ଦେଶ ବିଦେଶ

କ’ଣ ଭାତ ଏବଂ ରୁଟି ଏକା ସାଙ୍ଗରେ ଖାଇଲେ ବଢ଼ିଥାଏ ଓଜନ ?

ଉତ୍ତର ଭାରତରେ ସାଧାରଣତଃ ଭାତ ସହ ରୁଟି ଖାଇବାର ଚଳଣୀ ରହିଛି। ଏହା ବ୍ୟତୀତ ଭାରତରେ ଖାଦ୍ୟ ହିସାବରେ ପ୍ରାୟତଃ ବ୍ୟକ୍ତି ଭାତ ଏବଂ ରୁଟି ଗ୍ରହଣ କରିଥାନ୍ତି। ତେବେ ମେଦହ୍ରାସ କରିବାକୁ ଇଛୁକ ଥିବା ବ୍ୟକ୍ତି ଭୁଲରେ ମଧ୍ୟ ଭାତ ଏବଂ ରୁଟି ଏକା ସାଙ୍ଗରେ ଖାଇବା ଅନୁଚିତ୍। ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। କାହିଁକି ଏବଂ କିପରି ଆସନ୍ତୁ ଜାଣିବା।

ଭାତ ଏବଂ ରୁଟି ଏକା ସହ ସେବନ କରିବା ଦ୍ବାରା ଶରୀରରେ ଅଧିକ ମାତ୍ରାରେ କ୍ୟାଲୋରୀ ବଢ଼ିଥାଏ। ଗୋଟିଏ ରୁଟିରେ ୭୦ରୁ ୮୦ କ୍ୟାଲୋରୀ ରହିଥିବା ବେଳେ ଗୋଟିଏ ପ୍ଳେଟ ଭାତରେ ୧୩୬ କ୍ୟାଲୋରୀ ବଢ଼ିବାର ସମ୍ଭାବନା ରହିଥାଏ। ଦୁଇଟି ଜିନିଷର ସେବନ ଏକା ସାଙ୍ଗରେ କରିବା ଦ୍ବାରା ଶରୀରରେ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ପହଞ୍ଚିଥାଏ। ଯାହା ହଜମ ହେବା ପାଇଁ ଆବଶ୍ୟକତାରୁ ଅଧିକ ସମୟ ଲାଗିଥାଏ। ଫଳରେ ପାଚନତନ୍ତ୍ର ଦୁର୍ବଳ ହେବା ଭଳି ମଧ୍ୟ ସମସ୍ୟା ଜନ୍ମିଥାଏ।

roti-chawal

ଓଜନ ବଢ଼ିବାର କାରଣ ସବୁବେଳେ ବାହାର ଖାଇବା କୁହାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଘରେ ପ୍ରସ୍ତୁତ ଖାଦ୍ୟରେ ମଧ୍ୟ ବହୁ ପରିମାଣର କ୍ୟାଲୋରୀ ରହିଥାଏ। ଉଦାହରଣ ସ୍ବରୁପ ରୁଟି ଏବଂ ଭାତକୁ ମିଶାଇ ଖାଇବା ଦ୍ବାରା ଅଧିକ ମୋଟାପଣ ବଢ଼ିଥାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ରାତି ସମୟରେ ସବୁବେଳେ ସରଳ ଖାଦ୍ୟର ସେବନ କରିବା ଉଚିତ୍। ଏଣୁ ରାତ୍ରଭୋଜନରେ ରୁଟି ଖାଇବା ଉଚିତ୍। କାରଣ ଏଥିରେ ଖୁବ କମ୍ ପରିମାଣର କ୍ୟାଲୋରୀ ରହିଥାଏ। ଫଳରେ ପାଚନ କ୍ରିୟା ସକ୍ରିୟ ହେବା ନୀଦ ସଠିକ୍ ପରିମାଣର ହୋଇଥାଏ। ଫଳରେ ଓଜନ ବଢ଼ିବା ଭଳି ସମସ୍ୟା ଦେଖାଯାଇନଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button