ଦେଶ ବିଦେଶ

ଆଚାରକୁ ଅଧିକ ଦିନ ସାଇତି ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ

ଏହି ସମୟରେ ଘରେ ଆଚାର ପ୍ରସ୍ତୁତ କରାଯାଏ। ଆମ୍ବ, ଲେମ୍ବୁ ଏବଂ ଆହୁରି ଅନେକ ପ୍ରକାର ପାଇଁ ଭିନ୍ନ ଭିନ୍ନ ମସଲାର ପ୍ରୟୋଗ କରାଯାଏ। ତେବେ ଏହି ଆଚାରକୁ ପ୍ରସ୍ତୁତ କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଯାହା ଫଳରେ ଆଚାର ଦୀର୍ଘ ସମୟ ପର‌୍ୟ୍ୟନ୍ତ ଭଲ ରହିଥାଏ ଏବଂ ଶୀଘ୍ର ନଷ୍ଟ ହୋଇନଥାଏ । ତେଣୁ ଆସନ୍ତୁ ଜାଣିବା ଆଚାରକୁ ଦୀର୍ଘ ସମୟ ରଖିବାର ଉପାୟ।

-ଆଚାର ପ୍ରସ୍ତୁତ କରିବା ପୂର୍ବରୁ ମସଲାକୁ ଗରମ କଡେଇ ବା ତାୱାରେ ଅଳ୍ପ ଭାଜି ଦିଅନ୍ତୁ ।

-ଆଚାର ପ୍ରସ୍ତୁତ କରିବା ପରେ ଆଚାର ଜାରରେ ଏକ ସୂତା କପଡା ବାନ୍ଧି ୪ରୁ ୫ ଦିନ ପର‌୍ୟ୍ୟନ୍ତ ଟାଣ ଖରାରେ ରଖିଦିଅନ୍ତୁ ।

pickle store-ପ୍ରସ୍ତୁତ ହୋଇଥିବା ଆଚାର ତେଲରେ ଏହା ଭଲ ଭାବରେ ବୁଡି ରହୁଥିବା ଆବଶ୍ୟକ ।

-ମିଠା ଆଚାର ପ୍ରସ୍ତୁତ କରୁଥିଲେ ଆଚାରରେ ପାଣି ରହିବା ଉଚିତ୍ ନୁହେଁ ।

-ଆଚାରକୁ ଦୁଇ ମାସରେ ଥରେ ଯେମିତି ହେଲେ ଖରାରେ ରଖନ୍ତୁ ।

-ଭିନେଗାର ମିଶାଇବା ଦ୍ବାରା ଆଚାର ଶୀଘ୍ର ନଷ୍ଟ ହୋଇନଥାଏ ।

-ଆଚାର ବୋତଲରେ ଓଦା ଚାମଚ ଆଦୌ ବ୍ୟବହାର କରନ୍ତୁ ନାହିଁ ।

-ନିୟମିତ ବ୍ୟବହାର କରୁଥିବା ଆଚାରକୁ ଏକ କାଚ ବୋତଲରେ ଅଲଗା ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button