ୍ରସ୍ତୁତ କରିବାର ଫର୍ମୁଲା ଜେୟୁର ହେଲଥ ସେଣ୍ଟରର ପ୍ରଭାରୀ ଏବଂ ଅନୁସନ୍ଧାନକାରୀ ଛାତ୍ରୀ ରୂପାଲୀ ଦତ୍ତଙ୍କର ସାଥି ସନ୍ଧାନ କରିଛନ୍ତି। ଏଥିରେ ଆମ୍ବ ପତ୍ରରେ ମିଳୁଥିବା ମ୍ୟାଙ୍ଗୋ ଫେରିନ୍ ତତ୍ତ୍ବର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି, ଯାହା ଅନେକ ରୋଗକୁ ଶେଷ କରିବାରେ ସାହାଯ୍ୟକାରୀ ଅଟେ। ଖାସ୍ କଥା ହେଉଛି ଆମ୍ବ ପତ୍ର ବର୍ଷସାରା ମିଳିଥାଏ, ଯାହାଦ୍ବାରା ଏହି ମଦକୁ ସବୁ ଋତୁରେ ପ୍ରସ୍ତୁତ କରାଯାଇପାରିବ।

ଶରୀର ପାଇଁ ଲାଭକାରୀ

-ଆମ୍ବ ପତ୍ରର ମଦରେ ମ୍ୟାଙ୍ଗୋ ଫେରିନ ରହିଥାଏ, ଏହାଦ୍ବାରା ମଧୁମେହକୁ ଶେଷ କରିହେବ। ଶରୀରର ଫ୍ୟାଟ କମ୍ ହୋଇଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିୟାଲ ଗୁଣ ମଧ୍ୟ ରହିଥାଏ।

-ଗ୍ୟାଲିକ ଏସିଡ୍, ପ୍ୟାରୋସିଟିନ୍, କାଟାସିନ୍ ଏବଂ କେଥେଇସିନ୍ ଶରୀରର ଟିସୁକୁ କ୍ଷତିଗ୍ରସ୍ଥ ହେବାକୁ ଦିଏ ନାହିଁ।

-ଏସକୋର୍ବିକ ଏସିଡ୍ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ। ଏଥିରେ କ୍ୟାଲସିୟମ ମଧ୍ୟ ରହିଥାଏ ଯାହା ଗଣ୍ଠି ପାଇଁ ଲାଭଦାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button