ମନୋରଞ୍ଜନ

ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟୀ ସୁଜି ଚଟପଟା କଟଲେଟ୍‌

କୁହାଯାଏ ଯେ ପ୍ରତିଦିନ ଖାଦ୍ୟ ଖାଇବା ପୂର୍ବରୁ ଟିଫିନ ନିଶ୍ଚୟ କରିବା ଆବଶ୍ୟକ। କିନ୍ତୁ ପ୍ରତିଦିନ ଟିଫିନରେ କଣ ପ୍ରସ୍ତୁତ କରିବା ଏହି ସମସ୍ୟାରେ ସବୁବେଳେ ରହିଥାନ୍ତି। ତେଣୁ ଆପଣଙ୍କର ଏହି ସମସ୍ୟା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସୁଜିର ଚଟାପଟ କଟଲେଟ ରେସିପି। ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ ଏବଂ ବଡ ପିଲାମାନେ ଏହାକୁ ସଂଧ୍ୟାରେ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି।

ସାମଗ୍ରୀ

ସୁଜି – ଦୁଇ କପ୍‌

ବ୍ରେଡ୍‌ – ତିନି/ଚାରିଟି

ସିଝା ଆଳୁ – ୪ଟି (କଦ୍ଦୁକସ ହୋଇଥିବା)

ରିଫାଇନ୍‌ – ଛାଣିବା ପାଇଁ

ପିଆଜ – ଦୁଇ ରୁ ତିନି ପିସ୍‌

ଲୁଣ – ସ୍ୱାଦାନୁସାରେ

କଞ୍ଚା ଲଙ୍କା –ତିନି,ଚାରିଟି

ଧନିଆ ପତ୍ର – ସଜେଇବା ପାଇଁ

ପ୍ରଣାଳୀ

suji cutlet୩-୪ ସ୍ଲାଇସ ବ୍ରେଡକୁ ପେଶି ଅଲଗା ରଖି ଦଅନ୍ତୁ। କଡାଇରେ ରିଫାଇନ୍‌ ପକାଇ ସୁଜିକୁ ସାମାନ୍ୟ ଭାଜି ଦିଅନ୍ତୁ। ଏହା ହୋଇଗଲା ପରେ ଏହାକୁ ଏକ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ କଡାଇରେ ଦୁଇ ଚାମଚ ରିଫାଇନ୍‌ ପକାଇ ସେଥିରେ ପିଆଜକୁ ଭାଜି ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

ସୁଜି ଥଣ୍ଡା ହେବା ପରେ ସେଥିରେ ଆଳୁକୁ ମିଶାଇ ଦିଅନ୍ତୁ। ଏହାପରେ ପିଆଜ, ଧନିଆ ପତ୍ର ଏବଂ ଲୁଣ ପକାଇ ଭଲଭାବେ ମିଶ୍ରଣ କରିଦିଅନ୍ତୁ। ଏବେ ଏହି ମିଶ୍ରଣକୁ ଗୋଲ ଗୋଲ କରି ଟିକ୍କି ଭଳି ବନାଇ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖି ଦିଅନ୍ତୁ।

ଏବେ କଟଲେଟ୍‌ ପାଇଁ କଡାଇରେ ରିଫାଇନ୍‌ ପକାନ୍ତୁ। ଗରମ ହେବା ପରେ ବ୍ରେଡ ଗୁଣ୍ଡରେ ମିଶାଇ ସେହି ଟିକ୍କିକୁ ଛାଣି ଦିଅନ୍ତୁ। ଏହା ହାଲୁକା ଲାଲ ହେବା ପରେ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର କଟଲେଟ ପ୍ରସ୍ତୁତ ହୋଇଯାଇଛି। ଏହା ଉପରେ କଟା ଧନିଆ ପତ୍ରରେ ସଜେଇ ଦିଅନ୍ତୁ। ଆପଣ ଏହାକୁ ଧନିଆ ଚଟଣୀ କିମ୍ବା ଟମାଟୋ ଚଟଣୀ ସହିତ ଗରମାଗରମ ସର୍ଭ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button