ଦେଶ ବିଦେଶ

ଖାଆନ୍ତୁ ଏହି ସବୁ ମିଠା ଦ୍ରବ୍ୟ, ରୋଗ ଆଶଙ୍କାରୁ ରହିବେ ଦୂରରେ

ବେଳେ ବେଳେ ଆମେ ଜଳଖିଆ ହେଉ କିମ୍ବା ସନ୍ଧ୍ୟା ସମୟ ଖାଦ୍ୟ ହେଉ କିଛି ମିଠି ମିଶ୍ରିତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ କାରଣ ଏହି ମିଠା ଖାଦ୍ୟ ଆମ ଖାଇବାକୁ ବେଶ ରୁଚିକର କରାଇଥାଏ। ସେଥିପାଇଁ ତ ଭୋଜି ଖାଇବା ବେଳେ ଶେଷକୁ ମିଠା ପରାସା ଯାଏ। ହେଲେ ଅନେକ ଲୋକ ଏହି ମିଠା ଖାଇବା ଦ୍ବାର ରୋଗ  ବଢିବା ଭାବି ଖାଆନ୍ତି ନାହିଁ । କିନ୍ତୁ ଆମେ ଆଜି ଏମିତି ମିଠା ଖାଦ୍ୟ ବିଷୟରେ କହିବୁ ଯାହା ଆପଣ ଘରେ କରି ଖାଇବା ଦ୍ବାରା ଆପଣଙ୍କୁ ରୋଗର ଆଶଙ୍କା ନଥାଏ।

ମାଲପୁଆ

ମାଲପୁଆକୁ ଅଧିକ ମଇଦା ପରିବର୍ତ୍ତେ ଅଟାରେ ପ୍ରସ୍ତୁତ କରି ସେଥିରେ ଚିନି ଶିରା ବଦଳରେ ଗୁଡ ଶିରା ଦେଇ ଖାଇବା ଦ୍ବାରା ରୋଗର ଆଶଙ୍କା ନଥାଏ। ଏହାକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ଗୁଜୁରାତି ଗୁଣ୍ଡ, ନଡ଼ିଆ ଆଦି ମିଶାଇବା ଦ୍ୱାରା ଏହା ଖୁବ ସ୍ୱାଦିଷ୍ଟ ହୋଇଥାଏ। ଯେହେତୁ ଅଟା ଗୁଡରେ ଏହାକୁ ପ୍ରସ୍ତୁତ କରାଯାଇଥାଏ ତେଣୁ ଏହା କୌଣସି ପେଟ ରୋଗ କରାଇନଥାଏ। ଏହା ସହିତ ମେଦବ୍‌ଦ୍ଧି କରିନଥାଏ ଓ ଶରୀରକୁ ବହୁପ୍ରକାର ଭିଟାମିନ ଯୋଗାଇଥାଏ। ଏହା ସହତି ଭୋକ ମଧ୍ୟ ଅଧିକ ମାତ୍ରାରେ ବଢାଇଥାଏ।

ଲାଉଖିରୀ

ଲାଉ ଖିରୀ ସ୍ୱାସ୍ଥ୍ୟ ପାଇଁ ଖୁବ ହୀତକାରୀ ହୋଇଥାଏ। ଏହା ଶରୀରକୁ ଶୀତଳ ରଖିଥାଏ। ପେଟ ରୋଗ ଜନିତ ବହୁ ସମସ୍ୟା ଦୂର କରିଥାଏ। ଚାଉଳ ଖିରୀକୁ ଯେମିତି ପ୍ରସ୍ତୁତ କରାଯାଏ, ଲାଉକୁ କୋରି ଏହାକୁ ସେହିଭଳି ଭାବରେ ପ୍ରସ୍ତୁତ କରାଯାଏ। ଚିନି ବଦଳରେ ଏଥିରେ ମହୁର ବ୍ୟବହାର କରନ୍ତୁ। ପ୍ରସ୍ତୁତ ପରେ ଆପଣ ଏଥିରେ କାଜୁ, ପିସ୍ତା ପକାଇ ମଧ୍ୟ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button