ବିଚାର

କେଶ ସମସ୍ୟା ରହୁଛି କି? ତେବେ ଲଗାନ୍ତୁ ଅଙ୍ଗୁରରୁ ପ୍ରସ୍ତୁତ ମାସ୍କ, ଦେବ ଆଶ୍ଚର୍ଯ୍ୟ ପ୍ରକାର ଫାଇଦା

ଅଙ୍ଗୁର ଏକ ଏମିତି ଫଳ ଯାହା ସମସ୍ତଙ୍କୁ ଖାଇବାକୁ ଭଲଲାଗେ, ବିଶେଷକରି ଅଙ୍ଗୁରରେ ଥିବା ପୋଷକ ତତ୍ବ ଶରୀରକୁ ଶକ୍ତି ଯୋଗାଉଥିବାରୁ ଏହା ଦୁର୍ବଳ ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ ସି, ଆଣ୍ଟି ଅକ୍ସିଡେଣ୍ଟ ଓ କାର୍ବୋହାଇଡ୍ରେଟ୍ସ ଶରୀରକୁ ବହୁତ ଫାଇଦା ଯୋଗାଇଥାଏ। ଅଙ୍ଗୁର ଖାଇବା ଦ୍ବାରା ଶରୀରରେ କଲଷ୍ଟ୍ରୋଲ ବୃଦ୍ଧି ହୋଇନଥାଏ। ଅଙ୍ଗୁର ଖାଇବା ଶରୀରକୁ ଯେତିକି ଫାଇଦା ଦେଇଥାଏ ସେତିକି କେଶ ପାଇଁ ମଧ୍ୟ ଉପାଦେୟ ହୋଇଥାଏ।

ଅଙ୍ଗୁରରେ ଭିଟାମିନ,ମିନେରାଲ ଓ ଅନେକ ପ୍ରକାରର ଫାଇଟୋ କେମିକାଲ୍ସ ଯଥା ଫୋନେଲିକ ଏସିଡ, ଷ୍ଟେଲବେନ, ଏନ୍ଥୋସାୟନୀନ ଓ ପ୍ରୋଏନ୍ଥୋସାୟଡିନ ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଥାଏ। ଯଦି କେଶ ସମସ୍ୟା ଦେଖାଯାଏ ତେବେ ଏହି ଅଙ୍ଗୁରକୁ ହେୟାର ମାସ୍କ କିମ୍ବା ତେଲ ରୁପେ ବ୍ୟବହାର କରିପାରିବେ।

ଅଙ୍ଗୁର ଓ ଦହିର ମାସ୍କ

ଅଙ୍ଗୁର ଓ ଦହିର ହେୟାର ମାସ୍କ କରିବା ପାଇଁ ଅଧା କପ ଅଙ୍ଗୁର ନିଅନ୍ତୁ ଓ ସେଥିରେ ୨ ଚାମଚ ଦହି, ଏକ ଚାମଚ ମେଥି ଓ ୧ ଲେମ୍ବୁ ଚିପୁଡି ଭଲଭାବରେ ଫେଣ୍ଟି ଦିଅନ୍ତୁ। ଏବେ ଏହି ଫେଣ୍ଟା ଯାଇଥିବା ରସକୁ ଭଲ ଭାବରେ କେଶରେ ଲଗାଇ ହେୟାର କ୍ୟାପ ଲଗାଇ ଦୁଇ ଘଣ୍ଟା ପାଇଁ ଛାଡି ଦିଅନ୍ତୁ। ଦୁଇ ଘଣ୍ଟା ପରେ କେଶକୁ ପାଣିରେ ଧୋଇ ସାରିବା ପେର ଶାମ୍ପୂ କରିଦିଅନ୍ତୁ। ଏହି ମାସ୍କକୁ ସପ୍ତାହରେ ୩ଥର କେଶରେ ଲଗାନ୍ତୁ କିଛି ଦିନରେ କେଶ ସିଲ୍କି,ସାଇନ ଓ ସୁସ୍ଥ ହୋଇଯିବ।

ଅଙ୍ଗୁର ନଡିଆ ତେଲ ଓ ମହୁର ମାସ୍କ

ଅଙ୍ଗୁରକୁ ନଡିଆ ତେଲ ସହିତ ମିଶାଇ ଲଗାଇବା ଦ୍ବାରା ମଧ୍ୟ ଫାଇଦା ମିଳିଥାଏ। ଏଥିପାଇଁ ଏକ କପ ଅଙ୍ଗୁର ରସରେ ଏକ ଠିପି ନଡିଆ ତେଲ ଓ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ ଓ ଏହାକୁ କେଶରେ ଭଲ ଭାବରେ ମସାଜ କରନ୍ତୁ। ଅଧା ଘଣ୍ଟା ପରେ ମୁଣ୍ଡକୁ ଶାମ୍ପୂ କରନ୍ତୁ। କେଶରେ ଏହି ଦୁଇ ହେୟାର ମାସ୍କ ଲଗାଇବା ଦ୍ବାରା କିଛି ଦିନରେ ଏହାର ଫାଇଦା ଦେଖାଇବା ଆରମ୍ଭ ହୋଇଯିବ।

ଅଙ୍ଗୁର ତେଲ ମଧ୍ୟ ଦେଇଥାଏ ଉତ୍ତମ ଫାଇଦା

ଅଙ୍ଗୁର ମଞ୍ଜିରେ ତିଆରି ହୋଇଥିବା ତେଲ ମଧ୍ୟ କେଶ ଝଡିବା ବନ୍ଦ କରିବା ସହିତ କେଶ ମୋଟା କରିବାରେ ସାହାର୍ଯ୍ୟ କରିବ। କେଶର ଦେଖାରଖା ପାଇଁ ଅଙ୍ଗୁରର ତେଲ ବହୁତ ମାତ୍ରାର ଭଲ ବୋଲି ଜଣାଯାଇଛି। ଏହାକୁ ସ୍ପା ସେଣ୍ଟର ମାନଙ୍କରେ ମୁଣ୍ଡ ମାଲିସରେ ବ୍ୟବହାର କରାଯାଇଥାଏ। ଏହା କେଶ ସମସ୍ୟା ଭଳି ରୂପିକୁ ଦୁରକରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ଏହା ବ୍ୟତିତ ରକ୍ତ ସଂଚାଳନରେ ମଧ୍ୟ ଏହା ସୁଧାର ଆଣିଥାଏ ଓ ଦୁର୍ବଳ କେଶକୁ ମଧ୍ୟ ସତେଜ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button