ଦେଶ ବିଦେଶ

ସାବଧାନ୍! ଆପଣ ଅତ୍ୟଧିକ ବିଉଟି ପ୍ରଡକ୍ଟର ବ୍ୟବହାର କରୁଛନ୍ତି କି, ହୋଇପାରନ୍ତି ଏହି ଭୟଙ୍କର ରୋଗର ଶିକାର

କର୍କଟ ରୋଗକୁ ସାଧାରଣତଃ ଲୋକମାନେ କ୍ୟାନ୍ସର କହିଲେ ଭଲ ଭାବରେ ବୁଝିପାରନ୍ତି। ଏହି କର୍କଟ ରୋଗ ବିଭିନ୍ନ ପ୍ରକାରର ଥିବା ବେଳେ ତାହାର କାରଣ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେବଳ ତମାଖୁ କି ନିଶା ସେବନ ଏହାର କାରଣ ନୁହେଁ। ଲୋକେ ପ୍ରତିଦିନ କରୁଥିବା କାମ ପାଇଁ ମଧ୍ଯ ଏହି ରୋଗର ଶିକାର ହୋଇଥାନ୍ତି ।

cancer-cellତେବେ ଆସନ୍ତୁ ଜାଣିବା ଏହି ରୋଗର କାରଣ କଣ ?

ସ୍ତନ କର୍କଟ ରୋଗର ଶିକାର ହେଉଥିବା ୯୯ ପ୍ରତିଶତ ମହିଳାଙ୍କ ମଧ୍ୟରେ ପେରାବିନ୍ସ ରସାୟନ ମିଳିଥାଏ । ଏହି ରସାୟନ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟରେ ବ୍ୟବହାର କରାଯାଏ । ମହିଳା ଯଦି ଅତ୍ୟଧିକ ବିଉଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତେବେ ସାବଧାନ । ମହିଳାମାନେ ଅଧିକ ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଥିବାରୁ ଏହି ରସାୟନ ରକ୍ତରେ ମିଶି ପରେ କର୍କଟ ରୋଗରେ ପରିଣତ ହୋଇଥାଏ। ମେଲେନୋମା ଏକ ପ୍ରକାରର ଚର୍ମ କର୍କଟ ରୋଗ । ଯାହା ସୂର୍ଯ୍ୟର ପ୍ରଖର ୟୁଭି କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ହୋଇଥାଏ ।

beauty item୯୫ପ୍ରତିଶତ ଚର୍ମ କର୍କଟ ରୋଗ ପ୍ରଖର ସୂର୍ଯ୍ୟ କିରଣ ପାଇଁ ହୋଇଥାଏ । ଅନ୍ୟ ପକ୍ଷରେ ଆଉ କେତକ କାରଣରୁ କ୍ୟାନ୍ସର ହୋଇଥାଏ । ଦିନ ସମୟରେ କାମ କରୁଥିବା ମହିଳାଙ୍କ ଅପେକ୍ଷା ରାତି ସିପ୍ଟରେ କାମ କରୁଥିବା ମହିଳାମାନଙ୍କ ପାଖରେ ହୃଦ୍‌ଜନିତ ସମସ୍ୟା, କର୍କଟ ରୋଗ ଏବଂ ଷ୍ଟ୍ରୋକ ଭଳି ସମସ୍ୟା ଅଧିକ ଦେଖା ଯାଇଥାଏ । ଏହା ଛଡା ଡିଜେଲ ଚାଳିତ ଯାନରୁ ବାହାରୁଥିବା ଧୂଆଁର ସଂସ୍ପର୍ଶରେ ଆସିବା ଦ୍ୱାରା ଫୁସ୍‌ଫୁସ୍‌ ରେ କର୍କଟ ରୋଗ ହେବାର ଆଶଙ୍କା ବହୁତ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button